ଚିକିଟି,୨୯।୮(ନିଗମାନନ୍ଦ ପଣ୍ଡା):ଶନିବାର ଦିନ ଚିକିଟୀ ବ୍ଲକର ସୁରଳ ଗ୍ରାମର ଖଟେଶ୍ୱର ନାୟକ ଯକୃତ ଜନିତ ରୋଗରେ ପୀଡିତ ହୋଇ ଜଟିଳ ଅସ୍ତ୍ରପଚାର ସହ ତାଙ୍କ ଅଠର ବର୍ଷ ପୁଅ ଲଷ୍ମୀକାନ୍ତ ନାୟକ ଏକ ଜଟିଳ ରୋଗରେ ପୀଡିତ ଖବର ଶୁଣି ସମିତି ସଭାପତି ଶ୍ରୀ ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ତାଙ୍କ ଝାଟିମାଟି ଖୁଡିଆ ଘରେ ପହଂଚି ଆଶୁ ଆରୋଗ୍ୟ କାମନା କରିବା ସହ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ.ସମିତି ର ଉପ ସଭାପତି ଶ୍ରୀ ଗୋପୀନାଥ ବେହେରା,ପ୍ରଦୀପ ବେହେରା, ସରୋଜିନୀ ଦାସ,ଋତୁରାଜ ଓଡ଼ିଆ, ଦିବାକର ବେହେରା, ଗୌତମ ରଣା ପ୍ରମୁଖ ସହଯୋଗ କରିଥିଲେ. ଗୋପବନ୍ଧୁ ସେବା ସମିତି ର ଏହିଭଳି ମହତ କାର୍ଯ୍ୟ କରିଥିବାରୁ ସାହି ବାସିନ୍ଦା ସାଧୁବାଦ ପ୍ରଦାନ କରିଛନ୍ତି ।

