Author: Janabani News

ଫୁଲବାଣୀ,୧୦/୦୪ (ସୁନୀଲ ପଟ୍ଟନାୟକ ):ବୁଧବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ଉଦଘାଟିତ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ତଥା ଉଦ୍ଘlଟକ ଭାବେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି କନ୍ଧମାଳ ଏସପି ହରିଶ୍ ବିଶି, ବରିଷ୍ଠ ଆଇନଜୀବି ତଥା ପରାମର୍ଶଦା ତା ଲମ୍ବୋଦର କହଁର, କ୍ରୀଡ଼ା ସଂସଦ ସମ୍ପାଦକ ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ…

Read More

ବ୍ରହ୍ମପୁର,୧୦/୪,(ହିମାଂଶୁ ଶେଖର ସାବତ): ସି.ଏମ କପ ୨୦୨୬ ଦ୍ଵିତୀୟ ସଂସ୍କରଣ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଆଜି ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଦିବସରେ ଫୂଟବଲ ଓ କବାଡି ମ୍ୟାଚ ଉଭୟ ବାଳକ ଓ ବାଳିକା ବର୍ଗ ରେ ଖେଳ ଯାଇଥିଲା। ଫୂଟବଲ ରେ ପ୍ରଥମ ମ୍ୟାଚ ସେଣ୍ଟ ଜାଭିଅର ଓ ସୋଡ଼ାକ ଟାଇଗର ବାଳକ ମଧ୍ୟରେ ଖେଳ ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ସାନମାନିତା ଅତିଥି ରୂପେ ଯୋଗ ଦେଇଥିଲେ ଅବିନାଶ କୁମାର ଆଇ.ଏ.ଏସ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲାପାଳ , ଏ. ଶାସ୍ୟା ରେଡି ଆଇ.ଏ.ଏସ୍‌ ବ୍ରହ୍ମପୁର ମୁନିସିପାଲିଟି କମିଶନର ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତାପସ କୁମାର ସାମଲ ଏବଂ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା…

Read More

ବ୍ରହ୍ମପୁର,୧୦/୪,(ହିଂମାଶୁ ଶେଖର ସାବତ):ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ତୃତୀୟ ତମ କୁଳପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି. ବିଶ୍ୱବିଦ୍ୟାଳୟ କୁଳପତି ଦାୟିତ୍ୱରେ ଥିବା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଅନୁଷ୍ଠାନିକ ଭାବେ ନୂତନ କୁଳପତି ଫ୍ରଫେସର ଅସୀମା ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି. କୁଳପତି ଭାବେ ଅସୀମା ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପିତ ହରିହର ମର୍ଦ୍ଦରାଜ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ. ପରେ ପରେ ବିଶ୍ୱବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ନୂତନ କୁଳପତିଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ. ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱବିଦ୍ୟାଳୟ ର ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗ ର ପୁନଃ ସ୍ଥାପନ ପାଇଁ ପଦକ୍ଷେପ ନେବେ ବୋଲି ସେ କହିଥିଲେ. ଏହାସହିତ…

Read More

ରାୟଗଡ଼:୧୦/୪:(ଅମୂଲ୍ୟ ନିଶଙ୍କ):ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତଙ୍କ ମଧ୍ଯରେ ଏବେ ବି ଛକାପଞ୍ଝା ଜାରି ରହିଛି । ପ୍ରସ୍ଥାବିତ ଖଣି ଖନନକୁ ଲୋକେ ତୀବ୍ର ବିରୋଧ କରିଛନ୍ତି । ପୋଲିସ ଓ ଜନତାଙ୍କ ମଧ୍ଯରେ ରକ୍ତାକ୍ତ ସଂଘର୍ଷ ପରେ ଆଜି (ଗୁରୁବାର) ବିଜେଡିର ଏକ ଫାକ୍ଟ ଫାଇଣ୍ଡିଂ ଦଳ କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ପହଞ୍ଚିଛନ୍ତି ।ପୋଲିସ ଆକ୍ରମଣକୁ ନିନ୍ଦାକରିଛନ୍ତି lବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ ପୂର୍ବତନ ସାଂସଦ ଝିନ ହିକ୍‌କାଙ୍କ ନେତୃତ୍ୱରେ 10 ଜଣିଆ ଦଳ ରେ ରାୟଗଡ ବିଜେଡିକାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର, ରଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ଜ଼ିଲ୍ଲା ବିଜେଡି ଉପସଭାପତି ଆଇ ଧବଳେଶ୍ୱର ନାଇଡ଼ୁ, ପୂର୍ବତନ ଏସ ଡି ସି ସି ଅଧକ୍ଷା ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା…

Read More

ବ୍ରହ୍ମପୁର, ୧୦/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ହିଲ୍‌ପାଟଣାର ପ୍ରତିଭାଶାଳୀ ସଂଖ୍ୟା ଜ୍ୟୋତିଷ ବିଶାରଦ ଅଙ୍କିତା ରାଜ୍ ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ “ଆଷ୍ଟ୍ରୋ ସେମିନାର ଏବଂ ଷ୍ଟାର୍ ଆଚିଭର୍ ଆୱାର୍ଡ (ସିଜନ–୧୮)” ଅବସରରେ ‘ଭିଆଇପି ମୁଖ୍ୟ ଅତିଥି’ ଭାବେ ସମ୍ମାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ୨୮ ମାର୍ଚ୍ଚ ୨୦୨୬ ରେ ଆୟୋଜିତ ହୋଇଥିଲା। ଉଲ୍ଲେଖନୀୟ ଯେ, ସେ ଏହି ପ୍ରତିଷ୍ଠିତ ମଞ୍ଚରେ ଏକମାତ୍ର ଓଡ଼ିଆ ପ୍ରତିନିଧି ଭାବେ ଯୋଗଦେଇଥିଲେ।ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡର ପ୍ରସିଦ୍ଧ ଖଳନାୟକ ଗୁଲସନ୍ ଗ୍ରୋଭର, ଅଭିନେତ୍ରୀ ସୁଧା ଚନ୍ଦ୍ରନ୍, ଜନପ୍ରିୟ ଗାୟିକା ଶିବାନୀ କଶ୍ୟପ ଏବଂ ବିଶିଷ୍ଟ ଜ୍ୟୋତିଷୀ ଜି.ଡି. ବଶିଷ୍ଠଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନ ଜଣାଯାଇଥିଲା। ପ୍ରସିଦ୍ଧ ‘ଟାରୋଟ୍ କୁଇନ୍’ ମିନୁ ଶର୍ମାଙ୍କ ଆୟୋଜନାରେ ହୋଇଥିବା ଏହି ସେମିନାରରେ ଅଙ୍କିତା ସଂଖ୍ୟା ଜ୍ୟୋତିଷ ଓ ଘଡ଼ି ବିଶ୍ଳେଷଣ,ମାଧ୍ୟମରେ ମଣିଷ ଜୀବନରେ ସକାରାତ୍ମକ ପରିବର୍ତ୍ତନ କିପରି ଆଣିହେବ, ସେଥିରେ ଗଭୀର ଆଲୋଚନା କରିଥିଲେ।ଅଙ୍କିତା ରାଜ୍ ବୃତ୍ତିରେ କୃଷି ବିଭାଗର କର୍ମଚାରୀ…

Read More

ପୋଲସରା,୧୦/୦୪:(ସନ୍ତୋଷ କୁମାର ପଣ୍ଡା):ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଦଶମ ଦିବସରେ ଲୋକ ସଂସ୍କୃତି ସହିତ ଜଡ଼ିତ ପ୍ରଥମ କରି ୨୬ ଜଣ ବିଭିନ୍ନ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ୧୯ ଗୋଟି ୱାର୍ଡର କାଉନସିଲରମାନେ ଯୋଗ ଦେଇଥିଲେ। କ୍ଷେତ୍ର ପରିଦର୍ଶକ ଭଗବାନ ପ୍ରଧାନଙ୍କ ସଂଯୋଜନାରେ ପୌର ପରିଷଦ ଅନ୍ତର୍ଗତ ରହି ପୁରୁଷାନୁକ୍ରମେ ରାଜ୍ୟର ବିଭିନ୍ନ କଳା, ସଂସ୍କୃତିକୁ ନିରବଚ୍ଛିନ୍ନ ଭାବେ ବଞ୍ଚାଇ ରଖିଥିବା ନିମନ୍ତ୍ରିତ କଳାକାରମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରାଯିବା ସହିତ ସେମାନଙ୍କୁ ଉତ୍ତରୀୟ, ଫଟୋଚିତ୍ର ସହିତ ପ୍ରଶଂସାପତ୍ର ଦିଆଯାଇ କରତାଳି ମଧ୍ୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏଥିସହିତ ଆସନ୍ତା ମଇ ମାସ ୧୬ ତାରିଖ ଠାରୁ ପୌର ପରିଷଦ ପକ୍ଷରୁ ଘରକୁ ଘର ବୁଲି ଆରମ୍ଭ କରାଯିବାକୁ ଥିବା ଜନଗଣନା-୨୦୨୭…

Read More

ଫୁଲବାଣୀ,10/04(ସୁନୀଲ ପଟ୍ଟନାୟକ):ଏପ୍ରିଲ -୧ ଓଡିଶା ଦିବସ ପାଳନ ରୁ ଏପ୍ରିଲ ୧୪ ଓଡ଼ିଆ ନୂଆ ବର୍ଷ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଆ ପକ୍ଷ ପାଳନ ଅବସରରେ ସାରା ଓଡ଼ିଶାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହେଉଥିଲା ବେଳେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ତଥା ସଦରମହକୁମା ଫୁଲବାଣୀ ଠାରେ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଆଜି’ଆସ ବହିଟିଏ କିଣିବା ” ଦିବସରେ ସ୍ଥାନୀୟ କମଳା ପ୍ରକାଶନୀ ଦ୍ୱାରା ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟର ବ୍ୟବସ୍ଥା ହୋଇଥିଲା | ଷ୍ଟଲକୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପି ଏ- ଆଇ ଟି ଡି ଏ, ଜିଲ୍ଲା ଶିକ୍ଷାଧିକାରୀ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ବୁଲି ଆସିବା ସହ କମଳା ପ୍ରକାଶିନୀଙ୍କର ଏହି ସାଧୁ ଉଦ୍ୟମ ଓ ଓଡ଼ିଆ ପ୍ରୀତିଙ୍କୁ ପ୍ରଶଂସା କରିଥିଲେ | ବିଭିନ୍ନ କଲେଜ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷିକା ପରିଦର୍ଶନ ସହ ପୁସ୍ତକ କ୍ରୟ କରିଥିଲେ |…

Read More

ଫୁଲବାଣୀ,୧୦/୦୪(ସୁନୀଲ ପଟ୍ଟନାୟକ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳଅତିରିକ୍ତ ଜିଲ୍ଲା ପାଳ କୁଷଲ୍ ଚନ୍ଦ୍ର ନାୟକ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବାଣୀଜ୍ୟ ମେଳା ର ପରାମର୍ଶଦାତା ଭଗବାନ ମହାନ୍ତି, ଫୁଲବାଣୀ ସରକାରୀ ମେଡିକାଲ କଲେଜ ଡିନ ତଥା ସୁପରି ଟେଣ୍ଡ ଣ୍ଟ ଡାକ୍ତର ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ…

Read More

ରାଜସୁନାଖଳା,୧୦/୦୪(ସୁଶାନ୍ତ କୁମାର ପ୍ରଧାନ): ସବୁଠି ଜମିଲା ବିଶ୍ୱ ଛେନାପୋଡ଼ ଦିବସ। ଛେନା ପୋଡ଼ କଥା ଆସିଲେ ନିଶ୍ଚିତ ଭାବେ ପାଟିରୁ ଲାଳ ଗଡିଥାଏ। ଛେନା ପୋଡ଼କୁ ଦେଖିଲେ ମନ ହୁଏ ଖାଇବା ପାଇଁ।ଦେଶୀଗାଇ କ୍ଷୀର ଛେନା,ଚିନି ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରାଯାଇ ଥାଏ ସୁଆଦିଆ ଛେନା ପୋଡ଼। ସୁଆଦ ଏମିତି ଯିଏ ଥରେ ଚାଖିଛି, ସବୁବେଳେ ଖାଇବାକୁ ମନ କରିଛି। ଅପ୍ରେଲ ୧୧ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଜନ୍ମିତ ଛେନାପୋଡ଼କୁ ବିଶ୍ୱ ବଜାର ଦେବା ଲାଗି ଗତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱ ଛେନାପୋଡ଼ ଦିବସ ଆଜି ଖାଲି ନୟାଗଡ଼ ଜିଲ୍ଲାରେ ସୀମିତ ନାହିଁ ବରଂ ରାଜଧାନୀରେ ବେଶ୍ ଉଲ୍ଲାସର ସହ ପାଳନ କରାଯାଇଛି ଏହି ଦିବସ । ଏଥି ସହ ଓଡ଼ିଶାର ଏହି ବହୁ ପରିଚିତ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍ ମାନ୍ୟତାର ଦାବି ଜୋର୍ ଧରିଛି। ସେଇଥିପାଇଁ ତ ରାଜ୍ୟର ସବୁଠି, ସବୁ କୋଣରେ ଛେନାପୋଡ଼ ଆଇଟମ୍…

Read More

ନୂଆପଡା, ତା:୧ ୦/୦୪:(ପରମେଶ୍ୱର ମେହେର ): ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ ଦ୍ଵାରା ପରିଚାଳିତ ମାଗଣା କୋଚିଂ କ୍ଲାସ ପରିଦର୍ଶନ କରିଥିଲେ। ସେଠାରେ ନାମ ଲେଖାଇ ଥିବା ଚାକିରୀ ଆଶାୟୀମାନଙ୍କୁ ସେ ଶିକ୍ଷାଦାନ କରିଥିଲେ।ଏହି ଅବସରରେ, ଜିଲ୍ଲାପାଳ ଆଶାୟୀମାନଙ୍କୁ ଉତ୍ସାହିତ କରି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ସୁଚିନ୍ତିତ ପ୍ରସ୍ତୁତି, ନିୟମିତ ଅଭ୍ୟାସ ଓ ସମୟ ପରିଚାଳନାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ୟୁପିଏସସି ଓ ଓପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବ ପାଇଁ ସେ କିଛି ମୂଲ୍ୟବାନ ଟିପ୍ସ ପ୍ରଦାନ କରିଥିଲେ।ଏହି ମାଗଣା କୋଚିଂ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୟପୂର୍ଣ ପଦକ୍ଷେପ ଭାବେ ଚାକିରୀ ଆଶାୟୀଙ୍କୁ ନିଜ ସ୍ବପ୍ନ ପୂରଣ କରିବାରେ ବଡ଼ ସହାୟତା ପ୍ରଦାନ କରୁଛି।

Read More

ସିନାପାଲି,୧୦-୪(ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲା ସିନାପାଲିବ୍ଲକସ୍ଥିତ ଗୋଡାଳ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି I ସିନାପାଲି ସଦରକୁ ଲାଗି ରହିଥ‌ିବା ଉକ୍ତ ଗ୍ରାମରେ ଗୋଟିଏ ସପ୍ତାହ ହେଲା ଜଳ ଯୋଗାଣ ହେଇ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ଗାଁରେ ୩ଟି ୱାର୍ଡ ରହିଥ‌ିବା ବେଳେ ଏକ ଜନବହୁଳ ଗ୍ରାମ ଅଟେ | ହେଲେ ଏଠାରେ ବିଦ୍ୟୁତ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଏହି ଗ୍ରାମରେ ଜଳ ଯୋଗାଣ ରେ ବାଧା ସୃଷ୍ଟି ହେଉଛି। ଏପରିକି ଗ୍ରାମର ଅନେକ ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ପ୍ରକଳ୍ପ ରୁ ଜଳ ଯୋଗାଣ ସ୍ବଭାବିକ ହେଉନାହିଁ।ଜଳ ଟିକିଏ ପାଇବା ପାଇଁ…

Read More

ବୁଗୁଡ଼ା,୧୦/୪(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଥାନା ଅନ୍ତର୍ଗତ ବାଦୁଆ ଗ୍ରାମରେ ଜମିବାଡି ବିବାଦକୁ ନେଇ ମଝିଆଭାଇର ମରଣାନ୍ତକ ଆକ୍ରମଣରେ ବଡ ଓ ସାନଭାଇ ଉଭୟେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାପାଇଛି । ଗୁରୁତର ଦୁଇଜଣ ହେଲେ ବଡଭାଇ ଧୋବା ଗୌଡ (୫୭) ଓ ସାନ ଭାଇ ଦୁର୍ଯ୍ୟଧନ ଗୌଡ (୫୦) । ମଝିଆ ଭାଇ ପଞ୍ଚୁ ଗୌଡ ଉଭୟଙ୍କୁ ଆକ୍ରମଣ କରିଥିଲା । ଘଟଣାରୁ ପ୍ରକାଶ ଯେ, ପୂର୍ବରୁ ଜମିବାଡିକୁ ନେଇ ତିନି ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା । ତେବେ ଗୁରୁବାର ସନ୍ଧ୍ୟାରେ ଜତ ଧୋବା ଓ ଦୁର୍ଯ୍ୟଧନ ଘର ଆଗରେ ଠିଆ। ହୋଇ କଥାବାର୍ତ୍ତା ହେଉଥିବା ବେଳେ ପଞ୍ଚୁ ପଛପଟୁ ଆସି ଏକ ଫାଉଡାରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା। ଦୁଇ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା।…

Read More