ପୁରୁଷୋତ୍ତମପୁର,୨୯।୧୦(ସୁଭାଙ୍କରୀ ଦାସ):ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (ଆର୍ଡିସି) ଭାବେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଜୟ ଅମୃତ କୁଲାଙ୍ଗେ ବୁଧବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ମନ୍ଦିର ପରିଦର୍ଶନ କରି ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଛନ୍ତି।ନୂତନ ଦାୟିତ୍ୱ ଗ୍ରହଣ ପରେ ମା’ଙ୍କ ପୀଠରେ ତାଙ୍କର ଏହି ଦର୍ଶନ ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରୁଛି। ମା’ ତାରାତାରିଣୀଙ୍କ ପବିତ୍ର ପୀଠରେ ପହଞ୍ଚିବା ପରେ ସେ ମା’ଙ୍କ ଦର୍ଶନ କରିବା ସହ ରାଜ୍ୟ ତଥା ଜନସାଧାରଣଙ୍କ ମଙ୍ଗଳ କାମନା କରିଥିବା ଜଣାଯାଇଛି।ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ଉପତ୍ୟକା ନିକଟସ୍ଥ ପାହାଡ଼ ଶିଖରରେ ଅବସ୍ଥିତ ମା’ ତାରାତାରିଣୀଙ୍କ ପୀଠ ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ। ଏହି ପୀଠକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି।ନବନିଯୁକ୍ତ ଆର୍ଡିସିଙ୍କ ଏହି ଗସ୍ତ ସମୟରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

