ଫୁଲବାଣୀ,୧୦।୦୯(ସୁନିଲ ପଟ୍ଟନାୟକ):ଫୁଲବାଣୀ ରୋଟାରୀ କ୍ଲବ ଓ ପବ୍ଲିକ ସ୍କୁଲ ର ମିଳିତ ସହଯୋଗ ରେ ଆସନ୍ତା ଜାନୁଆରୀ ୩୧ତାରିଖ ଦିନ ଫୁଲବାଣୀ ଠାରେ ରାଜ୍ୟ ସ୍ତରୀୟ ଦ୍ବିତୀୟ ରଞ୍ଜୀ ମାରାଥନ ଅନୁଷ୍ଠିତ ହେବ l ଏଥିରେ ରାଜ୍ୟ ଓ ରାଜ୍ୟ ବାହାର ର ୫ଶହ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିବେ l ଏଥିରେ ୩କିମି, ୫କିମି ୧୦କିମି ଓ ୨୧କିମି ମାରାଥନ ଅନୁଷ୍ଠିତ ହେବ l କଂଧମାଳ ଷ୍ଟାଡିୟମ୍ ରୁ ସକାଳ ୬ଟାରୁ ମାରାଥନ ଆରଂଭ ହେବ l ଆନ୍ତର୍ଜାତୀୟ କ୍ରୀଡ଼ା ବିତ ଶ୍ରାବଣୀ ନନ୍ଦ କାର୍ଯ୍ୟକ୍ରମ ର ବ୍ରାଣ୍ଡ ଆମ୍ବlସଡର୍ ଅଛନ୍ତି lକୃତି ପ୍ରତିଯୋଗୀ ଙ୍କୁ ଦେଢ ଲକ୍ଷ ଟଙ୍କା ଅର୍ଥ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ l ୱେବ୍ ସାଇଟ୍ ରେ ଅନଲାଇନ୍ ମାଧ୍ୟମ ରେ ନିଜ ନାମ ପଞ୍ଜି କରଣ ଆରମ୍ଭ ହୋଇଛି l ମାରାଥନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଂକ ମଧ୍ୟରେ ସ୍ଵାସ୍ଥ୍ୟ ସଚେତନତା ସହ, ବୃକ୍ଷ ରୋପଣ, ନିଶା କୁ ନା, ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା l ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ରୋଟାରୀ କ୍ଲବ ଓ ପବ୍ଲିକ ସ୍କୁଲ ପକ୍ଷରୁ ମିଳିତ ଭାବେ ଏହି ମାରାଥନ ଅୟୋଜନ କରାଯାଉଛି l ଏଥିସହ ଏହି ଅବସରରେ ରୋଟାରୀ କ୍ଲବ ପକ୍ଷରୁ ମେଗା ରକ୍ତ ଦାନ ଶିବିର, ଓ ରାଜ୍ୟ ସ୍ତରୀୟ ସେମିନାର ମଧ୍ଯ ଅନୁଷ୍ଠିତ ହେବ l ଏଥିରେ ମନ୍ତ୍ରୀ, ବିଧାୟକ ରୋଟାରୀ ଗଭର୍ଣ୍ଣର ଅବସର ପ୍ରାପ୍ତ ଆଇ ଏ ଏସ ଅନୀଲ କୁମାର ସାମଲ, ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଅତିଥି ଭାବରେ ଯୋଗ ଦେବେ l

