ଭୁବନେଶ୍ୱର,4/4(ଜନବାଣୀ ବ୍ୟୁରୋ) ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବା ଦରକାର। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ରାଜ୍ୟରେ ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ।ସବୁ ବିଭାଗର ସଚିବଙ୍କ ସହ ଆଲୋଚନାରେ ପର୍ଯ୍ୟଟନକୁ ଦିଆଯାଇଛି ଫୋକସ୍। ‘ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା’ ଥିମରେ ଦୌଡ଼ିବ ଓଡ଼ିଶା ପର୍ଯ୍ୟଟନ। ପର୍ଯ୍ୟଟନର ବିକାଶ ପାଇଁ ସବୁ ବିଭାଗ ନିଜ ନିଜର ଯୋଗଦାନ ଦେବେ। ଯେପରି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବ ସେ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ।
Author: Janabani News
ବ୍ରହ୍ମପୁର,୪/୪:(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହେଉଥିବା ଦଣ୍ଡ ନାଟ ନେଇ ଏକ ଏସ ଓ ପି ଜାରି କରାଯାଇଛି। ଏସ ଓ ପି ଜାରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଶ୍ଳୀଳତା ବନ୍ଦ କରିବା ଓ ଆମର ସ୍ଵକୀୟ କଳା ଓ ସଂସ୍କୃତିକୁ ଅଧିକ ସମୃଦ୍ଧ କରିବା। ଏସ ଓ ପି, ଜନ ସଚେତନତା ଓ ଗଣମାଧ୍ୟମ ଜରିଆରେ ଅନୁରୋଧ ସତ୍ତ୍ବେ ଦଣ୍ଡ ନାଟରେ ଅଶ୍ଳୀଳତା ପ୍ରକାଶ ପାଉଛି। ଏକ ସୁସ୍ଥ ଓ ସଚେତନ ସମାଜ ପାଇଁ ଏହା ଶୁଭଙ୍କର ନୁହେଁ। ଏହି ସଦ୍ୟ ଅତୀତରେ ଛତ୍ରପୁର ସହରରେ ଏକ ଦଣ୍ଡ ଦଳ ଦ୍ଵାରା ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ଜଣ ଆୟୋଜକଙ୍କ ଉପରେ ପୋଲିସ କେଶ ଦାୟର କରିଥିଲା ବେଳେ ତହସିଲଦାର, ଛତ୍ରପୁର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେମାନେ ସଠିକ ଉତ୍ତର ରଖି ନ ପାରିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା…
ଚିକିଟି,୩/୪:(ନିଗମାନନ୍ଦ ପଣ୍ଡା):ଚିକିଟିପେଣ୍ଠ ମୁଖ୍ୟରାସ୍ତାରେ ଘଟିଥିବା ପେଟ୍ରୋଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ଅଭିଯୋଗକାରୀ ଉମାକାନ୍ତ ସାହୁଙ୍କ ଲିଖିତ ରିପୋର୍ଟ ଅନୁଯାୟୀ କେ.ନୁଆଗାଁ ମାମଲା ନମ୍ବର ୮୮/୨୬ ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ବର୍ତ୍ତମାନ ଖବର ପ୍ରକାରେ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ପୁଅ ସୀମାଞ୍ଚଳ ସାହୁଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ସୀମାଞ୍ଚଳ ସାହୁ ଦାବି କରାଯାଇଥିବା ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ଘରକୁ ପେଟ୍ରୋଲ ବୋମା ଦେଇ ଧମକାଇବା ପାଇଁ ଯୋଜନା କରିଥିଲେ। ସେମାନଙ୍କର ଯୋଜନା ଅନୁଯାୟୀ ୩୧.୦୩.୨୦୨୬ ରାତି ପ୍ରାୟ ୦୯.୦୦ ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳକୁ ଆସି ଘରର ପ୍ରବେଶ ପଥରେ ଦୁଇଟି ପେଟ୍ରୋଲ ବୋମା ଫିଙ୍ଗି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଫଳସ୍ୱରୂପ ପେଟ୍ରୋଲ ବୋମା ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ପଡ଼ୋଶୀମାନେ ନିଆଁ ଲିଭାଇ ଦେଇଥିଲେ। ମାମଲା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।…
ବ୍ରହ୍ମପୁର,୩/୪:(ହିମାଂଶୁ ସାବତ):ଯୋଗ ସୁସ୍ଥ ମସ୍ତିଷ୍କ ଗଠନ ସହ,ମଣିଷ କୁ ବିକଶିତ ହେବାରେ ସହାୟକ ହୋଇଥାଏ।ବର୍ତ୍ତମାନ ସମାଜରେ ଯେପରି ବିଭିନ୍ନ ପ୍ରକାର ରୋଗ ବ୍ୟାଧି ବଢ଼ିବାରେ ଲାଗିଛି, ସେଥିରୁ ମୁକ୍ତି ନିମନ୍ତେ ଯୋଗ ଅଭ୍ୟାସ ଏକ ମାତ୍ର ରାସ୍ତା। ଉପଯୁକ୍ତ ସ୍ୱାସ୍ଥ୍ୟ ଗଠନ ଦ୍ଵାରା ସୁସ୍ଥ ନାଗରିକ ସୃଷ୍ଟି ସହ ସୁସ୍ଥ ବିକଶିତ ଦେଶ ନିର୍ମାଣ ହୋଇପାରିବ। ଏଣୁ ଆବାଳ ବୃଦ୍ଧ ବନିତା, ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ, ନିୟମିତ ଯୋଗ ଅଭ୍ୟାସ କରିବା ନିମନ୍ତେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ପରାମର୍ଶ ରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷ ରୁ ମୋରଜି ଦେଶାଇ ନ୍ୟାସନାଲ ଇନଷ୍ଟିୟୁସନ ଫର୍ ଯୋଗା ତରଫରୁ ଯୋଗ ର ପ୍ରସାର ପ୍ରଚାର ନେଇ ସାରା ଦେଶରେ ୧୦୦ଟି ସହରରେ ୧୦୦ ଦିନ କାଉଣ୍ଟ ଡାଉନ୍ କାର୍ଯ୍ୟକ୍ରମ “ଯୋଗ ମହୋତ୍ସବ-୨୬” ର ୭୯ ଡେ ଟୁ ଗୋ କାର୍ଯ୍ୟକ୍ରମ…
ପୋଲସରା,୦୨/୦୪(ଶିବ ପ୍ରସାଦ ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ଦେଶର ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ଘୋଷଣା ହୋଇଛି।ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସ୍ୱତତା ବିକାଶ ପୁରସ୍କାର ଯୋଜନାରେ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ କୁ ସାମିଲ କରାଯାଇଛି। ଏନେଇ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟର ଆର୍ଥିକ ପରାମର୍ଶ ଦାତା ବିଜୟ କୁମାର ବେହେରା ରାଜ୍ୟ ସରକାର ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯାହାକି ଗଞ୍ଜାମ ଜିଲ୍ଲା ପାଈଁ ଗୌରବ ଆଣିଛି। ୨୦୨୩-୨୪ ଆର୍ଥିକ ବର୍ଷ ର ତଥ୍ୟ ଅନୁଯାଇ ଚୟନ କରାଯାଇଛି। ଗ୍ରାମାଞ୍ଚଳ ରେ ହିଂସା ମୁକ୍ତ, ସୁସ୍ଥ, ନିରାମତା ଓ ସମାନତା ମୂଳକ ପରିବେଶ ସୃଷ୍ଟି କରିବା ଏବଂ ବଞ୍ଚିତ ବର୍ଗ ଙ୍କୁ ସୁରକ୍ଷା ପ୍ରଦାନ କରିବା ଏହାର ମୂଳଲକ୍ଷ୍ୟ। ମହିଳା, ଶିଶୁ ଓ ବୃଦ୍ଧ ଙ୍କ ପାଈଁ ସୁରକ୍ଷିତ ବାତାବରଣ ବାସନ୍ଦ ଏକ ଘରିକିଆ ପ୍ରଥା ଏବଂ ଲିଙ୍ଗଗତ ଭାବ ର ନିରାକରଣ, ଭିନ୍ନ କ୍ଷମ ମାନଙ୍କ ପାଈଁ…
ନୂଆପଡ଼ା, ବୋଡ଼େନ,୧/୪(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେଶରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ଅଧକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ।ବିଦ୍ୟାଳୟର ଶିକ୍ଷକ ଯଦୁମଣି ବାରିକ, ନରୋତ୍ତମ ବାଗ, ଅନୀମା ବାରିକ, ସାଗର ମହାନ୍ତି, କିଶନ ପଟେଲ,ଲକ୍ଷ୍ମଣ ବରିହା, ମନୋଜ ବେହେରା, କ୍ଷେତ୍ର ମାଝୀ, ପଙ୍କଜ ମାଝୀ, ସୁନୀତା ସାହୁ, ଦେବସ୍ମିତା ହାଁସଦା, ଲିଲି ପଟେଲ, ରମ୍ଭା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସିନ ଥିଲେ। ଉତ୍କଳ ଦିବସ ପାଳନର ଅଭିମୂଖ୍ୟ ଜୀବନରେ ଯେତେ ଉପରକୁ ଉଠିଲେ ବି ମାଆ, ମାଟି ଓ ମାତୃଭୂମିକୁ ଭଲ ପାଇବା ଓ ଉନ୍ନତି ପାଇଁ କାର୍ଯ୍ୟକରିବାକୁ ଆଲୋକପାତ କରିଥିଲେ l
ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ) :ବେଲଗୁଣ୍ଠା ବ୍ଲକ ସ୍ଥିତ କ୍ଷତ୍ରିୟବରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୦ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ପୌରାହିତ୍ୟରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ଡିଗ୍ରୀ କଲେଜର ଅଧ୍ୟକ୍ଷ ରାମ ପ୍ରସାଦ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ କେ.ଏସ୍.ୟୁ.ବି କଲେଜ ଭଞ୍ଜନଗରର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ଯୋଗ ଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିହାସ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ,ଗଣିତ ଅଧ୍ୟାପିକା ଅନୀତା ପଟ୍ଟନାୟକ,ପୂର୍ବତନ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ତ୍ରିନାଥ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରତିପାଦକ ସୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମକୁ…
ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ): ଭଞ୍ଜନଗର ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବେଆଇନ ଭାବେ ମହଜୁଦ ରଖିଥିବା ଗ୍ୟାସ ସିଲିଣ୍ଡରକୁ ପ୍ରଶାସନ ପକ୍ଷରୁ ଚଢଉ କରି ଜବତ କରାଯାଇଛି। ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୫ ଟି ଘରୋଇ ଏବଂ ୯ ଟି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ବିଭିନ୍ନ ହୋଟେଲ ଏବଂ ଦୋକନରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ମହଜୁଦ ରଖିବା ନେଇ ପ୍ରଶାସନ ପକ୍ଷରୁ ଜଣାପଡିବା ପରେ ବୁଧବାର ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ,ଏମ୍ଆଇ ଶୁଭଶ୍ରୀ ବନଜା ଜେନାଙ୍କ ସମେତ ବେଲଗୁଣ୍ଠ ଓ ସୋରଡ଼ା ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗ୍ୟାସ ସିଲିଣ୍ଡରର ଅନାଧିକୃତ ବ୍ୟବହାର, କଳାବଜାରୀ ଏବଂ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଓ ଦୋକାନ ଗୁଡିକୁ ଚିହ୍ନଟି କରି ଗ୍ୟାସ ସିଲିଣ୍ଡର୍ ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ…
ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ) : ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ଆରଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅବଦାନର ରହିଥିବା ମହାମନିସୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରତ୍ୟେକ ଓଡ଼ିଆ ନିଜ ଭାଷା,ଜାତି, ସଂସ୍କୃତି ଓ ପରାମ୍ପରା ଯେପରି ସ୍ବତନ୍ତ୍ର ସ୍ଥାନରେ ରହିବ ସେଥିପାଇଁ ଆମେ ଯତ୍ନବାନ ହେବାକୁ ପଡିବ ବୋଲି କହିଥିଲେ। ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନରେ ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହି ଅଞ୍ଚଳ ଅନେକ ଇତିହାସର ମୁକସାକ୍ଷୀ ହୋଇ ଛିଡା ହୋଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଭିଜନ ନେଇ ସରକାର କାର୍ଯ୍ୟ କରୁଛନ୍ତି। ବଜେଟ ଆଉ ଅର୍ଥନୀତିରେ…
ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ହରିଗଡ଼ ଗ୍ରାମ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କାନ୍ତ ଶତପଥୀଙ୍କୁ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ତରଫରୁ ଶୋକାକୁଳ ପରିବେଶ ମଧ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉତ୍ତମ ଗୌଡ଼ଙ୍କ ସଭାପତିତ୍ବ କରିଥିଲେ। ଏହି ବିଦାୟୀ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ଶତପଥୀଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମ୍ମାନିତ ଅଥିତି ରୂପେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚରଣ ବେହେରା, ଶିକ୍ଷକ ନେତା ଗୋକୁଳ ଚନ୍ଦ୍ର ମଲ୍ଲିକ, ସରପଞ୍ଚ ପ୍ରତିନିଧି ମରାଠୀ ଦଳବରା, ଗ୍ରାମ କମିଟି ସଭାପତି ତ୍ରିଲୋଚନ ଗୌଡ଼, ସିଆରସିସି ମହେଶ୍ୱର ପାତ୍ର, ସିଆରସିସି ବୈରାଗୀ ଗୌଡ଼…
ବୋଡ଼େନ,୧/୪ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେଶରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ଅଧକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ।ବିଦ୍ୟାଳୟର ଶିକ୍ଷକ ଯଦୁମଣି ବାରିକ, ନରୋତ୍ତମ ବାଗ, ଅନୀମା ବାରିକ, ସାଗର ମହାନ୍ତି, କିଶନ ପଟେଲ,ଲକ୍ଷ୍ମଣ ବରିହା, ମନୋଜ ବେହେରା, କ୍ଷେତ୍ର ମାଝୀ, ପଙ୍କଜ ମାଝୀ, ସୁନୀତା ସାହୁ, ଦେବସ୍ମିତା ହାଁସଦା, ଲିଲି ପଟେଲ, ରମ୍ଭା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସିନ ଥିଲେ। ଉତ୍କଳ ଦିବସ ପାଳନର ଅଭିମୂଖ୍ୟ ଜୀବନରେ ଯେତେ ଉପରକୁ ଉଠିଲେ ବି ମାଆ, ମାଟି ଓ ମାତୃଭୂମିକୁ ଭଲ ପାଇବା ଓ ଉନ୍ନତି ପାଇଁ କାର୍ଯ୍ୟକରିବାକୁ ଆଲୋକପାତ କରିଥିଲେ l
ବାଲିଗୁଡା,୦୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡରେ ୯୧ ତମ ଓଡ଼ିଶା ଦିବସ-୨୦୨୬ ମହାସମାରୋହରେ ଉପଖଣ୍ଡ ସ୍ତରୀୟ ଉତ୍ସବ ବାଲିଗୁଡ଼ା ସଭାଗୃହ ଠାରେ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧ୍ଯକ୍ଷକ ଶୁଭମ ଭୋସଲେ, ସମ୍ମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତିପ୍ରକାଶ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ବରିଷ୍ଠ ଆଇନଜିବୀ ତଥା ଜିଲ୍ଲା ଉତ୍କଳ ସମ୍ମିଳନୀ ର ସଭାପତି କୌଶିକ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିବେକାନନ୍ଦ ଦଳେଇ, ମୁଖ୍ଯବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ର…