ଭଞ୍ଜନଗର,୧୧/୪:(ନିଲୁ ବିଷୋୟୀ): ଭଞ୍ଜନଗର ବାଗ୍ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ବିଜେତା ସେନାପତି(୩୫)। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି।ସୂଚନା ଅନୁଯାୟୀ, କୁଲାଡର ଚନ୍ଦ୍ର ଶେଖର ସେନାପତିଙ୍କ ପରିବାର ନେଇ ବାଗ୍ଦେବୀ ରୋଡରେ ରହୁଥିଲେ। ଆଜି ବିଦ୍ୟୁତ୍ ନଥିବା ବେଳେ ବିଜେତା ଗ୍ୟାସରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ କୌଣସି କାରଣରୁ ଗ୍ୟାସ ଲିକ ଯୋଗୁ ନିଆଁ ଲାଗି ଯାଇଥିଲା। ଫଳରେ ବିଜେତା ଗୁରୁତର ଭାବେ ପୋଡ଼ି ଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ନିଆଁ ଲାଗିବା ପରେ ତାଙ୍କ ପାଟି ଶୁଣି ପରିବାର ଲୋକେ ଏବଂ ସାହି ପଡୋଶୀ ଘରେ ପହଞ୍ଚି…
Author: Janabani News
ନୂଆପଡା,୧୧/୦୪:(ପରମେଶ୍ୱର ମେହେର):ଆମନାରା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ ପାଇଁ ଉପନିର୍ବାଚନକୁ ନଜରରେ ରଖି ଆଜି ନୂଆପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନୂଆପଡା ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାର ପ୍ରଣବ ପ୍ରକାଶ ସାହୁ ସହ ବିଭିନ୍ନ ରାଜନୈତିକ ପ୍ରତିନିଧି ଓ ପ୍ରଶାସନିକ-ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ।ଉପ-ଜିଲ୍ଲାପାଳ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସହିତ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଆଦର୍ଶ ଆଚରଣବିଧି ପାଳନ ଓ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ପକ୍ଷ ସମ୍ମତି ଜଣାଇଥିଲେ।ଆସନ୍ତା ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା କଡା କରାଯିବା ସହ ଅନିୟମିତତାକୁ ସହ୍ୟ କରାଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଭୋଟରଙ୍କୁ ଭୟଭୀତ କରିବା କିମ୍ବା ପ୍ରଲୋଭନ ଦେବାକୁ ରୋକିବା ପାଇଁ ଆବକାରୀ ବିଭାଗ ପକ୍ଷରୁ ଛାପାମାରି ଜାରି ରହିବ।ପ୍ରଚାର କାର୍ଯ୍ୟକଳାପରେ ନିୟମ ପାଳନ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଦିନ…
ବ୍ରହ୍ମପୁର,୧୧/୪,(ହିମାଂଶୁ ଶେଖର ସାବତ):ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ରେଶମ ସହର ମହୋତ୍ସବରେ ବ୍ରହ୍ମପୁର ପୁଲିସ ପକ୍ଷରୁ ୩ ଦିନିଆ ଅସ୍ତ୍ରଶସ୍ତ୍ର ଏବଂ ବୋମା ନିଷ୍କ୍ରିୟକାରୀ ୟୁନିଟ୍ ପ୍ରଦର୍ଶନୀ ଆରମ୍ଭ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜ ଆଲଜି ନୀତି ଶେଖର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ | ବ୍ରହ୍ମପୁର ଏସ୍ପି ଡ଼ା.ଶର୍ବଣା ବିବେକ ଏମ୍ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଯୋଗଦେଇ ଏକେ-୪୭ ରାଇଫଲ୍ର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହୋଇଥିଲେ ।ଏହି ପ୍ରଦର୍ଶନୀରେ ଇନସାସ୍ ରାଇଫଲ,ଏକେ-୪୭, ଏମପି-୫, ସବ୍ମେସିନ ଗନ୍,ଲାଇଟ୍ ମେସିନ ଗନ୍ ଏବଂ ଏସଏଲଆର୍ ଭଳି ଅତ୍ୟାଧୁନିକ ବନ୍ଧୁକ ସାମିଲ ହୋଇଥିଲା । ବିପଦପୂର୍ଣ୍ଣ ସମୟରେ ପୁଲିସର ବୋମା ନିଷ୍କ୍ରିୟକାରୀ ଦଳ ନିଜକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରୁଥିବା ସ୍ବତନ୍ତ୍ର ସୁଟ୍ ଏଠାରେ ପ୍ରଦର୍ଶିତ କରାଯାଇଛି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସ୍ବତନ୍ତ୍ର…
ଫୁଲବାଣୀ:୧୧/୦୪(ସୁନୀଲ ପଟ୍ଟନାୟକ): ଗ୍ୟାସ୍ ନ ମିଳିବାରୁ ଏସିଆନ ଗ୍ୟାସ୍ ମାଲିକ ଏମ ଡି ସାହିଲ ଙ୍କୁ ଗାଳି ଗୁଲଜ କରିବା ସହ ମାରଧର କରିଥିଲେ କିଛି ଯୁବକ l ତେବେ ୧୩/୩ ରେ ଗ୍ୟାସ ନେଇଥିବା କଂଜୁମର କୁ ୧୦/୪ ରେ ଦ୍ୱିତୀୟ ଗ୍ୟାସ ଦିଆ ଯାଇ ପାରିବନାହିଁ ,୪୫ ଦିନପରେ ଗ୍ୟାସ ଦିଆ ଯାଇପାରିବ ବୋଲି ନିୟମ କଥା କହିବାରୁ ହଟାତ ତିନି ଚାରି ଜଣ ଆସି ଗାଳି ଗୁଲଜ କରିବା ସହ ମାଡ ମାରିବା ଅଭିଯୋଗହୋଇଛି l ଏ ନେଇ ଟାଉନ ଥାନାରେ ଏତେଲା ଦେଇଛନ୍ତି ଗ୍ୟାସ୍ ମାଲିକ! ଟାଉନ ଥାନା ଆଇଆଇସି ଶ୍ରୀମତୀ ରିତମ୍ଭରା ପ୍ରଜ୍ଞା କର ଏହାର ତଦନ୍ତ କରାଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି! ତେବେ ଗ୍ୟାସ ଡିଷ୍ଟ୍ରି ବ୍ୟୁଟର ସାହିଲ ତାଙ୍କ ଜୀବନ ପ୍ରତୀ ବିପଦ ରହିଁଛି ବୋଲି ପୋଲିସ ସହାୟତା ଲୋଡିଛନ୍ତି! ପୋଲିସ ଆକ୍ସନ ନ ନେଲେ ସେ…
ବାଲିଗୁଡା, ତା, ୧୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ଚଳିତ ମାସ ୧ତାରିଖ ଠାରୁ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡ ଯାତ୍ରା, ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେବା ସହ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ ବାଲିଗୁଡା ସହରରେ ପ୍ରତିଦିନ ୪ରୁ ୫ ଥଳ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିବା ଯୋଗୁଁ ଏକ ଆକର୍ଷଣୀୟ ଉତ୍ସାହପ୍ରଦ ଭକ୍ତିମୟ ବାତାବରଣ ଜାଗ୍ରତ ହେବା ସହ ଢୋଲ ବାଦ୍ଯରେ ସାରା ସହର ଦୁଲୁକୁଥ୍ବବା ବେଳେ ଝୁଣାର ବାସ୍ନାରେ ମହକୁଛି। ବାଲିଗୁଡା ସମେତ ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍ବାଡ଼ି (ଦାରିଙ୍ଗବାଡ଼ି), ରତଙ୍ଗ ଅଞ୍ଚଳ ର ଦଣ୍ଡଥଳ ପ୍ରତ୍ୟେକ ନିଜ ନିଜର ନାଚ ପରିବେଷଣ କରୁଥିବା ବେଳେ ମା ‘…
ନୂଆପଡ଼ା,୧୧/୪:(ପରମେଶ୍ୱର ମେହେର):ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ପଂଚାୟତର ବୈଗାପଡା ଗ୍ରାମର ଏକ କୋଣେ ନିରବ ଭାବେ କାଟୁଛି ଏକ ବୃଦ୍ଧାଙ୍କ ଜୀବନ। ସେହି ବୃଦ୍ଧା ହେଲେ ବିଧବା ଶ୍ରୀମତୀ ଅଲେଁ ବେମାଲ—ବୟସ ୮୦ ବର୍ଷ ଉର୍ଦ୍ଧ। ଜୀବନର ସେହି ସମୟରେ, ଯେଉଁଠାରେ ଦରକାର ଥାଏ ସହାରା, ସ୍ନେହ ଓ ଶାନ୍ତି, ସେଠାରେ ସେ ଆଜି ଯନ୍ତ୍ରଣା ଓ ଅସହାୟତାରେ ଡୁବି ରହିଛନ୍ତି।ତାଙ୍କର ଏକମାତ୍ର ଭରସା ହେଉଛି ସରକାରୀ ବୃଦ୍ଧାଭତ୍ତା। ସେହି କିଛି ଟଙ୍କାରେ ସେ ଚଲନ୍ତି ତାଙ୍କ ଦୈନନ୍ଦିନ ଜୀବନ—ଦୁଇ ମୁହଁ ଖାଦ୍ୟ, କିଛି ଔଷଧ, ଓ ଜୀବନ ଚାଲାଇବାର ଅଳ୍ପ ସାହାରା। କିନ୍ତୁ ଦୁଃଖର କଥା, ସେହି ଭତ୍ତା ତାଙ୍କ ଏକାଉଣ୍ଟକୁ ଯାଉଥିଲେ ମଧ୍ୟ, ସେ ତାହା ଉଠାଇପାରୁନାହାନ୍ତି।କାରଣ—ତାଙ୍କ ଆଙ୍ଗୁଠି ଏବେ ମେସିନ୍ରେ ଚିହ୍ନି ହେଉନାହିଁ। ବୟସର ଭାରରେ ତାଙ୍କ ଫିଙ୍ଗରପ୍ରିଣ୍ଟ ମେଳ ଖାଉନାହିଁ। ପ୍ରତିଥର CSP କେନ୍ଦ୍ରରେ ତାଙ୍କ ପକ୍ଷରୁ ଚେଷ୍ଟା ହେଉଥିଲେ ମଧ୍ୟ, ମେସିନ୍ ତାଙ୍କୁ ଚିହ୍ନି…
ବାଲିଗୁଡା,୧୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପରିସରରେ +୨ ବିଜ୍ଞାନ,ବାଣିଜ୍ଯ ବିଭାଗର ଅନଲାଇନ ମୂଲ୍ଯାୟନ କେନ୍ଦ୍ର ହୋଇଥିବା ବେଳେ ଗତ ତିନି ବର୍ଷ ହେବ ଅଫଲାଇନ ରେ +୨ କଳା ବିଭାଗର ମୂଲ୍ୟାୟନ କେନ୍ଦ୍ର ବେଶ୍ ଦକ୍ଷତାର ସହ ଜାରି ରହିଛି l ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡ.ବିଭୁତି ଭୁଷଣ ଆଚାର୍ଯ୍ଯ ଉଭୟ ମୂଲ୍ଯାୟନ କେନ୍ଦ୍ର ଜୋନ୍ ସୁପରଭାଇଜର ଭାବେ କାର୍ଯ୍ଯ ତୁଲାଉଛନ୍ତି l ଆଦିବାସୀ ଅଧୁଷିତ କନ୍ଧମାଳ ଭଳି ପାୱାର ଟାୱାର ଉପରେ ଭରସା ନ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ପରେ ଏହା ଦ୍ୱିତୀୟ ଅନ ଲାଇନ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ହୋଇପାରିଛି l ରାଜ୍ଯ ସରକାରଙ୍କ ଗଣ ଶିକ୍ଷା ବିଭାଗର ଏହା ଏକ ସମୟୋଚିତ ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି l…
ଢୋଲରେ ଦୁଲୁକୁଛି ଓ ଝୂଣାରେ ମହକୁଛି ବୁଗୁଡ଼ା: ୧୧/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଆଜକୁ କିଛିଦିନ ହେଲା ଚାରିଆଡେ ଦଣ୍ଡଯାତ୍ରାରେ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ ବୁଗୁଡ଼ାସହରରେ ତିନି କିମ୍ବା ଚାରୀ ଥଳ ଦଣ୍ଡ ଯାତ ଅନୁଷ୍ଠିତ ହେଉଥିବା ଯୋଗୁଁ ଏକ ଆକର୍ଷଣୀୟ ଉତ୍ସାହପ୍ରଦ ଭକ୍ତିମୟ ବାତାବରଣ ଜାଗ୍ରତ ହେବା ସହ ଢୋଲ ବାଦ୍ଯରେ ସାରା ସହର ଦୁଲୁକୁଥ୍ବବା ବେଳେ ଝୁଣାର ବାସ୍ନାରେ ମହକୁଛି। ବୁଧବାର ଦିନ ବୁଗୁଡ଼ା ନୂଆଁସାହିରେ ଚିଲିଖମା ଦଣ୍ଡଯାତ୍ରା ହୋଇଥିବା ବେଳେ ଅର୍ଣ୍ଣପୂର୍ଣ୍ଣା ନଗରରେ ମରେଇପଲ୍ଲୀ ଦଣ୍ଡ ଓ ବସଷ୍ଟାଣ୍ଡ ନିକଟରେ ପୋଚାଲୁଣ୍ଡି ଦଣ୍ଡ ଯାତ୍ରା ଉତ୍ସବ ହୋଇଥିଲା ବେଳେ ଗୁରୁବାରଦିନ ବୁଗୁଡ଼ା ବ୍ଲକ କଲୋନୀରେ ମାଳ ତେନ୍ତୁଳିଆ ଦଣ୍ଡୁ ଦଳ, ବୁଦ୍ଧଖୋଲ ଛକରେ ଜିଲୁଣ୍ଡି ଦଳ ଓ ନୃସିଂହମନ୍ଦିର ନଗରରେ ପାଣିକେଶର ଦଳର ଦଣ୍ଡଯାତ୍ରା…
ପାତ୍ରପୁର/ଚିକିଟି,୧୧/୪:(ନିଗମାନନ୍ଦ ପଣ୍ଡା ):ଖରଣୀପଡ଼ା ସ୍ଥିତ ଗୋପୀନାଥ ବିଦ୍ୟlପୀଠ ପରିସରରେ ପ୍ରଧାନ ଶିକ୍ଷକ ଗାଣ୍ଡୁ ପାଣିଗ୍ରାହୀ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅଂଚଳବାସୀଙ୍କ ଉପସ୍ଥିତିରେ ଅତି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା l ନୂତନ ପ୍ରଧାନଶିକ୍ଷକ ପ୍ରବୁଦ୍ଧ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟସ୍ତରୀୟ, ଜିଲ୍ଲା ସ୍ତରୀୟ ଶିକ୍ଷକନେତା, ଚିକିଟି ଓ ପାତ୍ରପୁର ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ବିଦ୍ୟାଳୟର ପୁରାତନ ଶିକ୍ଷକ, ପରିଚାଳନା କମିଟି,ବୁଦ୍ଧିଜୀବୀ ଓ ଓ ଛାତ୍ରଛାତ୍ରୀମାନେ ପ୍ରିୟ ପ୍ରଧାନଶିକ୍ଷକ ପାଣିଗ୍ରାହୀଙ୍କୁ ଯେଉଁ ଭଳି ଭାବେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ତାହା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଯୋଉଥିରେ ପ୍ରଧାନଶିକ୍ଷକ କେତେ ଲୋକପ୍ରିୟ ଥିଲେ ତାହାପ୍ରମାଣିତ ହୋଇଛି l ବକ୍ତାମାନେ ସମୟାନୁବର୍ତ୍ତିତl, କର୍ତ୍ତବ୍ୟନିଷ୍ଠା, ବିଦ୍ୟାଳୟକୁ ଗଢିତୋଳିବାରେ ଯେଉଁ ନିଷ୍ଠା ପର ଉଦ୍ୟମ ଥିଲା ତାହାର ଭୁ୍ରିଭୁରି ପ୍ରଶଂସା କରିଥିଲେ l ଏହି ଅବସରରେ ରାଜ୍ୟ, ଜିଲ୍ଲା, ବ୍ଲକ, ବିଦ୍ୟାଳୟ ଶିକ୍ଷକ…
ନୂଆପଡ଼ା, ୧୧/୦୪:(ପରମେଶ୍ୱର ମେହେର): ନୂଆପଡ଼ା ନଗର ପାଳିକା ପରିଷଦ ଅଞ୍ଚଳରେ ସ୍ୱ-ଗଣନା (Self Enumeration) ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ନୂଆପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜନଗଣନା ଚାର୍ଜ ଅଫିସର ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନଗର ପାଳିକା ପରିଷଦର ସମସ୍ତ ଗଣନାକାରୀ (Enumerator), ସୁପରଭାଇଜର, ସ୍ୱଚ୍ଛ ସାଥୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଓ ପରିଷଦର ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାଗ ନେଇଥିଲେ।କାର୍ଯ୍ୟକ୍ରମରେ ସ୍ୱ-ଗଣନା ପ୍ରକ୍ରିୟା, ଏହାର ଗୁରୁତ୍ୱ ଓ ସଠିକ୍ ତଥ୍ୟ ସଂଗ୍ରହର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ବିସ୍ତୃତ ଅବଗତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ତୃଣମୂଳ ସ୍ତରରେ କାର୍ଯ୍ୟରତ ଗଣନାକାରୀମାନଙ୍କ ଭୂମିକାକୁ ପ୍ରଶଂସା କରି ସଠିକ୍ ଓ ସମୟୋପଯୋଗୀ ତଥ୍ୟ ସଂଗ୍ରହ ପାଇଁ ସମସ୍ତଙ୍କୁ ନିଷ୍ଠାପୂର୍ବକ କାମ କରିବାକୁ ଆହ୍ୱାନ…
ଫୁଲବାଣୀ,୧୧/୦୪ (ସୁନୀଲ ପଟ୍ଟନାୟକ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପି ଏ ଆଇ ଟି ଡି ଏ ଗଦାଧର ପାତ୍ର ଓ ମୁଖ୍ୟ ନିର୍ବାହୀ ଅର୍ମାସ ଗୁଣ୍ଡିଚା ବେହେରା ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହି ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ…
ଫୁଲବାଣୀ,୧୦/୦୪ (ସୁନୀଲ ପଟ୍ଟନାୟକ ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳଅତିରିକ୍ତ ଜିଲ୍ଲା ପାଳ କୁଷଲ୍ ଚନ୍ଦ୍ର ନାୟକ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବାଣୀଜ୍ୟ ମେଳା ର ପରାମର୍ଶଦାତା ଭଗବାନ ମହାନ୍ତି, ଫୁଲବାଣୀ ସରକାରୀ ମେଡିକାଲ କଲେଜ ଡିନ ତଥା ସୁପରି ଟେଣ୍ଡ ଣ୍ଟ ଡାକ୍ତର ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ…