ବେଲଗୁଣ୍ଠା,୮।୧୦(ଶିବରାମ ଚୌଧୁରୀ):ଚାରି ଦଫା ଦାବି ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ବେଲଗୁଣ୍ଠା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ଏହି ବନ୍ଦ ଅବସରରେ ଇଣ୍ଡି ମେଣ୍ଟର ନେତା ଓ କର୍ମୀମାନେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଥିଲେ। ମେଣ୍ଟ ପକ୍ଷରୁ ଦାବିଗୁଡ଼ିକ ମଧ୍ୟରେ ଏମ୍ଏମ୍ଡିଆର୍ ଆଇନ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଅନ୍ୟତମ ଥିଲା।ବନ୍ଦ ଅବସରରେ ଭାରତୀୟ କଂଗ୍ରେସର ଏକ ଟିମ୍ କଣ୍ଟେଇପଲ୍ଲୀ, ବଡ଼ବୋରସିଂ, ଗାଙ୍ଗପୁର ଓ ଗୋବରାରେ ପହଞ୍ଚି ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଥିଲେ। ପରେ ଷଡ଼ଙ୍ଗୀପଲ୍ଲୀ, ଇଙ୍ଗିନାଠି, ରତଙ୍ଗ ଓ ଡିମ୍ବିରିପଲ୍ଲୀ ଦେଇ ବେଲଗୁଣ୍ଠା ମୁଖ୍ୟ ସଡ଼କ, ଋଷିକୂଲ୍ୟା ବ୍ୟାଙ୍କ ଶାଖା,…
Author: Janabani News
ବାଲିଗୁଡ଼ା,୦୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି। ସହରର ପ୍ରମୁଖ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଥିବାବେଳେ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ଉଲ୍ଲେଖନୀୟ ଭାବେ କମିଯାଇଥିଲା। ଏହାର ସିଧାସଳଖ ପ୍ରଭାବ ସହରର ଦୈନନ୍ଦିନ ଜୀବନଯାତ୍ରା ଉପରେ ପଡ଼ିଛି। ବନ୍ଦକୁ କେବଳ ଦୋକାନବଜାର ବନ୍ଦରେ ସୀମିତ ନରଖି ବାଲିଗୁଡ଼ାରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଏହି ୧୨ଘଣ୍ଟିଆ ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ଦଳ ପକ୍ଷରୁ ମୋଟରସାଇକେଲ ରାଲି କରାଯାଇ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା। ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କୁ ବନ୍ଦକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ। ବାଲିଗୁଡ଼ା କଂଗ୍ରେସ ସଭାପତି କାମରାଜ ଦିଗାଲଙ୍କ ନେତୃତ୍ୱରେ ଏହି ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନଗର କଂଗ୍ରେସ ସଭାପତି ସାଗର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବକ୍ସି, ନଗର କଂଗ୍ରେସ ଉପସଭାପତି ଭୀମ ବିନ୍ଧାଣି,…
ଚିକିଟି,୮।୧୦(ନିଗମାନନ୍ଦ ପଣ୍ଡା):ଶାସକ ଭାଜପାର ବିଜୟ ପାଇଁ ଦେଶର ନିର୍ବାଚନ କମିଶନଙ୍କ ଭୋଟ ଚୋରୀକୁ ବିରୋଧ କରି ତଥା ଅନ୍ୟାନ୍ୟ ଦାବି ନେଇ ବିରୋଧୀ ଦଳମାନଙ୍କ ଦ୍ଵାରା ଆହୂତ ଓଡିଶା ବନ୍ଦ ଆଜି ଚିକିଟି ରେ ଆଂଶିକ ସଫଳ ହୋଇଛି । ଆଜି ପୂର୍ବାହ୍ନରେ ବହୁସଂଖ୍ୟାରେ ଇଣ୍ଡିଆ ବ୍ଲକ ନେତୃତ୍ୱ ଏବଂ ସମର୍ଥିତ ଯୁବକ ଶତାଧିକ ବାଇକ ରାଲିରେ ଆସି ଧାନଘର ଛକ, ଚିକିଟି ଗଡ଼, ଚିକିଟି ପେଣ୍ଠ ପରିକ୍ରମା କରିବା ସହ ବିଭିନ୍ନ ସରକାରୀ ଅଫିସ ଆଗରେ ପିକେଟିଂ କରି ବନ୍ଦ କରାଇବା ସହ ଦୋକାନ, ବଜାର ବନ୍ଦ ପାଇଁ ଶାନ୍ତିପୂର୍ଣ ଭାବେ ଆହ୍ୱାନ ଦେଇଥିଲେ । ଭୋଟ ଚୋରୀରେ ସାମିଲ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରର୍ ଇସ୍ତଫା ପ୍ରଦାନ, ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ସଂଶୋଧନ, SIR ପ୍ରକ୍ରିୟାକୁ ବାତିଲ କରିବା, ଏସଆଇଆରରେ ଭୋଟର ତାଲିକାରୁ ବାଦ ପଡିଯାଇଥିବା ଦେଶର ୧୩ କୋଟିରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ପୁନଃ ସାମିଲ…
ବେଗୁନିଆପଡ଼ା,୮।୧୦(ବାପୁନି ମାଲୁ):ଡିଜିଟାଲ୍ ଶିକ୍ଷାକୁ ନେଇ ସରକାରଙ୍କ ବଡ଼ ବଡ଼ ଯୋଜନା ଅଛି । ବିଦ୍ୟାଳୟରେ କମ୍ପ୍ୟୁଟର ଅଛି, ଆବଶ୍ୟକୀୟ ଉପକରଣ ମଧ୍ୟ ରହିଛି। ହେଲେ ଶିକ୍ଷାଦାନ କରିବ କିଏ? କମ୍ପ୍ୟୁଟର ଥାଇ ମଧ୍ୟ ଶିକ୍ଷକ ନଥିବାରୁ ବେଗୁନିଆପଡ଼ା ବ୍ଲକର ଛାତ୍ରଛାତ୍ରୀଙ୍କ ଡିଜିଟାଲ୍ ଶିକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି ।ବେଗୁନିଆପଡ଼ା ବ୍ଲକର ପ୍ରାୟ ୨୫ଟି ଉଚ୍ଚ ବିଦ୍ୟାଳୟରେ ପାଖାପାଖି ୪ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଏତେ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଦେବାକୁ ଆବଶ୍ୟକୀୟ ଶିକ୍ଷକ ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ବେଗୁନିଆପଡ଼ା ବ୍ଲକର ୧୦ଟି ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହୋଇଥିଲେ। ସେହି ସମୟରେ ବିଦ୍ୟାଳୟଗୁଡ଼ିକୁ କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରେ କୁମାରିପାରି, ତାଳସର, ଷଣ୍ଢମୂଳ, ସୁମଣ୍ଡଳ, ବେଗୁନିଆପଡ଼ା, ସ୍ୱର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ କୋଦଳା, ନୋଡାଲ ଉଚ୍ଚ ବିଦ୍ୟାଳୟ…
ଫୁଲବାଣୀ,୦୮।୧୧(ସୁନୀଲ ପଟନାୟକ):ଏମ ଏମ ଡି ଆର୍ ବିଲ ସଂଶୋଧନ ଅଧିନିୟମ ରଦ୍ଦ, ଜ୍ଞାନେଶ କୁମାର ଓ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା, ବନ୍ୟା ବିପନ୍ନ ଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦାବୀ କରି କଂଗ୍ରେସ୍ ସମେତ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ଦ୍ଵାରା ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ପଡ଼ିଥିବା ଦେଖିବାକୁ ମିଳିଛି l ଦୋକାନ ବଜାର, ବ୍ୟାଙ୍କ୍, ସମସ୍ତ ଶିକ୍ଷାନୁଷ୍ଠାନ ପେଟ୍ରୋଲ ପମ୍ପ, ସମେତ ଗାଡି ମୋଟର ଚଳା ଚଳ ବନ୍ଦ୍ ରହିଥିଲା l ସେହିପରି ସକାଳୁ ସକାଳୁ ଶତାଧିକ କଂଗ୍ରେସ୍ କର୍ମୀ, ସମାଜବାଦୀ ପାର୍ଟି କର୍ମୀ ମିଶି ପିକେଟିଂ କରିବା ଫଳରେ କେତେକ ସରକାରୀ କାର୍ଯ୍ୟାଳୟ ମଧ୍ଯ ବାହାରୁ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା l କଂଗ୍ରେସ୍ କର୍ମୀ ମାନେ ସହର ର ନୂଆସାହି ଛକ ଓ ଅନ୍ୟାନ୍ୟ ସ୍ଥାନ ରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ…
ବୋଲଗଡ଼,୬।୧୦(ସୁଶାନ୍ତ କୁମାର ପ୍ରଧାନ):ପାଖେଇ ଆସିଲାଣି ମା’ଙ୍କ ପର୍ବ ଶାରଦୀୟ ଦୁର୍ଗାପୂଜା। ଚାରିଆଡେ ସାଜସଜ୍ଜା, ମା’ଙ୍କ ଆଗମନର ଉଲ୍ଲାସ। ହେଲେ ଏହି ଭକ୍ତି ଓ ଆନନ୍ଦ ଭିତରେ କିଛି ଲୋକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ଦେଖିବାକୁ ମିଳୁଛି, କିଛି ତଥାକଥିତ ବ୍ୟକ୍ତି ଏବେ ଠାରୁ ହିଁ ମନ ବଳାଇ ସାରିଲେଣି। ପ୍ଲାନ୍ ରେଡି ସରକାରୀ ଅଫିସ, ବେସରକାରୀ ସଂସ୍ଥା, ଠିକାଦାର, ବ୍ୟବସାୟୀଙ୍କ ପାଖକୁ ଯିବେ। ହାତରେ ଥିବ ଏକ ରସିଦ୍ ବହି, ବୁମ୍, ମୋବାଇଲ କ୍ୟାମେରା ଓ ବେକରେ ପରିଚୟ ପତ୍ର। କହିବେ – “ସାର୍, ଦୁର୍ଗାପୂଜା ସ୍ପେଶାଲ୍ ପେଜ୍ କରୁଛୁ, ଦୁଇ ହଜାର ଦିଅନ୍ତୁ, ଆପଣଙ୍କ ଫଟୋ ସହ ଶୁଭେଚ୍ଛା ଛାପିଦେବୁ।” ନ ଦେଲେ ତା’ପରେ ଆରମ୍ଭ ହେବ ଧମକ, ଖବର କରିଦେବାର ଭୟ !କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେଉଁ ସାମ୍ବାଦିକତା ଲୋକଙ୍କ ସ୍ୱର ହେବା କଥା, ସେହି ସାମ୍ବାଦିକତା ଆଜି ଚାନ୍ଦା ଆଦାୟର ମାଧ୍ୟମ…
ଖଜୁରୀପଡ଼ା,୯।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ଅଞ୍ଚଳରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ଅଞ୍ଚଳରେ ଦୋକାନ ବଜାର ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ଦେଖାଯାଇଛି।ବନ୍ଦକୁ ସମର୍ଥନ କରି କଂଗ୍ରେସ କର୍ମୀ ଓ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିବା ବେଳେ, ଯାନବାହନ ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଫଳରେ ସାଧାରଣ ଜୀବନଯାତ୍ରା କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଛି।ଅନ୍ୟପଟେ, କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଚିକିଟି,୭।୧୦(ନିଗମାନନ୍ଦ ପଣ୍ଡା):ରାମଚନ୍ଦ୍ରପୁର କ୍ଲଷ୍ଟର ଅନ୍ତର୍ଗତ ପିଏମ୍ ଶ୍ରୀ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟିକୁ କ୍ଲଷ୍ଟର ସିଆରସିସି ଧର୍ମରାଜ ବେହେରା ସଂଯୋଜନା କରିଥିଲେ।ଉଦ୍ଘାଟନୀ ସମାରୋହରେ ଚିକିଟି ବ୍ଲକ ଶିକ୍ଷାଧିକାରୀ ପନ୍ନାଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ସୁରଭି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେଏବିଇଓ ମେଘନାଥ ବେହେରା ଓ ଏବିଇଓ ନାୟକ ସେଠୀ ଯୋଗଦେଇଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାମିନା ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସୁରଭି କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର କ୍ଲଷ୍ଟରର ୬ଟି ବିଦ୍ୟାଳୟର ୭୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଯୋଗଦେଇ ନିଜର କଳା, ସୃଜନଶୀଳତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।ଅନୁଷ୍ଠାନରେ ଶିକ୍ଷକ-ଶିକ୍ଷୟିତ୍ରୀ, ଗାଇଡ୍ ଜଜ୍ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା
ଚିକିଟି,୭।୧୦(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ବଡ଼ପଲଙ୍କ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି ୨୦୨୬ ବାହିନୀପତି ସ୍ଥିତ ଓ. ଏସ. ଜି. ଟି. ଆର ଉଚ୍ଚ ବିଦ୍ୟାଳୟ, ଧାନଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ଅମର କୁମାର ସାହୁ, ସହକାରୀ ଶିକ୍ଷକ ଫକୀର ମୋହନ ବିଷୋୟୀ, ଭବାନୀ ମହାପାତ୍ର ଙ୍କ ସୁସଂଯୋଜନାରେ କାର୍ଯ୍ୟକ୍ରମର ରଙ୍ଗୀନ ଝଲକ ସ୍ପଷ୍ଟ ଦେଖିବାକୁ ମିଳିଥିଲା, ଯେଉଁଥିରେ ଶିଶୁମାନେ ଝୁମି ହସି ଉଠିଥିଲେ । ଏହାର ଉଦ୍ଘାଟନୀ ପର୍ବରେ ସମ୍ମାନନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜି. ଜ୍ୟୋତି ରେଡି,ଏସ ଏମ ସି ସଭାପତି ମିନତି ପାଢ଼ୀ, ବିଦ୍ୟାଳୟ କ୍ୟାବିନେଟ ଛାତ୍ରୀ ରାଣୀ ନାୟକଙ୍କ ଦ୍ଵାରା କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ ହୋଇଥିଲା । ଏଥିରେ ଚାନ୍ଦପୁର, ଅମ୍ବାଗାଁ, ଜଗମୋହନପୁର, ବଡ଼ପଲଙ୍କ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧାନଘର ଉଚ୍ଚ ବିଦ୍ୟାଳୟ, ରାମପୁର ପ୍ରାଥମିକ ବିଦ୍ୟାଳୟ ପ୍ରଭୃତିରୁ ପ୍ରାୟ 111 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ…
ଭଞ୍ଜନଗର,୭।୧୦(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଏବେ ହାତୀପଲ ବିକ୍ଷିପ୍ତ ଭାବେ ବୁଲୁଛନ୍ତି। ରାତି ହେଲେ ହାତୀପଲ ଜନବସତି ଆଡ଼କୁ ମୁହାଁଉଥିଲେ ମଧ୍ୟ ବନବିଭାଗ ସେମାନଙ୍କ ଗତିବିଧି ଠଉରାଇ ପାରୁନାହିଁ। ବରଂ ନିକଟବର୍ତୀ ଗାଁ ଗୁଡ଼ିକରେ ଜଙ୍ଗଲି ହାତୀ ନିଜ ଚିହ୍ନ ଛାଡ଼ି ଯାଉଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ଗଜରାଜ ପାଇଁ ମଧ୍ୟ ସଂକଟ ବଢ଼ି ଯାଇଛି। ପୂର୍ବରୁ ଥିବା ଚଲାପଥରେ ହାତୀ ଚଳାଚଳ ନକରି ବିକ୍ଷିପ୍ତ ଭାବେ ବିଚରଣ କରୁଥିବା ବେଳେ ମୁଜାଗଡ ବନାଞ୍ଚଳରେ ଗତ କିଛିଦିନ ହେଲା ୪୮ ଟିକିଆ ହାତୀପଲ ଦୌରାତ୍ମ୍ଯ ଖେଳାଉଛନ୍ତି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ଗ୍ରାମ ଆଖପାଖରେ ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗତ ରାତିରେ ବ୍ରାହ୍ମଣପଦର ଗ୍ରାମ ଠାରୁ କିଛି ଦୂରରେ ଥିବା ଭୋକୁଲି ପାତ୍ରଙ୍କ ଗାଇ କୁହାଁରରେ ଥିବା ଅଶୋକ ଗୌଡ଼ ଙ୍କ ଏକ ଗାଈକୁ ହାତୀପଲ…
ବେଲଗୁଣ୍ଠା,୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍ ଗୋବରା ମୁଖ୍ୟ ସଡ଼କରେ ଚଳିତବର୍ଷ ପ୍ରଥମ ଥର ପାଇମ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବିଘ୍ନ ବିନାୟକ ପୂଜା କମିଟି ତତ୍ତ୍ୱାବଧାନରେ ଆସନ୍ତା ଅକ୍ଟୋବର ୧୬ ତାରିଖରୁ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶୁଭଖୁଣ୍ଟି ସ୍ଥାପନ ଅବସରରେ ପୂଜକ ପିଷ୍ଟପ ରଥଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପୂଜା ପରେ ପାରମ୍ପରିକ ବାଦ୍ୟବାଜଣା ସହ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଦୁର୍ଗା ପୂଜାକୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।
ବେଲଗୁଣ୍ଠା,୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍ ଗୋବରା ମୁଖ୍ୟ ସଡ଼କରେ ଚଳିତବର୍ଷ ପ୍ରଥମ ଥର ପାଇମ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବିଘ୍ନ ବିନାୟକ ପୂଜା କମିଟି ତତ୍ତ୍ୱାବଧାନରେ ଆସନ୍ତା ଅକ୍ଟୋବର ୧୬ ତାରିଖରୁ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶୁଭଖୁଣ୍ଟି ସ୍ଥାପନ ଅବସରରେ ପୂଜକ ପିଷ୍ଟପ ରଥଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପୂଜା ପରେ ପାରମ୍ପରିକ ବାଦ୍ୟବାଜଣା ସହ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଦୁର୍ଗା ପୂଜାକୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।