ଫୁଲବାଣୀ,୧୦/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଳାର ଉଦ୍ୟାନ ଚାଷୀ ଙ୍କ ସlମlଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ମହାନ୍ତି ବ୍ୟାପକ କାର୍ଯକ୍ରମ ହାତକୁ ନେଇଥିବା ଦେଖିବlକୁ ମିଳିଛି l ସେହିପରି ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଅନ୍ତର୍ଗତ ଚାଷୀଙ୍କ ଜମି ପରିଦର୍ଶନ କରି ପରାମର୍ଶ ଦେଉଛନ୍ତି ଫଳରେ ଚାଷୀ ଙ୍କ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି l ଉଦ୍ୟାନ ବିଭାଗ ଉପ ନିର୍ଦେଶିକା ଶ୍ରୀମତୀ ସ୍ମିତା ମହାନ୍ତି ରାଇକିଆ ବ୍ଲକ୍ ଅନ୍ତର୍ଗତ ଗମlଣ୍ଡି ଗ୍ରାମରେ ଚାଷ କରାଯାଉଥିବା ଲେମନ ଗ୍ରାସ, ମେନ୍ଥୋ, ହଳଦୀ ଚାଷ ଜମି ବୁଲି ଦେଖି ବା ସହ ଏହି ଚାଷ କରି ଚାଷୀ ଯେପରି ଅଧିକ ଲାଭବାନ ହୋଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ l ସେହିପରି ଅର୍ମlସ୍ ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଣ୍ଡିଚା ବେହେରା ମଧ୍ଯ ଗସ୍ତ କରି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ l ଏହି ଲେମନ୍ ଗ୍ରାସ ଚାଷ ଭୁବନେଶ୍ୱର ସ୍ଥିତ ଆୱାର୍ଡ଼ ନାମକ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହଯୋଗ ରେ ସମ୍ଭବ ଓ ପ୍ରୟାସ ନାମକ ସ୍ଥାନୀୟ ଚାଷୀ ସ୍ବୟଂ ସହାୟକ ଗୋଷ୍ଠୀର ଚାଷୀ ମାନଙ୍କ ଦ୍ଵାରା କରାଯିବା ସହ ଏକ ଅଏଲ ଡି ଷ୍ଟିଲେଶନ ୟୁନିଟ ସ୍ଥାପନ କରାଯାଇଛି l ଆଗମୀ ଦିନରେ ଏହି ଲେମନ ଗ୍ରାସ ଚାଷ ଅଧିକ ପରିମାଣ ରେ ଯେପରି ହେବ ଓ ସରକାରୀ ସ୍ତରରେ ଚାଷୀ ଙ୍କୁ ପର୍ଯ୍ୟାପ୍ତ ତାଲିମ ବ୍ୟବସ୍ଥା ଓ ଆର୍ଥିକ ସହାୟତା ଯେପରି ମିଳି ପାରିବ ସେଥିପ୍ରତି ଉଦ୍ୟାନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ମହାନ୍ତି କହିଛନ୍ତି l ଉପନିର୍ଦେଶିକା ଶ୍ରୀମତୀ ସ୍ମିତା ମହାନ୍ତି ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଆଗ୍ରହ ପ୍ରକାଶ ଯୋଗୁଁ ଜିଲାରେ ଉଦ୍ୟାନ ଚାଷ ପ୍ରତି ଚାଷୀ ଙ୍କ ଆଗ୍ରହ ବୃଦ୍ଧି ପାଇଥିବା ପରିଲକ୍ଷିତ ହେଉଛି l ଅନ୍ୟ ମାନଙ୍କ ମଧ୍ୟରେ ଆୱାର୍ଡ଼ ସ୍ବେଛାସେବୀ ସଂସ୍ଥା ର ସମ୍ପାଦକ ତଥା ସମାଜସେବୀ ଜିରୀମିଓ ଦିଗାଲ, ଉଦ୍ୟାନ ବିଭାଗ ର ସହ ଉପନିର୍ଦେଶକ ଫୁଲବାଣୀ ପଦ୍ମ ଲୋଚନ ସିଂ,ବାଲିଗୁଡ଼ା ସହ ଉପ ନିର୍ଦେଶକ ନିରଞ୍ଜନ ଦ୍ବିବେଦୀ, ରାଇକିଆ ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ଲିପ୍ସା ରାଣୀ ଦଳ ବେହେରା, ଓଭରସିଅ ର ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ସହ ଆଲୋଚନା କରିଥିଲେ l

