ବ୍ରହ୍ମପୁର,୨୯।୯(ହିମାଂଶୁ ଶେଖର ସାବତ):ସ୍ଥାନୀୟ ୩୪ନଂ ୱାର୍ଡର ବିଦ୍ୟା ନଗର, ଭାବାନଗର, ଗୋଇଲୁଣ୍ଡି, ଶ୍ରୀନଗର କେନ୍ଦ୍ର ଠାରେ ଆଙ୍ଗନ କା ଉତ୍ସବ ପାଳିତ ହୋଇଯାଇଛି ଏହି ଅବସରରେ ସ୍ଥାନୀୟ କର୍ପୋରେଟର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁଙ୍କପୃଷ୍ଟି ଓ ସୁସ୍ଥତା ସମ୍ପର୍କରେ ଅଭିଭାବକ ମାନେ ସଚେତନତା ସୃଷ୍ଟି କରିବା ପାଇଁ କହିଥିଲେ। ଅନ୍ୟତମ ଅତିଥି ଯାଞ୍ଚ କମିଟିର ସଭାପତି ପ୍ରଫୁଲ କୁମାର ତ୍ରିପାଠୀ ଯୋଗ ଦେଇ ପ୍ରତେକ ଅଭଭାବକଙ୍କ ପୁଷ୍ଟିକର ଖାଦ୍ୟ ତିଆରି ପ୍ରଦର୍ଶନୀକୁ ଭୁରି ଭୁରି ପ୍ରଶଂସା କରିଥିଲେ। ୩ଦିନ ଧରି ଏହି କାର୍ଯ୍ୟକ୍ରମକୁ ୱାର୍ଡର ବହୁ ଅଭିଭାବକ ସରକାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଶେଷରେ କୃତି ଅଭିଭାବକ ମାନଙ୍କୁ କର୍ପୋରେଟର ପୁରସ୍କୃତ କରିଥିଲେ ଏଥିରେ ଅଙ୍ଗନୱାଡି ଦିଦି ଦୀପ୍ତି ଲେଖା ମିଶ୍ର, ସଙ୍ଘମିତ୍ରା ପଣ୍ଡା, ଦୀପ୍ତି ପଟ୍ଟନାୟକ, ସ୍ମିତା ରାଣୀ ପଣ୍ଡିତ ସହଯୋଗ କରିଥିଲେ ଶେଷରେ ଅନ୍ୟତମ ଯାଞ୍ଚ ସଦସ୍ୟ ସୁରେଶ ସାହୁ ଧନ୍ୟବାଦ ଦେଇଥିଲେ।

