Author: Janabani News

ବାଲିଗୁଡା,୦୬।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ):ଘରେ କେହି ନଥିବାର ସୁଯୋଗ ନେଇ ଝରକା ବାଟେ ପଶି ସୁନା ଅଳଙ୍କାର ଚୋରି। ଚୋରି କରିଥିବା ସୁନା ବିକ୍ରି କରି ସେହି ଟଙ୍କାରେ ଟ୍ରାକ୍ଟର କିଣିଥିବା ଅଭିଯୋଗରେ କୋଟଗଡ଼ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୨.୦୮୫ ଗ୍ରାମ ସୁନା, ନଗଦ ୨,୧୦୦ ଟଙ୍କା ଏବଂ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩୦ ତାରିଖ ରାତିରେ ଶ୍ରୀରାମପୁର ଗ୍ରାମର ଲୁସିଆନ ବଡ଼ନାୟକ ଓ ତାଙ୍କ ପରିବାର ସଦସ୍ୟ ଘରେ ନଥିବା ସମୟରେ ଅଭିଯୁକ୍ତମାନେ ଝରକା ଦେଇ ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଆଲମାରୀ ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ଚୋରି କରି ନେଇଥିଲେ।ଚୋରି ହୋଇଥିବା ସୁନା ଅଳଙ୍କାରକୁ ବିକ୍ରି କରି ମିଳିଥିବା ଟଙ୍କାରେ ଅଭିଯୁକ୍ତ ମାନେ ଏକ ଟ୍ରାକ୍ଟର କିଣିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ କୋଟଗଡ଼ ଥାନା କେସ୍‌ ନଂ-୧୮୪, ତାରିଖ…

Read More

ବୁଗୁଡା,୭।୧୦(ପୂର୍ଣ୍ଣ ଚନ୍ଦ୍ର ବାରିକ):ବୁଗୁଡ଼ା ସହର ହାଇସ୍କୁଲ ଛକ ରାସ୍ତାକଡ଼ରେ ଦୋକାନ କରିଥିବା ରବିନାରାୟଣ ପଣ୍ଡା( ୪୫) ନାମକ ଜଣୈକ ଦୋକାନୀ କୀଟନାଶକ ବିଷ ଖାଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ , ସୋମବାର ଅପରାହ୍ନରେ ରବି ପାରିବାରିକ ଅଶାନ୍ତି କାରଣରୁ ଚାଉଳ ପୋକମରା ବିଷ ଖାଇଦେଇ ତାଙ୍କର ଦୋକାନ ଆଗରେ ପାଟିରୁ ଫେଣ ବାହାର କରି ଅଚେତ ଅବସ୍ଥାରେ ପଡିରହିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Read More

ବେଲଗୁଣ୍ଠା,୦୬।୧୦(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମ ପଣସସାହିରେ ବିଦ୍ୟୁତ୍ ଆଘାତରେ କୃଷ୍ଣ ଡାକୁଆ (୪୨)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ସେ ଘରର ବିଦ୍ୟୁତ୍ ସଜାଡ଼ୁଥିବା ବେଳେ ଅସାବଧାନତାବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ।ପରିବାର ଲୋକ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ବେଲଗୁଣ୍ଠା ପୁଲିସ ଭଞ୍ଜନଗର ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କୃଷ୍ଣ ଜଣେ ଦିନମଜୁରିଆ ହୋଇଥିବା ବେଳେ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ମୃତ୍ୟୁରେ ସ୍ତ୍ରୀ ଓ ଦୁଇ ଛୋଟ ଛୁଆଙ୍କୁ ନେଇ ପରିବାର ଅସହାୟ ହୋଇପଡ଼ିଛି।…

Read More

ଭବାନୀପାଟଣା,୬।୧୦(କିଶନ ଶର୍ମା):ଆଜି ସ୍ଥାନୀୟ ଟାଉନ ହଲ ଠାରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ନିକଟରେ ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନା ର ସୁଫଳ ପହଞ୍ଚାଇବା, ଜନ ସହଭାଗିତା ବଢ଼ାଇବା ଓ ସେବାକୁ ସାମୂହିକ ଆନ୍ଦୋଳନ ର ରୂପ ଦେବାକୁ ଜିଲ୍ଲାରେ ଗତ ୧୭ ସେପ୍ଟେମ୍ବର ରୁ ବିଭିନ୍ନ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି।ଏହି ପରିପେକ୍ଷୀରେ ଗତ ୨୮ ସେପ୍ଟେମ୍ବର ୨୦୨୬ ରୁ ୬ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ଓ ସାଂସ୍କୃତିକ ଦଳ ଗୁଡ଼ିକ ଅଂଶଗ୍ରହଣ କରି ଜିଲ୍ଲାର ୧୩ ଟି ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଜନ କଲ୍ୟାଣକାରୀ ଯୋଜନାର ସଫଳତାକୁ ପ୍ରତିଫଳିତ କରୁଥିବା ୩୦୭ ଟି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ।ଆଜି ଓଡ଼ିଶା ସଙ୍ଗୀତ ନାଟକ…

Read More

ଫୁଲବାଣୀ,୦୬।୧୦(ସୁନୀଲ ପଟ୍ଟନାୟକ):ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ‘ନମୋ ସେବା ଗାଥା’ ଶୀର୍ଷକ ଏକ ସଚେତନତାଧର୍ମୀ ନାଟକ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ, ଆଇଟିଡିଏ (ITDA) ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୁଧିଷ୍ଠିର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏବଂ ବିଶିଷ୍ଟ ସମାଜସେବୀ ପଣ୍ଡିତ ବିଶିମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।ଭୁବନେଶ୍ୱରର ସୁନାମଧନ୍ୟ ‘ହରି ଭାଇ କମେଡି ଗ୍ରୁପ୍’ର କଳାକାରମାନଙ୍କ ଦ୍ୱାରା ନାଟକଟି ଅତ୍ୟନ୍ତ ନିଖୁଣ ଓ ମନୋରଞ୍ଜନପୂର୍ଣ୍ଣ ଶୈଳୀରେ ପରିବେଷଣ କରାଯାଇଥିଲା। ହସ-ଖୁସି ଓ ସାମାଜିକ ବାର୍ତ୍ତା ମାଧ୍ୟମରେ କଳାକାରମାନେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ।ଫୁଲବାଣୀ ସହରର ବହୁ ବୁଦ୍ଧିଜୀବୀ, ସାଧାରଣ ଜନସାଧାରଣଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି…

Read More

ତୁମୁଡ଼ିବନ୍ଧ,୬।୧୦(ବାଳକୃଷ୍ଣ ଚର୍ଚି): ତୁମୁଡ଼ିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ବିଦ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତୀ ବନଜା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁନୀଲ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ନାରୀ ଶିକ୍ଷିତ ଓ ସଶକ୍ତ ହେଲେ ସମାଜର ବିକାଶ ସହ ବିକଶିତ ଭାରତ ଗଠନ ସମ୍ଭବ ବୋଲି ସେ ମତ ଦେଇଥିଲେ।ଏହି ଅବସରରେ କୁଇଜ୍, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Read More

ବୁଗୁଡ଼ା,୦୬।୧୦(ପୂର୍ଣ୍ଣଚନ୍ଦ୍ର ବାରିକ): ୮ ବର୍ଷ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଥିବାବେଳେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ୨୦୧୭ ପରେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ହେବାକୁ ଯାଉଥିବାରୁ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଉତ୍ସାହର ପରିବେଶ ଦେଖାଦେଇଛି।ନିର୍ବାଚନୀ ବିଜ୍ଞପ୍ତି ଅକ୍ଟୋବର ୭ ତାରିଖରେ ପ୍ରକାଶ ପାଇବା ସହ ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ମତଦାନ ଓ ଭୋଟ ଗଣତି ଅକ୍ଟୋବର ୧୫ ତାରିଖରେ ହେବ ଏବଂ ୧୬ ତାରିଖରେ ନବନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।ନିର୍ବାଚନ ଘୋଷଣା ପରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲସ କଲେଜ କ୍ୟାମ୍ପସଗରେ ଚର୍ଚ୍ଚା ଓ ରାଜନୈତିକ ତତ୍ପରତା ବଢ଼ିଛି। ବିଭିନ୍ନ ଛାତ୍ର ସଂଗଠନ ନିଜ ନିଜ ପ୍ରାର୍ଥୀ ଚୟନ ଓ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଦୀର୍ଘ…

Read More

ବୋଲଗଡ଼,୬।୧୦(ସୁଶାନ୍ତ କୁମାର ପ୍ରଧାନ):୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁସାରେ, ସାମ୍ବାଦିକ ଦୀପକ କୁମାର ଗତକାଲି ରାତି ପ୍ରାୟ ୮.୩୦ ମିନିଟ୍ ସମୟରେ ବିନୋଦପଡ଼ା ନିକଟରୁ ନିଜ କାର୍ଯ୍ୟ ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଚମ୍ପତି ହୋଟେଲ ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ବାଇକ୍ ସହ ତାଙ୍କ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ସେ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡିଥିଲେ। ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଥିଲେ। ଏମ୍ସରେ ତାଙ୍କ ମୁଣ୍ଡରେ ୧୦ଟି ସ୍ଥାନରେ ସିଲେଇ…

Read More

ବେଗୁନିଆପଡ଼ା,୬।୧୦(ବାପୁନି ମାଲୁ):ସ୍ୱଚ୍ଛତା ପାଇଁ ସରକାରୀ ଯୋଜନାରେ ନିର୍ମାଣ ହୋଇଛି ଗୋଷ୍ଠୀ ଶୌଚାଳୟ। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ ହୋଇଛି, ତାହା କେତେଦୂର ସଫଳ? ଏଭଳି ଏକ ବଡ଼ ପ୍ରଶ୍ନ ଏବେ ବେଗୁନିଆପଡ଼ା ବ୍ଲକର ଗୋଷ୍ଠୀ ଶୌଚାଳୟକୁ ନେଇ ଉଠିଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ପରିସରରେ ଥିବା ଗୋଷ୍ଠୀ ଶୌଚାଳୟର ଅବ୍ୟବସ୍ଥା ଏବେ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। କିଛି ଶୌଚାଳୟରେ ତାଲା ଝୁଲୁଥିବା ବେଳେ, ଆଉ କିଛି ଶୌଚାଳୟ ଅତ୍ୟନ୍ତ ଅପରିଷ୍କାର ହୋଇ ପଡ଼ିରହିଛି। ଏପରିକି କେତେକ ସ୍ଥାନ ଶୌଚାଳୟ ନୁହେଁ, ବରଂ ଗୋଦାମ ଘର ଭଳି ବ୍ୟବହାର ହେଉଥିବା ଅଭିଯୋଗ ମଧ୍ୟ ଆସିଛି। ସବୁଠାରୁ ଗୁରୁତର କଥା ହେଉଛି, ଶୌଚାଳୟରେ ନିୟମିତ ପାଣି ଆସୁନଥିବା ଅଭିଯୋଗ ରହିଛି। ଫଳରେ ବ୍ଲକ୍ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ସାଧାରଣ ଲୋକେ ଶୌଚାଳୟ ବ୍ୟବହାର କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳାମାନେ ଅଧିକ ହଇରାଣ ହେଉଥିବା…

Read More

ଫୁଲବାଣୀ,୦୬।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ରଟିଙ୍ଗିଆ ପଞ୍ଚାୟତର ଅଞ୍ଚଳର ଆର୍ଥିକ ଭାବେ ଦୁର୍ବଳ ପରିବାରର ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ାଇବା ଲକ୍ଷ୍ୟରେ ଦି ଗୁଡ ସମରିଟାନ୍ସ ଅନୁଷ୍ଠାନ ପକ୍ଷରୁ ଆର. ପଡ଼ିକିଆ ଓ କଲିନାଯୁ ଗ୍ରାମରେ ଦୁଇଟି ମାଗଣା ଶିକ୍ଷା କେନ୍ଦ୍ର ଆରମ୍ଭ କରାଯାଇଛି।ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ସମୟ ବ୍ୟତୀତ ଅନ୍ୟ ସମୟରେ ପାଠପଢ଼ା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଓ ସହାୟତା ପାଇପାରୁନଥିବାରୁ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଉନ୍ନତି କରିପାରୁନାହାନ୍ତି। ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନେ ଘରୋଇ ଟ୍ୟୁସନ୍‌ର ସୁବିଧାରୁ ବଞ୍ଚିତ ହେଉଛନ୍ତି।ଏହି ସମସ୍ୟାକୁ ଦୃଷ୍ଟିରେ ରଖି ନିୟମିତ ପାଠପଢ଼ା, ହୋମୱାର୍କରେ ସହାୟତା, ପରୀକ୍ଷା ପ୍ରସ୍ତୁତି ସହିତ ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ନିମନ୍ତେ ମାଗଣା ଶିକ୍ଷା କେନ୍ଦ୍ର ଖୋଲିବା ପାଇଁ ପଞ୍ଚାୟତ ଓ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠାନକୁ ଅନୁରୋଧ କରାଯାଇଥିଲା। ଏହି ଅନୁରୋଧକୁ ଗ୍ରହଣ କରି ଅନୁଷ୍ଠାନ ପକ୍ଷରୁ ମାଗଣା ଶିକ୍ଷା…

Read More

ଫୁଲବାଣୀ,୬।୧୦( ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ଆଡ଼ିବଙ୍ଗା ଗ୍ରାମର ଦାଦନ ଶ୍ରମିକ ସନ୍ତୋଷ ମଲ୍ଲିକ (୪୬)ଙ୍କ କେରଳ ରାଜ୍ୟରେ ଆଜି ସକାଳେ ହଠାତ୍ ମୃତ୍ୟୁ ଘଟିଛି। ତାଙ୍କ ମରଶରୀର କେରଳର କନ୍ନୁର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ରହିଥିବା ଜଣାପଡ଼ିଛି।ପରିବାରର ଜୀବିକା ନିର୍ବାହ ପାଇଁ ସନ୍ତୋଷ ଦୀର୍ଘଦିନ ଧରି କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀ ସ୍ନେହଲତା ମଲ୍ଲିକଙ୍କ ସମେତ ୫ ଜଣ ପୁଅଝିଅ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରକାରୀଙ୍କୁ ହରାଇ ପରିବାରଟି ଏବେ ଅତ୍ୟନ୍ତ ଦୁର୍ଦ୍ଦିନରେ ପଡ଼ିଛି।ମରଶରୀରକୁ କେରଳରୁ ନିଜ ଜନ୍ମମାଟି ଆଡ଼ିବଙ୍ଗାକୁ ଆଣିବା ପାଇଁ ଆବଶ୍ୟକ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାର ସାମର୍ଥ୍ୟ ପରିବାରର ନଥିବାରୁ ମୃତକଙ୍କ ସ୍ତ୍ରୀ ସ୍ନେହଲତା ମଲ୍ଲିକ ସାମାଜିକ ସଂଗଠନ ‘ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ’ (ସ୍ୱାକ)ର ସଭାପତି ଆମନ ଚନ୍ଦ୍ର ନାୟକଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ…

Read More

ଶେରଗଡ, ୫।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଶେଷରେ ଗୋମାତାଙ୍କୁ ବି ଛାଡ଼ିଲେନି ଚୋର! ଗଞ୍ଜାମ ଜିଲ୍ଲା ଶେରଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ପଞ୍ଜାରେ ପଡ଼ିଛନ୍ତି ଗୋ-ଚୋର।ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଭୁସୁଣ୍ଡା କେନାଲ ନିକଟରୁ ଚୋରା ଚାଲାଣ ହେଉଥିବା ୧୦ଟି ଗାଈକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଶେରଗଡ଼ ପୋଲିସ। ଏହା ସହିତ ଏହି ଗୋ-ଚୋରା ଚାଲାଣ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚୁରା ଚଳାଇଛି।ମିଳିଥିବା ସୂଚନା ଅନୁସାରେ, ଶେରଗଡ଼ ପୋଲିସ ଟିମ୍ ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ଭୁସୁଣ୍ଡା କେନାଲ ନିକଟରେ ଏକ ସନ୍ଦେହଜନକ ଗାଡ଼ିକୁ ରୋକି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗାଡ଼ି ଭିତରୁ ୧୦ଟି ଗାଈ ଉଦ୍ଧାର ହୋଇଥିଲେ। ଗାଡ଼ିର ନମ୍ବର OD-24-H-4584 ବୋଲି ଜଣାପଡ଼ିଛି।ତେବେ ଏହି ଗାଈଗୁଡ଼ିକୁ କେଉଁଠାରୁ ଚୋରି କରାଯାଇଥିଲା ଏବଂ କେଉଁଆଡ଼େ ନିଆଯାଉଥିଲା, ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ…

Read More