ଟିକାବାଲି,୧୪।୦୯(ସୁନୀଲ ପଟ୍ଟନାୟକ)ପବିତ୍ର ଦଶହରା ପର୍ବ ଅବସରରେ ଟିକାବାଲି ଠାରେ ପାରିବାରିକ ଓ ସାମାଜିକ ଭାବଧାରାକୁ ନେଇ ଆସୁଥିବା ଚର୍ଚ୍ଚିତ ନାଟକ ‘ବାବୁ ମୁଠେ ଭିକ ଦିଅ’ର ନାଟ୍ୟ ପୁସ୍ତକର ପୂଜା ପବିତ୍ର ଗଣେଶ ଚତୁର୍ଥୀ ସନ୍ଧ୍ୟା ସମୟ ରେ ଟିକାବାଲି ଠାରେ ଅନୁଷ୍ଠିତ ହୋଇଥଲା lଏହି ଅବସରରେ ପରିଷଦର ସଭାପତି ତନୁଜ କୁମାର ଭୋଇଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ନାଟ୍ୟ ସଂଘର ସମସ୍ତ ସଦସ୍ୟ ଓ କଳାକାରମାନେ ଉପସ୍ଥିତ ରହି ନାଟ୍ୟ ପୁସ୍ତକ ପୂଜାରେ ସାମିଲ ହୋଇଥିଲେ।ନାଟକର ନିର୍ଦ୍ଦେଶକ ସନ୍ତୋଷ କୁମାର ମଧ୍ୟ ଉପସ୍ଥିତ ରହି ନାଟକର ସଫଳ ମଞ୍ଚାୟନ, କଳାକାରଙ୍କ ଭୂମିକା ଓ ଆଗାମୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଦିନକୃଷ୍ଣ ମହାପାତ୍ର, ସାଇରାମ ବେହେରା, ଜ୍ୟୋତିରାଜ ମହାପାତ୍ର, ଚକ୍ରାପାଣି ସାହୁ, ଅରବିନ୍ଦ ମହାପାତ୍ର, ମାନଭଞ୍ଜ ବେହେରା, ଦେବୀପ୍ରସାଦ ସାହୁ, ପ୍ରମିଶ ଦିଗାଳ, କୁନା ପାତ୍ର, ସୁଶାନ୍ତ ନାୟକଓ ପଞ୍ଚାନନ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ଓ କଳାକାର ଉପସ୍ଥିତ ଥିଲେ।‘ବାବୁ ମୁଠେ ଭିକ ଦିଅ’ ଏକ ପାରିବାରିକ ଓ ସାମାଜିକ ନାଟକ ହୋଇଥିବାରୁ ଏହା ଦର୍ଶକଙ୍କୁ ମନୋରଞ୍ଜନ ସହିତ ସମାଜ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଓ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିବ ବୋଲି ପରିଷଦ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।ନାଟକର ଆଗାମୀ ମଞ୍ଚାୟନକୁ ନେଇ ଟିକାବାଲି ଅଞ୍ଚଳର କଳାପ୍ରେମୀ ଓ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଓ ଅପେକ୍ଷାର ପରିବେଶ ସୃଷ୍ଟି ହୋଇଛି।

