Author: Janabani News

ଖଜୁରୀପଡ଼ା,୦୭।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଆଜି ଚକାପାଦ ବ୍ଲକ୍ ଅନ୍ତର୍ଗତ ଶଙ୍କରାଖୋଲ୍ କ୍ଲଷ୍ଟର ରେ ସୁରଭି ୨୦୨୬ କାର୍ଯକ୍ରମ ଅଡାବାଡି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଶଙ୍କରାଖୋଲ୍ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଶଙ୍କରାଖୋଲ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏଥିର ପ୍ରାୟ 120 ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶେଷରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଶଙ୍କରାଖୋଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ। ସିଆରସିସି ପ୍ରତାପ କୁମାର ଘଡେଇ…

Read More

ଖଜୁରୀପଡ଼ା,୭।୧୦(ମନୋଜ କୁମାର ବେହେରା):“ସେବା ହିଁ ସଂକଳ୍ପ, ସମର୍ପଣ ହିଁ ଶକ୍ତି”—ଏହି ମୂଳମନ୍ତ୍ରକୁ ନେଇ ଫୁଲବାଣୀରେ “ସେବା ଜ୍ୟୋତି ଯାତ୍ରା” ଆୟୋଜିତ ହୋଇଥିଲା। ଜନସେବା, ସାମାଜିକ ଦାୟିତ୍ୱ ଓ ଦେଶର ବିକାଶ ପାଇଁ ଏକତାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ।ଏହି ଅବସରରେ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ସେବାର ସୁଫଳ ପହଞ୍ଚାଇବା ସହ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେବା, ସମର୍ପଣ, ଏକତା ଓ ସାମାଜିକ ଦାୟିତ୍ୱକୁ ଆଧାର କରି ଲୋକଙ୍କ ନିକଟରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ କରାଯାଇଥିଲା।କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକରୁ ମଧ୍ୟ ଏହି ଅଭିଯାନରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନଙ୍କ ଯୋଗଦାନ ରହିଥିଲା। ଜନସାଧାରଣଙ୍କ ସେବାକୁ ପ୍ରାଥମିକତା ଦେଇ ସମାଜର ସାମଗ୍ରିକ ଉନ୍ନତି ପାଇଁ ଏକାଠି ଆଗେଇବାର ସଂକଳ୍ପ ଏହି ଅବସରରେ ପ୍ରକାଶ ପାଇଥିଲା।“ସଂକଳ୍ପରୁ ସେବା, ସେବାରୁ…

Read More

ଖଜୁରୀପଡ଼ା,୭।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଆଞ୍ଚଳ ରେ ଦେଖିବାକୁ ମିଳୁଛି ଇନ୍ଦିରା ଆବାସ ଯୋଜନା ନାମରେ ଘର ଘର ବୁଲି ଲୋକଙ୍କୁ ବିଭିନ୍ନ କଥା କହି ଟଙ୍କା କିମ୍ବା ସୁନା ଦେଖାଇବାକୁ କହୁଥିବା କିଛି ବ୍ୟକ୍ତିଙ୍କୁ ନେଇ ଅଞ୍ଚଳରେ ସତର୍କତା ସୃଷ୍ଟି ହୋଇଛି।ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଆଜି ସକାଳେ ବାଦ୍ରିପାଜୁ ଅଞ୍ଚଳରେ କିଛି ବ୍ୟକ୍ତି ଘରକୁ ଘର ବୁଲୁଥିବା ଦେଖାଯାଇଥିଲା। ଲୋକମାନେ ସେମାନଙ୍କ ପରିଚୟ ଓ ଆସିବାର ଉଦ୍ଦେଶ୍ୟ ସମ୍ପର୍କରେ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିବା ଏବଂ ପରେ ସେମାନେ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। କୌଣସି ବ୍ୟକ୍ତି ଯଦି ସରକାରୀ ଯୋଜନା ନାମରେ ଘରକୁ ଆସି ଟଙ୍କା, ସୁନା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ଦେଖାଇବାକୁ କହନ୍ତି, ତେବେ ତାଙ୍କ ପରିଚୟପତ୍ର ଓ ଅଧିକୃତ ପରିଚୟ ଯାଞ୍ଚ ନକରି କୌଣସି ସୂଚନା କିମ୍ବା ସାମଗ୍ରୀ…

Read More

ବୋଲଗଡ଼,୬।୧୦(ସୁଶାନ୍ତ କୁମାର ପ୍ରଧାନ):ସାମ୍ବାଦିକତା କ’ଣ ଏତେ ସହଜ ହୋଇଗଲା ? ଏ ପ୍ରଶ୍ନ ଏବେ ପ୍ରତ୍ୟେକ ସଚେତନ ମଣିଷର ମୁହଁରେ। ସାମାଜିକ ଗଣମାଧ୍ୟମରେ ଆଜିକାଲି ଯେଉଁଠି ଦେଖିବ ସେଇଠି ଗୋଟିଏ ବିଜ୍ଞାପନ “ଆମ ଚ୍ୟାନେଲ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ପାଇଁ ପଦ ଖାଲି ଅଛି।”ଆଉ ତା’ ସହିତ ଦୁଇଟି ସର୍ତ୍ତ ଥାଏ ତାହା ହେଲା ୧. ଅଭିଜ୍ଞତା ଥିବା ଆବଶ୍ୟକ, ୨. ଶିକ୍ଷାଗତ ଯୋଗ୍ୟତା – କେବଳ ଦଶମ ପାସ୍। ଏଠି ପ୍ରଶ୍ନ ଉଠୁଛି, ସାମ୍ବାଦିକତା ଭଳି ଏକ ପବିତ୍ର ଓ ଦାୟିତ୍ୱପୂର୍ଣ୍ଣ ପେଶାର ମାନଦଣ୍ଡ କ’ଣ ଏତେ ତଳକୁ ଖସି ଆସିଲା ? ଦଶମ ପାସ୍ ରେ କ’ଣ ସମ୍ଭବ ? ଏକ ଖବର ପଛରେ ଥାଏ ସତ୍ୟର ସନ୍ଧାନ, ତଥ୍ୟର ଯାଞ୍ଚ, ଭାଷାର ଶୁଦ୍ଧତା, ଆଇନର ଜ୍ଞାନ ଓ ସମାଜ ପ୍ରତି ଉତ୍ତରଦାୟିତ୍ୱ। ଏ ସବୁ କ’ଣ କେବଳ ଦଶମ ଶ୍ରେଣୀ ପାସ୍…

Read More

ବେଗୁନିଆପଡ଼ା,୭।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ବ୍ୟାଙ୍କ ସାହିରେ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଥିବାରୁ ସାଧାରଣ ଲୋକେ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ବେଳେବେଳେ ବର୍ଷା ପାଣି ଘର ଭିତରକୁ ମଧ୍ୟ ପଶି ଯାଉଥିଲା। ଡ୍ରେନ୍ ପୋତି ହୋଇ ରହିଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିବା ପରେ ଗ୍ରାମବାସୀ ଓ ଯୁବକମାନେ ଏକତ୍ରିତ ହୋଇ ଡ୍ରେନ୍ ସଫେଇ ପାଇଁ ପଦକ୍ଷେପ ନେଇଥିଲେ। ସେମାନଙ୍କ ପ୍ରୟାସରେ ଆଜି ବ୍ୟାଙ୍କ ରୋଡ୍ ସାହିର ଡ୍ରେନ୍ ସଫେଇ କରାଯାଇଛି। ପ୍ରଶାସନ ପକ୍ଷରୁ କରାଯିବାକୁ ଥିବା ଏହି କାର୍ଯ୍ୟକୁ ନିଜେ ହାତକୁ ନେଇ ଗ୍ରାମବାସୀ ଓ ଯୁବକମାନେ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ସଫେଇ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀଙ୍କ ସମେତ ଯୁବକମାନେ ସହଯୋଗ କରିଥିଲେ। ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ବର୍ଷାଜଳ ନିଷ୍କାସନ ସମସ୍ୟା କିଛି ମାତ୍ରାରେ ଦୂର ହେବ…

Read More

ବେଗୁନିଆପଡ଼ା,୭।୧୦(ବାପୁନି ମାଲୁ):ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଦିନ ଦିନ ଧରି ଜଳବନ୍ଦୀ ହୋଇ ପଡ଼ିଥିବା ଅଞ୍ଚଳବାସୀଙ୍କ ସମସ୍ୟା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶେଷରେ ତତ୍ପର ହୋଇଛି ବ୍ଲକ ପ୍ରଶାସନ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଇ ବଡ଼ଦାଣ୍ଡ ସାହିରେ ଜମି ରହିଥିବା ଦୂଷିତ ପାଣିକୁ ନିଷ୍କାସନ କରାଯାଇଛି। ଜେସିବି ଲଗାଇ ଡ୍ରେନ ସଫା କରାଯିବା ସହ ଜମି ରହିଥିବା ପାଣିକୁ ମଧ୍ୟ ନିଷ୍କାସନ କରାଯାଇଛି। ଏହାପରେ ରାସ୍ତା ମଧ୍ୟ ସଫା କରାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଖବର ପ୍ରସାରଣ ନହେଲେ ପ୍ରଶାସନ କେବେ ଚେତିଥାନ୍ତା ? ଲୋକଙ୍କ ଦୁର୍ଦ୍ଦଶା ପ୍ରତି ଦାୟିତ୍ୱବୋଧ ନା ଖବରର ଚାପ, କେଉଁଥି ପାଇଁ ହଲିଲା ପ୍ରଶାସନ ? ତାହା ଏବେ ଚର୍ଚ୍ଚାର ବିଷୟ। ଯାହା ହେଉ, ବିଭିନ୍ନ ଗଣମାଧ୍ୟମରେ ସମସ୍ୟା ଉଠିବା ପରେ ପ୍ରଶାସନର ତତ୍ପରତା ଅଞ୍ଚଳବାସୀଙ୍କୁ କିଛିଟା ଆଶ୍ୱସ୍ତ କରିଛି।

Read More

ଫୁଲବାଣୀ,୦୭।୧୦(ସୁନୀଲ ପଟ୍ଟନାୟକ):ଘରେ ପଶି କଳା କନା ବୁଲାଇଲେ lଚୋରି ଟଂକା ଓ ସୁନା ରେ ଟ୍ରାକ୍ଟର କିଣି ବେପାର କରୁଥିଲେ l ହେଲେ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ସୁନାଅଳଙ୍କାର, ଟ୍ରାକ୍ଟର ଓ ନଗଦ ଟଙ୍କା ଜବତ କରିଛି l ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କୋଟ ଗଡ ଅଞ୍ଚଳ ରୁ l କୋଟଗଡ ପୋଲିସ ୧୮୪/୨୬ ରେ ମାମଲା ରୁଜୁ କରି ତଦନ୍ତ କରୁଛି l ଏ ସଂପର୍କରେ ପୋଲିସ୍ ଶ୍ରୀରାମପୁର ନୂଆସାହି ର ଲିଟୁ ଉଠାଣସିଂ, ଓଡ଼ିଆ ସାହି ର ପୀତବାସ ବଡକନ୍ ହାର, ଯୁବା ଗୁଡ଼ା ମିଶନ ସାହି ର ପ୍ରେମା ନନ୍ଦ ବଡ ସେଠ୍ କୁ ଗିରଫ କରିଛି l ଏମାନେ ମିଶି ୩୦ତାରିଖ ବିଳମ୍ବିତ ରାତିରେ କୋଟଗଡ ର ଲୁସିଆନବଡ ନାୟକ ଓ ତାଙ୍କ ପରିବାର ବାହାରକୁ ଯାଇଥିବା ବେଳେ ଝରକା ଭାଙ୍ଗି ଘରେ ପଶି ଗଡ୍ରେ ଜ ତାଡ଼ି ସୁନା…

Read More

ଜଟଣୀ,୭।୧୦(କେଦାର ନାଥ ସାହୁ):ଇଣ୍ଡିଆ ମେଣ୍ଟ ,ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏମ, ଏମ,ଡି,ଆର ଆଇନ ପ୍ରତ୍ୟାହାର ଦାବି,ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କ ଭୋଟ ଚୋରି ପ୍ରସଙ୍ଗକୁ ନେଇ ଇସ୍ତଫା ଦାବିରେ ମା ଡମୁଣେଇ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରା ବାହାରି ଜଟଣୀ ମୁଖ୍ୟ ରାସ୍ତା ଦେଇ ସୀତାରାମ ଛକ ଦେଇ ଗୋଲେଇ ମାକେଟରେ ଥିବା ହନୁମାନ ମନ୍ଦିର ଠାରେ ପହଞ୍ଚି ଥିଲା । ଆସନ୍ତା ଅକ୍ଟୋବର ୮ ତାରିଖ ଦିନ ଓଡ଼ିଶା ବନ୍ଦ କୁ ସାକାର କରିବା ପାଇଁ ଦୋକାନ ବଜାର,ସ୍କୁଲ କଲେଜ ସରକାରୀ ଅଫିସ,ଯାନବାହନ ,ସକାଳ ୬ ଘଟିକଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା…

Read More

ଚିକିଟି,୬।୧୦(ନିଗମାନନ୍ଦ ପଣ୍ଡା):ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡଏକସିଙ୍ଗିର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାରେ ବିଦ୍ୟାଳୟର ୫ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ବିଭିନ୍ନ ପଦକ ହାସଲ କରିବା ସହ ଜାତୀୟ ସ୍ତର ପାଇଁ ମନୋନୀତ ହୋଇଛନ୍ତି।ବିଦ୍ୟାଳୟର U. ପ୍ରକାଶ ରେଡ଼ି ଓ K. ବିଶ୍ୱନାଥ ରେଡ଼ି ସ୍ୱର୍ଣ୍ଣ ପଦକ, S. ଚାନ୍ଦିନୀ ରୌପ୍ୟ ପଦକ ଏବଂ P. ଯୋନି ଓ P. ଜୟଶ୍ରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।ଏହି ସଫଳତା ପାଇଁ ବିଦ୍ୟାଳୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। କୃତୀ ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ପଛରେ ପ୍ରଶିକ୍ଷକ ସୁମନ ଦାସ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନଙ୍କ ନିରନ୍ତର ସହଯୋଗ ଓ ପ୍ରୋତ୍ସାହନ ରହିଛି। ଜାତୀୟ ସ୍ତରରେ ମଧ୍ୟ ଏହି କୃତୀ ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ଓ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିବେ ବୋଲି…

Read More

ବୁଗୁଡ଼ା,୬।୧୦(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସଙ୍କୁରୁ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି ବିଡ଼ିଓ ଦୃତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିବା ସହିତ ସେଗୁଡିକର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୋଟ ୧୧ ଜଣ ହିତାଧିକାରୀ ନିଜର ନାମ ପଞ୍ଜିକରଣ କରିଥିଲା ବେଳେ ସେଥିରୁ ତତ୍କାଳ ୮ ଟିର ସମାଧାନ କରାଯାଇଥିଲା। ଏଥୁ ସହିତ ପଞ୍ଚାୟତର ବିକାଶ କିଭଳି ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ఛତ୍ରପୁର ଏଡିଏମ୍ ସୁନୀଲ କୁମାର କେରେକେଟା, ଥାନା ଅଧିକାରୀ ସୌମ୍ୟଶେଷର ମାଝୀ, ତହସିଲଦାର ତାପସ ରାଉତ, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଏଥିରେ ସଙ୍କୁରୁ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ରାଉତ, ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତିରଞ୍ଜନ…

Read More

ପୁରୁଷୋତ୍ତମପୁର,୬।୧୦(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର କ୍ଲଷ୍ଟର ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସୁରଭି ମହୋତ୍ସବ-୨୦୨୬ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କ୍ଲଷ୍ଟରର CRCC ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱ ଓ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସଦାନନ୍ଦ ବସନ୍ତିଆଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟରୁ ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀମାନେ ଆସନ୍ତା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ABEO ତଥା BRCC ଶ୍ରୀ ବିଜୟ ଚନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭକ୍ତବତ୍ସଳ ଜାନି ଓ ଶ୍ରୀ ଦେବରାଜ ବେହେରା, ଷୋଳଘର ଗ୍ରା.ପ ସମିତି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି, Ex-Board ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ବେହେରା ଓ ଗଣେଶ ଉଚ୍ଚ…

Read More

ଭଞ୍ଜନଗର,୬।୧୦(ନିଲୁ ବିଷୋୟୀ):ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ପକ୍ଷରୁ ଆସନ୍ତା ୮ ତାରିଖ ବନ୍ଦ ସଫଳ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ବ୍ଳକ ଓ ସହରାଞ୍ଚଳ ନେତୃତ୍ବଙ୍କୁ ନେଇ ବୈଠକ ସରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ବି.ଦଣ୍ଡପାଣି ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଏମ୍ଏମ୍ ଡିଆର ସଂଶୋଧନ ଆଇନ୍,ଭୋଟର ତାଲିକାର ଏସ୍‌ଆଇଆର ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବିରୋଧରେ ଆସନ୍ତା ଅକ୍ଟୋବର ୮ ତାରିଖ ‘ଓଡ଼ିଶା ବନ୍ଦ’କୁ ସଫଳ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି। ଲୋକଙ୍କ ସ୍ବାର୍ଥପାଇଁ ଏହି ଆନ୍ଦୋଳନ ହେଉଥିବା ବେଳେ ସମସ୍ତେ ଏଥିରେ ସାମିଲ ହୋଇ ସହଯୋଗ କରିବାକୁ ସେ କହିଥିଲେ। ଦେଶର ମୂଲ୍ୟବାନ ଖଣିଜ ସମ୍ପଦ ଓ ଜଙ୍ଗଲ ଜମିକୁ କର୍ପୋରେଟ୍ ସ୍ୱାର୍ଥରେ ବ୍ୟବହାର କରିବାର ରାସ୍ତା ପ୍ରଶସ୍ତ…

Read More