ବୁଗୁଡ଼ା,୩।୮(ଡ.କୁମୁଦ ଚନ୍ଦ୍ର ବେହେରା):କୁହାଯାଏ ସମସ୍ତଙ୍କ ସହିତ ସବୁବେଳେ ମିଳିମିଶି ରହିଲେ ମଣିଷ ଖୁସି ରହେ । ତେବେ ସମ୍ପ୍ରତି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏକୁଟିଆ ରହିବାର ବି ଅନେକ ଉପକାର ରହିଛି । ଜାଣନ୍ତୁ ଏକୁଟିଆ ରହିବାର ଲାଭ :ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଯଥେଷ୍ଟ ଆତ୍ମବିଶ୍ୱାସ ରହିଥାଏ । ଏକୁଟିଆ ରହୁଥିବା ଲୋକଙ୍କ ଚିନ୍ତାଧାରା ମଧ୍ୟ ସକାରାତ୍ମକ ଅଟେ ।– ଏକୁଟିଆ ରହୁଥିବା ଲୋକମାନେ କେବେ ଚିନ୍ତା କରନ୍ତି ନାହିଁ ଯେ ଦୁନିଆ ସେମାନଙ୍କ ବିଷୟରେ କ’ଣ ଭାବିବ ।– ଅନେକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏକୁଟିଆ ରହୁଥିବା ଲୋକମାନେ ନିଜ ଜୀବନକୁ ପୂର୍ଣ୍ଣ ଉପଭୋଗ କରନ୍ତି ।– ଏକୁଟିଆ ରହୁଥିବା ଭାବପ୍ରବଣ ପ୍ରକୃତିର ବ୍ୟକ୍ତି ମାନସିକସ୍ତରରେ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ଏ ପ୍ରକାର ବ୍ୟକ୍ତିମାନେ ଜୀବନକୁ ଅଧିକଭାବେ ଅନୁଧ୍ୟାନ କରିବାକୁ ସୁଯୋଗ ପାଇଥାନ୍ତି । ତେଣୁ ଏମାନଙ୍କ ଚିନ୍ତା କରିବାର ଶକ୍ତି ବଢ଼ିଥାଏ । — ଏକାନ୍ତରେ ରହୁଥିବା ବ୍ୟକ୍ତି ପ୍ରକୃତିକୁ ଭଲପାଇବା ଶିଖିଯାଇଥାଏ । ପ୍ରକୃତିର ସୁରକ୍ଷା କରିବା, ପ୍ରାକୃତିକ ସମ୍ପଦର ଅପବ୍ୟବହାର ନକରିବା ଲାଗି ସେ ସବୁବେଳେ ଚେଷ୍ଟା କରିଥାଏ ।– ଏକୁଟିଆ ରହୁଥିବା ବ୍ୟକ୍ତି ଧୀର ସଂଗୀତ, ଭାବପ୍ରବଣ ପୁସ୍ତକ ପାଠ କରିବାରେ ଆଗ୍ରହ ପ୍ରକାଶ କରିଥାଏ । ଏହା ତାଙ୍କୁ ମାନସିକ ସ୍ତରରେ ଅଧିକ ଶକ୍ତିଶାଳୀ କରିଥାଏ । କୌଣସି ସାମାନ୍ୟ ବିପଦରେ ସେ କେବେ ବି ଧୈର୍ଯ୍ୟହରା ହୁଏ

