ଫୁଲବାଣୀ:୨୬/୦୬( ସୁନୀଲ ପଟ୍ଟନାୟକ):ଗୁରୁବାର ଶଙ୍ଖ ଭବନରେ ପୂର୍ବତନ ଆଇ ଏ ଏସ ଅଫିସର ସୁଜାତା ରାଉତ ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ି ଦଳ ରେ ସାମିଲ କରିଥିବାରୁ କନ୍ଧମାଳ ବିଜେଡ଼ି ଦଳ ପକ୍ଷରୁ ଉତ୍ସାହ ର ସହିତ ସୁଜାତା ଙ୍କୁ ଭବ୍ୟ ସ୍ଵାଗତ କରଯାଇଥିଲା l ଏହି ଅବସରରେ ଆୟୋଜିତ ସଭାରେ ପୂର୍ବତନ. ମନ୍ତ୍ରୀ ବିଷ୍ଣୁ ପ୍ରିୟା ବେହେରା , ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ବିଜେଡ଼ି ନେତା ସମାଜ ସେବୀ କୈଳାସ ମୁଖୀ, ପ୍ରମୁଖ ନେତା ମାନେ ଯୋଗ ଦେଇ ସୁଜାତା ରାଉତ ଙ୍କୁ ସ୍ୱାଗତ କରିବା ସହ ସୁଜାତାଙ୍କ ବିଜେଡି ରେ ସାମିଲ ହେବା ନେଇ ଖୁସି ବ୍ୟକ୍ତ କରିଥିଲେ l ସୁଜାତା ଜଣେ ଦକ୍ଷ , ସଚ୍ଚୋଟ , କର୍ମଠ ପ୍ରଶାସକ ସାଙ୍ଗକୁ ପରୋପକାରୀ ଓ ସେବା ମୋନୋବୃତି ମହିଳା ଅଫିସର ଭାବେ ରାଜ୍ୟ ରେ ବେଶ ଜଣା ଶୁ ଣା ଥିଲେ l ସୁଜାତା ଦଳରେ ମିଶିବା ଫଳରେ ଦଳତୃଣ ମୂଳସ୍ତରରୁ ସୁଦୃଢ ହେବl ସହ ମହିଳାଙ୍କର ମାର୍ଗ ଦର୍ଶକ ଓ ରାଜ୍ୟ ରେ ମହିଳା ମାନେ ସ୍ବାବଲମ୍ବୀ ହେବା ସହ ଆଗକୁ ବଢିବେ ବୋଲି କହିଥିଲେ! ବିଜେଡି ରାଜ୍ୟ ସମ୍ପାଦକ କୈଳାଶ ମୁଖି ସୁଜାତା ମାଡାମ ଙ୍କ ଯୋଗଦାନ ଓଡିଶା ମହିଳା ମାନଙ୍କ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ବୋଲି କହିଥିଲେ l ସ୍ଵଂୟ ସହାୟକ ଗୋଷ୍ଠୀ ଗଠନଓ ପରିଚାଳନା ଓ ସେମାନଙ୍କୁ ସ୍ବାବଲମ୍ବୀ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବାରେ ସୁଜାତାଙ୍କ ଅବଦାନ ଅତୁଳନୀୟ ବୋଲି ରାଜ୍ୟ ସମ୍ପାଦକ ମୁଖୀ ଆହୁରି କହିଥିଲେ l ରେ ଇତିହାସ ସୃଷ୍ଟି କରିଥିବା ସୁଜାତା ମାଡାମ ବିଜେଡ଼ି ରେ ସାମିଲ ହେବା ପରେ ଦଳ ଅଧିକ ସୁଦୃଢ ହେବ! ସେ ମହିଳା ମାନଙ୍କ ପ୍ରଗତି ରେ ଏକ ମାଇଲଖୁଣ୍ଟ ହେବେ ବୋଲି ମତବ୍ୟକ୍ତ କରିଛନ୍ତି! ଜିଲ୍ଲା ବିଜେଡ଼ି ସମ୍ପାଦକ ରାଧା ମୋହନ ମହାପାତ୍ର ସୁଜାତା ରାଉତ ମାଡାମ ଙ୍କ ବିଜେଡ଼ିରେ ସାମିଲ ବିଜେଡ଼ି ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି କହିଥିଲେ l ଆଇନଜୀବୀ ତଥା ବିଜେଡି ନେତା ସତ୍ୟ ନାରାୟଣ ବେହେରା ସୁଜାତା ମାଡାମ ଙ୍କର ବିଜେଡ଼ି ରେ ସାମିଲ ହେବାଦ୍ବାରା ବିଜେଡ଼ି ର ଭବିଷ୍ୟତ ଉଜ୍ୱଳ ହେବ ବୋଲି ମତବ୍ୟକ୍ତ କରିଥିଲେ! ପୂର୍ବତନ ରାଜ୍ୟ ଗୃହ ନିଗମର ଅଧ୍ୟକ୍ଷ ତଥା ପୁର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ କହିଲେ ବିଜେଡ଼ି ସୁପ୍ରିମୋ ଠିକ ସମୟରେ ଠିକ ନିଷ୍ପତି ନେଇଛନ୍ତି! ଦଳକୁ ଏକ ଦିଗ ଦର୍ଶନ ମିଳିବ ବୋଲି କହିଛନ୍ତି! ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିସିପାଲିଟି ଅଧକ୍ଷl ଶ୍ରୀମତୀ ପାୟଲ ବେହେରା, କାଉନସିଲର ମାଧବୀ ମିଶ୍ର, ଯୁବ ନେତା ରାଜେନ୍ଦ୍ର ପାଢ଼ୀ, ଜୟଶ୍ରୀ କଂହର, ପ୍ରତାପ ମୁଖି, ସୁଶାନ୍ତ ମୁଖି, ଶ୍ରୀବଛ ବେହେରା, ଅବିଦା ମହାନ୍ତି, ଦାରୁଣ ବେହେରା, ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାନ୍ତି, ଦଳୀୟ କର୍ମକର୍ତ୍ତା ସମେତ ଶତାଧିକ କର୍ମୀ ଯୋଗ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ସଭlରେ ରେ ଯୋଗ ଦେଇଥିଲେ l ସୁଜାତା ରାଉତ ଓ ନବୀନ ଙ୍କ ଫୋଟୋ ଧରି ଥିଲେ ବିଜେଡ଼ି ନେତ୍ରୀ ଓ କର୍ମୀ ମାନେ ସ୍ଲୋଗାନ ଦେଇ ଥିଲେ l

