Author: Janabani News

ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ) : ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ଆରଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅବଦାନର ରହିଥିବା ମହାମନିସୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରତ୍ୟେକ ଓଡ଼ିଆ ନିଜ ଭାଷା,ଜାତି, ସଂସ୍କୃତି ଓ ପରାମ୍ପରା ଯେପରି ସ୍ବତନ୍ତ୍ର ସ୍ଥାନରେ ରହିବ ସେଥିପାଇଁ ଆମେ ଯତ୍ନବାନ ହେବାକୁ ପଡିବ ବୋଲି କହିଥିଲେ। ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନରେ ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହି ଅଞ୍ଚଳ ଅନେକ ଇତିହାସର ମୁକସାକ୍ଷୀ ହୋଇ ଛିଡା ହୋଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଭିଜନ ନେଇ ସରକାର କାର୍ଯ୍ୟ କରୁଛନ୍ତି। ବଜେଟ ଆଉ ଅର୍ଥନୀତିରେ…

Read More

ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ହରିଗଡ଼ ଗ୍ରାମ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କାନ୍ତ ଶତପଥୀଙ୍କୁ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ତରଫରୁ ଶୋକାକୁଳ ପରିବେଶ ମଧ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉତ୍ତମ ଗୌଡ଼ଙ୍କ ସଭାପତିତ୍ବ କରିଥିଲେ। ଏହି ବିଦାୟୀ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ଶତପଥୀଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମ୍ମାନିତ ଅଥିତି ରୂପେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚରଣ ବେହେରା, ଶିକ୍ଷକ ନେତା ଗୋକୁଳ ଚନ୍ଦ୍ର ମଲ୍ଲିକ, ସରପଞ୍ଚ ପ୍ରତିନିଧି ମରାଠୀ ଦଳବରା, ଗ୍ରାମ କମିଟି ସଭାପତି ତ୍ରିଲୋଚନ ଗୌଡ଼, ସିଆରସିସି ମହେଶ୍ୱର ପାତ୍ର, ସିଆରସିସି ବୈରାଗୀ ଗୌଡ଼…

Read More

ବୋଡ଼େନ,୧/୪ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେଶରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ଅଧକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ।ବିଦ୍ୟାଳୟର ଶିକ୍ଷକ ଯଦୁମଣି ବାରିକ, ନରୋତ୍ତମ ବାଗ, ଅନୀମା ବାରିକ, ସାଗର ମହାନ୍ତି, କିଶନ ପଟେଲ,ଲକ୍ଷ୍ମଣ ବରିହା, ମନୋଜ ବେହେରା, କ୍ଷେତ୍ର ମାଝୀ, ପଙ୍କଜ ମାଝୀ, ସୁନୀତା ସାହୁ, ଦେବସ୍ମିତା ହାଁସଦା, ଲିଲି ପଟେଲ, ରମ୍ଭା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସିନ ଥିଲେ। ଉତ୍କଳ ଦିବସ ପାଳନର ଅଭିମୂଖ୍ୟ ଜୀବନରେ ଯେତେ ଉପରକୁ ଉଠିଲେ ବି ମାଆ, ମାଟି ଓ ମାତୃଭୂମିକୁ ଭଲ ପାଇବା ଓ ଉନ୍ନତି ପାଇଁ କାର୍ଯ୍ୟକରିବାକୁ ଆଲୋକପାତ କରିଥିଲେ l

Read More

ବାଲିଗୁଡା,୦୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡରେ ୯୧ ତମ ଓଡ଼ିଶା ଦିବସ-୨୦୨୬ ମହାସମାରୋହରେ ଉପଖଣ୍ଡ ସ୍ତରୀୟ ଉତ୍ସବ ବାଲିଗୁଡ଼ା ସଭାଗୃହ ଠାରେ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧ୍ଯକ୍ଷକ ଶୁଭମ ଭୋସଲେ, ସମ୍ମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତିପ୍ରକାଶ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ବରିଷ୍ଠ ଆଇନଜିବୀ ତଥା ଜିଲ୍ଲା ଉତ୍କଳ ସମ୍ମିଳନୀ ର ସଭାପତି କୌଶିକ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିବେକାନନ୍ଦ ଦଳେଇ, ମୁଖ୍ଯବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ର…

Read More

କଳାହାଣ୍ଡି, କୋକସରା ୦୧/୦୪: (ରୁପେନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, କାଉଡୋଳା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ୍ ସ୍ତରୀୟ ରାଜମିସ୍ତ୍ରୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋକସରା ବ୍ଲକ ରାଜମିସ୍ତ୍ରୀ ସଂଘର ସଭାପତି ରାଜ କିଶୋର ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜେପି ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ମୁଖ୍ୟ ବକ୍ତା ଭାବରେ ସମାଜସେବୀ ତଥା ସାମ୍ବାଦିକ ରୁପେନ୍ଦ୍ର ସୁନାନୀ, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସଭାପତି ଭକ୍ତରାମ ଶବର ପ୍ରମୁଖ ଯୋଗଦାନ କରିଥିଲେ । ବୈଠକ ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ଶ୍ରୀ ଶ୍ରୀ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ପରେ ଉପସ୍ଥିତ ଅତିଥିମାନେ ସମସ୍ତ ରାଜମିସ୍ତ୍ରୀ ସଂଗଠିତ ହୋଇ କାର୍ଯ୍ୟ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିପରି ପାଇ ପାରିବେ ତା ଉପରେ ସମସ୍ତେ ନିଜ ନିଜ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ…

Read More

ରାୟଗଡ଼ା,୦୧/୦୪(ଅମୂଲ୍ୟ ନିଶଙ୍କ): ରାୟଗଡ଼ା ସହର ମୁଖ୍ୟ ପୋଷ୍ଟ ଅଫିସ ନିକଟସ୍ଥ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ତିନି ଦିନ୍ଧରୀ ଶ୍ରୀମଦ ବୀରତା ପୋଥୁଲୁରୀ ବୀରାବ୍ରାହ୍ମନ୍ଦ୍ର ସ୍ୱାମୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଏହି ତିନିଦିନ ଧରି ଗଣପତି ପୂଜା , ପଞ୍ଚାଗଭ୍ୟ ଋତୁଲସ, ସାକ୍ରେଡ଼ ଥ୍ରେଡ ସେରେମୋନୀ ହୋମମି ସହିତ ପଞ୍ଚସୁକତା ,ରୁଦ୍ରାଭିଷେକମ, ଧନ୍ୟବଶମ, କୁମକୁମରଚନ ସହିତ ମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି l ଭଗବାନ ଙ୍କ ଆଶୀର୍ବାଦ ଗ୍ରହଣ କରିବା ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା l ରାୟଗଡା ଜିଲ୍ଲାର ସମସ୍ତ ବିଶ୍ୱ ବ୍ରାହ୍ମଣ ସଦସ୍ୟ ଗତ ତିନି ଦିନ ଧରି ରାୟଗଡାର ଡାକଘର ନିକଟସ୍ଥ ସନ୍ତୋଷୀ ମାତା ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ଶ୍ରୀମଦ୍ ବୀରତା ପୋଥୁଲୁରୀ ବୀରବ୍ରହ୍ମେନ୍ଦ୍ର ସ୍ୱାମୀ ଙ୍କ ଏକ ମହାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜନର ଅନ୍ତିମ ତଥା ତୃତୀୟ ଦିନରେ ରାୟଗଡ…

Read More

ଫୁଲବାଣୀ,୦୧/୦୪(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଜି ଉଦୟଗିରି କ ଳୀଙ୍ଗା ରୋଡ ରେ ରେ ଦୀର୍ଘ ଦିନ ହେଲାଦୁଇଟି ଦନ୍ତା ହାତୀ ବୁଲୁଛନ୍ତି l ଅଞ୍ଚଳ ର ଲୋକଙ୍କ ବାରୀ ରେ ପଶି ଫସଲ ନଷ୍ଟ କରୁଛନ୍ତି l ଜଙ୍ଗଲ ବିଭାଗ କର୍ମଚାରୀ ହାତୀ କୁ ଅନ୍ୟତ୍ର ଘଉ ଡ଼ା ଇବl ରେ ସମ୍ପୂର୍ଣ୍ଣ ବିଫଳ ହେଇଛନ୍ତି lପୂର୍ବରୁ ଦନ୍ତା ହାତୀ ସମ୍ପୃକ୍ତ ଅଞ୍ଚଳ ର ତିନି ଜଣ ବ୍ୟକ୍ତିଙ୍କୁ ଦଳି ସାରିଲାଣି l ଯିବା ଆସିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି l ବିଶେଷ କରି ରାତି ରେ ହାତୀ ରାସ୍ତା କଡ଼ରେ ରହୁଥିବା ରୁ ଗାଡି ମଟର ରେ ଯିବା ପାଇଁ ଭୟ କରୁ ଛନ୍ତି l ଜଙ୍ଗଲ ତଳି ଲୋକେ ରାତିରେ ଭଲରେ ଶୋଇ ପାରୁନାହାନ୍ତି l ବନ ବିଭାଗ ଡି ଏଫ୍ ଓ ଏଥି ପ୍ରତି ଦୃଷ୍ଟି ଦେଇ…

Read More

ଫୁଲବାଣୀ ,୦୧/୦୪( ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାନ୍ତି ମୈତ୍ରୀ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ର ସଚେତନତା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ l କୋଟଗଡ ବ୍ଲକ୍ ମହାଶକ୍ତି କୃଷକ ଉତ୍ପାଦନ କମ୍ପାନୀ ର ସିନିୟର୍ ମ୍ୟାନେଜର ବାଳକୃଷ୍ଣ ରଥଙ୍କ ନେତୃତ୍ୱ ରେ ଏମ୍ ଡି ରଞ୍ଜିତ କୁମାର ବେରୁକଙ୍କ ସି ଇ ଓ ମିଥୁନ ଚନ୍ଦ୍ର ଚୌଧୁରୀ, ସ୍ୟାଳିନି ଦେହୁରୀ, ଦୀପକ ଗାଉଁଟିଆ ସୁଧିର ପ୍ରଧାନ ଙ୍କ ଉପସ୍ଥିତି ରେ କୋଟଗଡ଼ ର ଉପାନ୍ତ ସହିତ ବୈଜ୍ଞାନିକ ପ୍ରଳlନୀ ରେ ଚାଷ ଉଚିତ୍ ଦରଦାମ୍ ବିକ୍ରୟ ସୁବିଧା ସହିତ ବୀମା ର ସୁବିଧା ସଂପର୍କ ରେ ନିଖୁଣ ଅଭିନୟ ମାଧ୍ୟମ ରେ କଳାକାର ମାନେ ଲୋକଙ୍କୁ ଅବଗତ କରିଥିଲେ l ପ୍ରମୋଦ ଦଣ୍ଡସେନା ଙ୍କ ନିର୍ଦ୍ଦେଶନା ରେ ପଥପ୍ରାନ୍ତ ନାଟକ ରେ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ l

Read More

lରାୟଗଡ,୦୧/୦୪:(ଅମୂଲ୍ୟ ନିଶଙ୍କ):ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୧ତମ ଓଡିଶା ଦିବସ-୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଅନୁଷ୍ଠିତ ସାଧାରଣ ସଭା ଆୟୋଜନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଳାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ଓଡିଶାର ମହାପୁରୁଷମାନଙ୍କ ଭୂମିକା ଏବଂ ଆଜିର ପ୍ରଗତିଶୀଳ ଓଡିଶାରେ ସମସ୍ତ ବର୍ଗର ବିକାଶ ଉପରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷା ସଂସ୍କୃତି ଓ ଜାତିର ଗୁଣ ଗାନ କରିଥିଲେ l ଓଡ଼ିଆମାନଙ୍କ ଵୀରତ୍ୱ ଅସୀମା ସାହସ, ଜ୍ଞାନ, କ୍ରୀଡା, ଖାଦ୍ୟ, ପର୍ଯଟନ, ବିପର୍ଯ୍ୟୟର ପ୍ରଶମନ ଭଳି ଅନେକ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ସ୍ବତନ୍ତ୍ର ରାଜ୍ଯ ଗଠନରେ ଓଡିଆ ବରପୁତ୍ରଙ୍କ ଅକ୍ଲାନ୍ତ ପରିଶ୍ରମକୁ ଆଜିର ଛାତ୍ର ଛାତ୍ରୀ ଓ ନୂତନ ପିଢି ବ୍ଯର୍ଥ…

Read More

ରାୟଗଡ,୦୧/୦୪(ଅମୁଲ୍ୟ ନିଶଙ୍କ):ଆଜି ରାୟଗଡ ପୋଲିସ ୯୧ ତମ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛିଚାନ୍ଦିଲି ସ୍ଥିତ ପୋଲିସ ରିଜେର୍ଭ ପଡିଆ ଠାରେ ସ୍ୱତନ୍ତ୍ର ରାୟଗଡ ପୋଲିସ ତରଫରୁ ପାଳିତ ପୋଲିସ ପ୍ରତିଷ୍ଠା ଦିବସ ରେ ଅନୁଷ୍ଠିତ ପେରେଡ ରେ ଆରକ୍ଷୀ ଅଧିକ୍ଷକ ସ୍ଵାଥୀ ଏସ କୁମାର ଅଭିବାଦନ ଗ୍ରହଣ କରି ଥିଲେ, ସେ କହିଥିଲେକି ପୋଲିସ ବିଭାଗ ର କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ରାୟଗଡ ଜ଼ିଲ୍ଲା ମାଓବାଦୀ ଙ୍କ ଠାରୁ ମୁକ୍ତ ହୋଇପାରିଛି l ପୋଲିସ ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୋଇ କାମ କରିବାକୁ ନିଜ ବକ୍ତବ୍ୟ ରେକହିଥିଲେ ଓ ପରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରେରିତ ବାର୍ତ୍ତା ପାଠ କରିବା ସହିତ ୧୦ ଜଣ ପୋଲିସ ଏସ ଆଇ ଓ ହାବିଲଦାର ଙ୍କ ଉଲେଖନୀୟ କାର୍ଯ୍ୟକାରୀ ନିମନ୍ତେ ତାଙ୍କୁ ସମ୍ମାନିତ କରାଯାଇ ପୁରସ୍କୃତ କରିଥିଲେl ଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡ ଜ଼ିଲ୍ଲାପାଳ ଆଶୁତୋଷ…

Read More

ପୁରୁଷୋତ୍ତମପୁର,୦୧/୪(ଶୁଭଙ୍କରୀ ଦାଶ):ଆଜି ପୁରୁଷୋତ୍ତମପୁର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ପ୍ରବେଶ ଉତ୍ସବ ଓ ଉତ୍କଳ ଦିବସମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବର ପ୍ରାରମ୍ଭରେ ଶିଶୁ ଭାଇ ଭଉଣୀଙ୍କୁ ବିଦ୍ୟାଳୟର ଗୁରୁଜୀ ଗୁରୁମା ଫୁଲ ଚନ୍ଦନ ଦେଇ ସ୍ବାଗତ କରି ଶୃଙ୍ଖଳିତ ଭାବରେ ପ୍ରବେଶ କରାଇଥିଲେ । ପ୍ରାର୍ଥନା ମଣ୍ଡପରେ ହୋମ କାର୍ଯ୍ୟ ସହିତ ବିଦ୍ୟା ସଂସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ହୋମ କାର୍ଯ୍ୟକୁ ପଣ୍ଡିତ ଶ୍ରୀ ବଳରାମ ଦାଶ ମହୋଦୟ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ଶିଶୁଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ମଙ୍ଗଳକାମନା କରିଥିଲେ । କିଛି ନୂତନ ଶିଶୁ ଖଡ଼ିଛୁଇଁ ବିଦ୍ୟାରମ୍ଭ କରିଥିଲେ | ତତ୍ ସହିତ ଉତ୍କଳ ଦିବସ ପାଳନ କରାଯାଇଥିଲା । ଏହି ଉତ୍କଳ ଦିବସରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆଙ୍କ ତତ୍ତ୍ବାବଧାନରେ ଶ୍ରୀମତୀ ପ୍ରମୋଦିନୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀମତୀ ନିବେଦିତା ପଣ୍ଡା ଅତିଥିଙ୍କ ପରିଚୟ…

Read More

ପୁରୁଷୋତ୍ତମପୁର,୦୧/୦୪(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି |ଏହି ଉତ୍ସବ ରେ ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଓ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା କୋଷାଧକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାସମଲ ଙ୍କ ଉପସ୍ଥିତି ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଙ୍କ ତତ୍ତ୍ବବଧାନ ରେ ଶ୍ରୀମତୀ ତ୍ରିପୁରାକୁମାରୀ ପାତ୍ର ପରିଚାଳନା କରିଥିଲେ | ସୁଚିତ୍ରା କୁମାରୀ ପଣ୍ଡା, ନିହାରିକା ଗୁରୁମା, ସଂଗୀତା ଗୁରୁମା ସ୍ବାଗତ କରିଥିଲେ | ଉକ୍ତ ଉତ୍ସବ କୁ ବେଦାନୁ ସ୍ବାମୀ ପରମ ପୂଜ୍ୟ ସୁଧାନନ୍ଦ ସରସ୍ବତୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଆଜିର ଉତ୍ସବ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ |ତତପରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥୂଲା ହୋମ,ଯଜ୍ଞ ଶେଷରେ ସ୍ବାମୀଜୀ ଶିଶୁ…

Read More