ନୂଆପଡ଼ା,୧୫।୯(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲାର ସୁପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାରାଗୁଡା ସାହିତ୍ୟ ଅନୁଷ୍ଠାନ ଦ୍ବାରା ତ୍ରିମାସିକ ସାହିତ୍ୟ ଇ-ପତ୍ରିକା ପ୍ରବଣପ୍ରଭା ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଅଛି । ଅନୁଷ୍ଠାନର ଉପଦେଷ୍ଟା ଅଶୋକ ପଟ୍ଟନାୟକ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସହକାରୀ ପ୍ରାଧ୍ୟାପକ ବୁର୍ଲା ମେଡ଼ିକାଲ କଲେଜ ଡ଼ ଶଙ୍କର ରାମଚନ୍ଦାନୀ, ମୁଖ୍ୟ ବକ୍ତା ଲକ୍ଷ୍ମଣ ମେହେର ବିଭାଗୀୟ ମୁଖ୍ୟ ଓଡିଆ ବିଭାଗ କୁସଙ୍ଗ ଡିଗ୍ରୀ ମହାବିଦ୍ୟାଳୟ,, ସମ୍ମାନିତ ବକ୍ତା ଡ଼ ଉମାକାନ୍ତ ପ୍ରଧାନ ଅଧ୍ୟାପକ ଜେ ଏନ୍ ଭି ସଂଗଠନ,ସମ୍ମାନିତ ଅତିଥି ନାରୀକବି ସମାଜସେବୀବିଜୟାଲକ୍ଷ୍ମୀ ପଟ୍ଟନାୟକ ଯୋଗଦାନ କରିଥିଲେ । ସର୍ବପ୍ରଥମେ ଅତିଥି ମଞ୍ଚାସିନ ହେବାପରେ କବୟତ୍ରୀ ଦିପିକା ହୋତା ପ୍ରାରମ୍ଭିକ ସଂଗୀତ ଗଣେଶ ବନ୍ଦନା କରିଥିଲେ । ମୁଖ୍ୟ ଅତିଥିଙ୍କ ହାତରେ ଇ-ପତ୍ରିକାର ୱେବ୍ ସାଇଟ୍ ଉନ୍ମୋଚିତ ହୋଇ ପତ୍ରିକା ଲୋକାର୍ପଣ କରାଯାଇଥିଲା । ସଂପାଦନା ମଣ୍ଡଳୀର ମୁଖ୍ୟ ଭାରତୀ ହୋତା ନିଜର ସଂପାଦକୀୟ ପଠନ କରିଥିଲେ ଏବଂ କବି ପ୍ରଦୀପ ଦାଶ କବିତା ବିଶେଷାଙ୍କ ବିଷୟରେ ସଂକ୍ଷିପ୍ତ ସମୀକ୍ଷା କରିଥିଲେ । ଅନୁଷ୍ଠାନର ସଭାପତି ରବୀନ୍ଦ୍ର ମିଶ୍ର ମଧ୍ୟ ଆଗାମୀ ଦିନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଅତିଥିଗଣ ସାଂପ୍ରତିକ ଯୁଗରେ ଇ -ପତ୍ରିକାର ଓ ସାହିତ୍ୟର ଅବଦାନ ସଂପର୍କରେ ମତ ଦେଇଥିଲେ ତତସହ ଉପାନ୍ତରୁ ସିମାନ୍ତ ଯାଏଁ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପ୍ରଣବ ପ୍ରଭାର ଏହି ଅଭିଯାନକୁ ସମସ୍ତେ ପ୍ରଶଂସା କରିଥିଲେ । ଏଥିରେ ରାଜ୍ୟର ଅନେକ ପ୍ରତିଷ୍ଠିତ କବି ଲେଖକ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ପତ୍ରିକାର ସଂପାଦନା ମଣ୍ଡଳୀ ଦାୟିତ୍ଵରେ କବି ଡ଼ ଅମରେଶ ଠାକୁର,ଭାରତୀ ହୋତା,ପ୍ରତିଭା ଦାଶ ତଥା ଡିସମ୍ବର ନିଜର ଦାୟିତ୍ଵ ତୁଲାଇଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ମୁଣ୍ଡ ପରିଚାଳନା କରୁଥିବା ବେଳେ କବି ଡିସମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ତତସହ ରବୀନ୍ଦ୍ର ମିଶ୍ର, ସତ୍ୟପ୍ରିୟ ପଟ୍ଟନାୟକ ,ଜଗତବନ୍ଧୁ ମହାପାତ୍ର, ରବୀନ୍ଦ୍ର ଯୋଷୀ,ରୂପେଶ ମେହେର,ଲୋଚନ ମେହେର,ସୁନିତା ଦାଶ, ବିପ୍ଲବ ବିକାଶ,ନିରାକାର ରାଉତ, ପ୍ରମୋଦ କୁମାର ଠାକୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

