Author: Janabani News

ବେଲଗୁଣ୍ଠା,୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍‌ ଗୋବରା ମୁଖ୍ୟ ସଡ଼କରେ ଚଳିତବର୍ଷ ପ୍ରଥମ ଥର ପାଇମ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବିଘ୍ନ ବିନାୟକ ପୂଜା କମିଟି ତତ୍ତ୍ୱାବଧାନରେ ଆସନ୍ତା ଅକ୍ଟୋବର ୧୬ ତାରିଖରୁ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶୁଭଖୁଣ୍ଟି ସ୍ଥାପନ ଅବସରରେ ପୂଜକ ପିଷ୍ଟପ ରଥଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପୂଜା ପରେ ପାରମ୍ପରିକ ବାଦ୍ୟବାଜଣା ସହ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଦୁର୍ଗା ପୂଜାକୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।

Read More

ବେଲଗୁଣ୍ଠା,୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍‌ ଗୋବରା ମୁଖ୍ୟ ସଡ଼କରେ ଚଳିତବର୍ଷ ପ୍ରଥମ ଥର ପାଇମ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବିଘ୍ନ ବିନାୟକ ପୂଜା କମିଟି ତତ୍ତ୍ୱାବଧାନରେ ଆସନ୍ତା ଅକ୍ଟୋବର ୧୬ ତାରିଖରୁ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶୁଭଖୁଣ୍ଟି ସ୍ଥାପନ ଅବସରରେ ପୂଜକ ପିଷ୍ଟପ ରଥଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପୂଜା ପରେ ପାରମ୍ପରିକ ବାଦ୍ୟବାଜଣା ସହ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଦୁର୍ଗା ପୂଜାକୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।

Read More

ବେଲଗୁଣ୍ଠା,୦୭।୧୦,(ଶିବରାମ ଚୌଧୁରୀ):ମଙ୍ଗଳପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅବସରରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ସ୍ୱଚ୍ଛତା ସଚେତନତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସହ ପୁରସ୍କାର ବିତରଣ କରାଯାଇଥିଲା। ପରେ ବୃକ୍ଷରୋପଣ କରାଯାଇ ସବୁଜ ପରିବେଶ ପାଇଁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଆହ୍ୱାନ ଦିଆଯାଇଥିଲା। ଗ୍ରାମ ସ୍ତରରେ ପାଲା ମାଧ୍ୟମରେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସାମାଜିକ ଦାୟିତ୍ୱ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା।ଗ୍ରାମବାସୀଙ୍କୁ ଖୋଲାରେ ଶୌଚ ନକରିବା, ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଗ୍ରାମ କଲ୍ୟାଣ ସମିତି ପାଣ୍ଠିର…

Read More

ପୁରୁଷୋତ୍ତମପୁର,୭।୧୦(କୃଷ୍ଣ ଚନ୍ଦ୍ର ସମୟରେ):ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରେ ଭକ୍ତଙ୍କ ଆସ୍ଥା ଓ ଶ୍ରଦ୍ଧାରୁ ପୁଣିଥରେ ବଡ଼ ଅର୍ଥରାଶି ସଂଗୃହୀତ ହୋଇଛି। ମନ୍ଦିର ହୁଣ୍ଡିରୁ ମୋଟ ୨୫ ଲକ୍ଷ ୯୧ ହଜାର ୭୪୩ ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି।ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ହୁଣ୍ଡିରେ ଜମା ହୋଇଥିବା ଅର୍ଥରାଶି ଗଣନା କରାଯିବା ପରେ ଏହି ଆୟର ପରିମାଣ ସ୍ପଷ୍ଟ ହୋଇଛି। ପୁରୁଷୋତ୍ତମପୁର ତହସିଲଦାର ତଥା ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଏକ୍ସିକ୍ୟୁଟିଭ୍ ଅଫିସର ବିନୋଦ କୁମାର ବେହେରାଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।ଅଧିକୃତ ସୂଚନା ଅନୁଯାୟୀ, ହୁଣ୍ଡିରୁ ମିଳିଥିବା ମୋଟ ନଗଦ ଅର୍ଥରାଶି ୨୫,୯୧,୭୪୩ ଟଙ୍କା, ଅର୍ଥାତ୍ ‘ପଚିଶ ଲକ୍ଷ ଏକାନବେ ହଜାର ସାତଶହ ତେୟାଳିଶ ଟଙ୍କା’। ତେବେ ଏହି ଗଣନାରେ ମନ୍ଦିର ହୁଣ୍ଡିରୁ ମିଳିଥିବା ଅଳଙ୍କାର ଓ ବିଦେଶୀ ମୁଦ୍ରାର ମୂଲ୍ୟ ସାମିଲ କରାଯାଇନାହିଁ। ଏଗୁଡ଼ିକର ମୂଲ୍ୟାୟନ ଓ ହିସାବ ଅଲଗା…

Read More

କୋଦଳା,୭।୧୦(ବାପୁନି ମାଲୁ):ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ 14 ଏବଂ 17 ବର୍ଷରୁ କମ ବାଳକ ଓ ବାଳିକା ବର୍ଗକୁ ନେଇ 70 ତମ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ପ୍ରାୟୋଜିତ ଏବଂ ବେଗୁନିଆପଡା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ କୁମାରୀ ମହାପାତ୍ର ଅଧ୍ୟକ୍ଷତା ବେଳେ ଆସିକା ଲୋକସଭା ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ସମୁଖରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଥିଲେ l ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଦ୍ୟାର୍ଥୀ ମାନଙ୍କୁ ଆଗକୁ ନେବାପାଇଁ…

Read More

ଭବାନୀପାଟଣା,୭।୧୦(କିଶନ ଶର୍ମା):ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଆଜି ମା ମାଣିକେଶ୍ୱରୀ ମନ୍ଦିର ନିକଟରୁ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ସେବା ଜ୍ୟୋତି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ପରିପେକ୍ଷୀରେ ଆଜି ସକାଳ ୮.୩୦ ମି ସମୟରେ ସେବା ଜ୍ୟୋତି କଳସ ଯାତ୍ରା ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତନ୍ମୟ କୁମାର ଦରୱାନ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଉପ ନିର୍ଦ୍ଦେଶକ ଯୋଜନା ଓ ସ୍ଵମନ୍ନୟ ଶ୍ରୀକାନ୍ତ ଦଳେଇ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ,ବି ଡି ଓ ଭବାନୀପାଟଣା ଚନ୍ଦନ ଭୋଇ,ଜିଲ୍ଲା କ୍ରୀଡା ଅଧିକାରୀ ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅଂଶୁମାନ ବାବୁ ଙ୍କ ସହ ଶତାଧିକ ମହିଳା ମୁଣ୍ଡରେ କଳସ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଭାରତ ର ଆତ୍ମବିଶ୍ୱାସ, ସାମର୍ଥ୍ୟ ଓ ନୂଆ ଭାରତର ସଂକଳ୍ପ କୁ ନେଇ ଦେଶାତ୍ମବୋଧକ ନାରା ଦେଇ କଳସ…

Read More

ବେଲଗୁଣ୍ଠା,୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍‌ ଗୋବରା ମୁଖ୍ୟ ସଡ଼କରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ମାଆ ଗଜଲକ୍ଷ୍ମୀ ପୂଜା କମିଟି ତତ୍ତ୍ୱାବଧାନରେ ଆସନ୍ତା ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶୁଭଖୁଣ୍ଟି ସ୍ଥାପନ ଅବସରରେ ପୁରୋହିତ ବୁଲୁ ମହାପାତ୍ର ଓ ସନ୍ତୋଷ ପତିଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ପରେ ପାରମ୍ପରିକ ବାଦ୍ୟବାଜଣା ସହ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଗଜଲକ୍ଷ୍ମୀ ପୂଜାକୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।

Read More

ବେଲଗୁଣ୍ଠା,୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍‌ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଛାତ୍ର ସଂସଦ ନିର୍ବଚ଼ନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାରପ୍ରଧାନ, ଡ଼. ପ୍ରଫୁଲ କୁମାର ଜେନା, ଅଶୋକ କୁମାର ସ୍ଵାଇଁ, ଅଧ୍ୟାପିକା ପିଙ୍କି ପାତ୍ର, ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ନିର୍ବାଚ଼ନ ସଂପର୍କିତ ନିର୍ଦ୍ଦେଶ ନାମା ସଂପର୍କରେ ଆଲୋଚ଼ନା ହୋଇଥିଲା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିର୍ବାଚ଼ନ କରିବାପାଇଁ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା ନିର୍ବାଚ଼ନ ସଂପର୍କତସମସ୍ତ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଓ ଅବଗତ କରାଯାଇଥିଲା ଆସନ୍ତା ତା-15/10/2026 ରେ ନିର୍ବାଚ଼ନହେବ ବୋଲି ସୂଚ଼ନା ଦିଆଯାଇଥିଲା

Read More

ଫୁଲବାଣୀ,୦୭।୧୦(ସୁନୀଲ ପଟନାୟକ):ଲୋକଂକ ସମସ୍ୟା ତୁରନ୍ତ ସମାଧାନ ସହ ଜିଲ୍ଲାର ଉନ୍ନତୀ ପାଇଁ ସର୍ବଦା ସଜାଗ ରହି ସମସ୍ତ କାର୍ଯ୍ୟ ନିୟମିତ ତଦlରଖ କରି ସମସ୍ତ ଙ୍କ ପ୍ରଶଂସା ସାଉଁଟି ଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ l ଗତ କାଲି ବିଧାୟକ ଙ୍କ ଉପସ୍ଥିତି ରେ ଫୁଲବାଣୀ ର ପଂଚାୟତ ଭବନ ରେ ଅନୁଷ୍ଠିତ ସ୍ଵତନ୍ତ୍ର ଅଭିଯୋଗ ଶୁଣାଣି ରେ ୨୨୫ଅଭିଯୋଗ ର ସମାଧାନ କରିଥିଲେ l ସେହିପରି ପ୍ରତି ସୋମବାର ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଂଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିର ଗୁଡ଼ିକ ରେ ଆସୁଥିବା ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ର ନିୟମିତ ସମାଧାନ କରୁଥିବାରୁ ଗ୍ରାମାଂଚଳ ର ଲୋକେ ବେଶ ଖୁସୀ ବ୍ୟକ୍ତ କରିଛନ୍ତି l ସେହିପରି ବ୍ଲକ୍ ବିଡ଼ିଓ ମାନେ ମଧ୍ଯ ପଂଚାୟତ ଗସ୍ତ କରି ପଂଚାୟତ ଲୋକଂକ ସମସ୍ୟା ସମାଧାନ କରୁ ଛନ୍ତି l ଫଳରେ ଗ୍ରାମାଂଚଳ ର ଲୋକଂକ…

Read More

ପୋଲସରା ୭/୧୦(କୁମୁଦ ଚନ୍ଦ୍ର ବେହେରା):ପୋଲସରା ବ୍ଲକରେ ବୁଧବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବିଜେଡିର ଏହି ପଦଯାତ୍ରା ମଧୁପଲ୍ଲୀ ପଞ୍ଚାୟତର ସୁନାରିବୁଗୁଡ଼ା ସ୍ଥିତ ବୈଦ୍ୟନାଥ ଶୈବ ପୀଠ ରୁ ଆରମ୍ଭ କରି ବୁଢ଼େଇଶୁଣି ପଂଚାୟତର ଲକ୍ଷ୍ମଣ ପଲ୍ଲୀ, ଗୋଠଳୀ ଓ ବୁଢ଼େଇଶୁଣି ରେ ପହଞ୍ଚି ଥିଲା। ପଦଯାତ୍ରା ବୁଢ଼େଇ ଶୁଣି ଠାରେ ପହଁଚିବା ପରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ବିଜେପି ଲୋକମାନଙ୍କୁ ବୁଲି ବୁଲି ମିଛ କଥା କହି ସରକାର କୁ ଆସିଛି। ଭତ୍ତା ୩ହଜାର ୫ ଶହ ଟଙ୍କା ଦେବାକୁ କହିଥିଲା, ମହିଳା ମାନଙ୍କୁ ବର୍ଷକୁ ୫୦ହଜାର ଟଙ୍କା ଦେବା ସାଙ୍ଗକୁ ମାସକୁ ୩ଶହ ୟୁନିଟ ମାଗଣା ବିଦ୍ୟୁତ, ଆଦି ସବୁ ଦେବ ବୋଲି କହିଥିଲା କିନ୍ତୁ ଦେଇପାରିଲା ନାହିଁ। ଶାସକ ଦଳର ଏ ସବୁ ନାଟକବାଜି, ମିଛୁଆ ସରକାର ବୋଲି ପୂର୍ବତନ ଶ୍ରମ ମନ୍ତ୍ରୀ…

Read More

ନୂଆପଡ଼ା,୭।୧୦(ପରମେଶ୍ୱର ମେହେର):ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ପ୍ରକାଶିତ ବଦଳି ନିର୍ଦ୍ଦେଶ ଅନୁସାରେ ୨୦୨୦ ବ୍ୟାଚର ଆଇଏଏସ ଅଫିସର ।ଫିସର ମଧୁସ୍ମିତାଙ୍କୁ ନୂଆପଡାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନା ଅନୁଯାୟୀ, ବର୍ତମାନର ବର୍ତମାନର ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସେଠାରୁ ବଦଳି କରାଯାଇ ଭୁବନେଶ୍ବର ସାଧାରଣପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ, ପିଜି) ବିଭାଗର ଅତିରିକୁ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନୂଆ ଜିଲ୍ଲାପାଳ ମଧୁସ୍ମିତା ଜଣେ ଦକ୍ଷ ଓ ଯୁବ ପ୍ରଶାସକ ଭାବେ ପରିଚିତ। ୨୦୨୦ ବ୍ୟାଚର ଏହି ଆଇଏଏସ ଅଫିସର ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ, ପିଡି ଡିଆରଡିଏ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଜଣେ ମହିଳା ଜିଲ୍ଲାପାଳ ଭାବେ ନୂଆପଡା ଭଳି ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି। ନୂଆପଡା ଏକ ଆଦିବାସୀ ଅଧ୍ଯୁଷିତ ଓ ସୀମାନୁ…

Read More

ନୂଆପଡ଼ା,୦୭।୧୦(ପରମେଶ୍ୱର ମେହେର):ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ପରିପ୍ରେକ୍ଷୀରେ, ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ନୂଆପଡ଼ା ଜିଲ୍ଲାରେ ଆଜିଠାରୁ ୩ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।ଅଭିଯାନ ଅଧୀନରେ ବୁଥସ୍ତରୀୟ ଅଧିକାରୀ (BLO)ମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇ ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରିବା ସହ ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିବା ପାଇଁ ଘରକୁ ଘର ଯାଇ ସଚେତନତା ଓ ସହଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ୧୮ ବର୍ଷ ବୟସ ପୂରଣ କରିଥିବା ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି।ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଓ ନୂତନ ଯୋଗ୍ୟ ଭୋଟରମାନେ ନିଜ ଅଞ୍ଚଳର ବୁଥ୍‌ରେ ନିୟୋଜିତ BLOଙ୍କ…

Read More