ନୂଆଦିଲ୍ଲୀ :(ଜନବାଣୀ)ଆଜି ୯୦ତମ ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଗତି ପାଇଁ ଏକାଠି କାମ କରୁଛନ୍ତି। ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା! ଏହି ଦିନ ଓଡ଼ିଶାର ଗୌରବମୟ ସଂସ୍କୃତିକୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରେ। ଭାରତ ଓଡ଼ିଶାର ଇତିହାସ, ସାହିତ୍ୟ ଏବଂ ସଙ୍ଗୀତ ପାଇଁ ଗର୍ବିତ। ଓଡ଼ିଶାର ଲୋକମାନେ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି। ଗତ ବର୍ଷ ଧରି, କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ପ୍ରଗତିକୁ ଆଗକୁ ବଢ଼ାଇବା ପାଇଁ ବ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ଉତ୍କଳ ଦିବସ, ଯାହା ଓଡ଼ିଶା ପ୍ରତିଷ୍ଠା ଦିବସ ଭାବରେ ମଧ୍ୟ ଜଣାଶୁଣା। ଏହି ଦିନଟି ରାଜ୍ୟର ସାଂସ୍କୃତିକ, ଐତିହାସିକ ଏବଂ ଭାଷାଗତ ଗୁରୁତ୍ୱକୁ ସମ୍ମାନିତ କରେ। ଏହା ରାଜ୍ୟର ସମୃଦ୍ଧ ଐତିହ୍ୟ ଏବଂ କଳା, ସାହିତ୍ୟ…
Author: Janabani News
ବୁଗୁଡ଼ା,୦୧/୦୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ଖୋଳଖାଲି ଗ୍ରାମସ୍ଥ ବାଙ୍କେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ରଙ୍କୁ ବିଦ୍ୟାପୀଠ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଶିକ୍ଷକ ବିବେକାନନ୍ଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏହି ବିଦ୍ୟାପୀଠରେ ଦୀର୍ଘ ୩୨ ବର୍ଷ କାଳ ଅଧ୍ୟାପନା କରି ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିବା ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ତ୍ତବ୍ୟନିଷ୍ଠା ଓ ଛାତ୍ରବତ୍ସଳତା ଆଦି ସୁଗୁଣର ଭୂୟସୀ ପ୍ରଶଂସା କରାଯାଇଥିଲା । ଏ ଅବସରରେ ଶ୍ରୀ ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାପୀଠର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସାଙ୍ଗକୁ ପରିଶେଷରେ ଶିକ୍ଷକ ଲଳିତ ମୋହନ ରଥଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ବୋଲଗଡ଼,୦୧/୦୪(ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ଗ୍ରାମରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୨୫ ବର୍ଷର ପୂର୍ତ୍ତି ଅବସରରେ ଦୁଇ ଦିନ ଧରି ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ମଣ୍ଡଳର ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଓ ସମ୍ମାନିତ ଅତିଥିଭାବେ ଲଲାଟେନ୍ଦୁ କେଶରୀ ସିଂହ, ଇଂଜିନିୟର ବିରେନ୍ଦ୍ର କୁମାର ନାୟକ ଓ ବିଦ୍ୟାଳୟର ପରିଚାଳନା ସଭାପତି ରାଜକିଶୋର ବ୍ରହ୍ମା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିକଶିତ ରାଷ୍ଟ୍ର ଗଠନର ମାର୍ଗ ଦେଖାଇବା ସହ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା,ପୁରାତନ ଗୁରୁମା ମାନଙ୍କୁ ଟଫି ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।…
ବୋଡ଼େନ – ୧-୪ (ପରମେଶ୍ୱର ମେହେର ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କୁଲେକେଳା ଠାରୁ ଲିଟିସର୍ଗି ପର୍ଯ୍ୟନ୍ତ ତିଆରି ହୋଇଥିବା ରାସ୍ତା ବର୍ତମାନ ମରାମତି ଖୋଜୁଛି । ଏହି ରାସ୍ତାରେ ସମସ୍ତେ ନିର୍ଭର କରନ୍ତି ବୋଲି ଦହାନାପାଲି ପାଖ ନାଲାରେ ବ୍ରିଜ ତିଆରି କଲେ ସରକାର । ପ୍ରତି ଦିନ ଏହି ରାସ୍ତା ଉପରେ ଅନେକ କଲେଜ ଛାତ୍ର ଛାତ୍ରୀ,ହାଇ ସ୍କୁଲ ଛାତ୍ରଛାତ୍ରୀ, ବେପାରୀ, କର୍ମଚାରୀ, ଯାତ୍ରୀ,ରୋଗୀ, ସାଧାରଣ ଲୋକ ନିର୍ଭର କରନ୍ତି ପୁଣି ଏହି ରାସ୍ତା ଲିଟି ସର୍ଗୀ ପାଖରେ ବିଜୁ ଏକ୍ସପ୍ରେସ ୱେ ରେ ସଂଯୋଗ ହୋଇ ଥିବାରୁ ଲୋକ କମ୍ ସମୟରେ ଓ ସହଳରେ ପହଞ୍ଚି ପାରୁଛି ।ବର୍ତମାନ ରାସ୍ତାରେ ପିଚୁ ଓ ମେଟାଲ ବାହାରି ରାସ୍ତା ଖରାପ ହୋଇଛି ଠିକ୍ ସେହି ଭଳି ସିନାପାଲି ସହର ଉପରେ ମଧ୍ୟ ଏହି ଅଞ୍ଚଳର ଲୋକ ନିର୍ଭର କରନ୍ତି ହେଲେ ମହୁଲ ପଢା ଠାରୁ ସାଗୁନ ରାଡ଼ି…