ଫୁଲବାଣୀ,୧୧/୦୬,(ସୁନୀଲ ପଟ୍ଟନାୟକ):କନ୍ଧମାଳ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓ ମୁକ୍ତ ହେବା ପରେ ପୋଲିସର ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି କନ୍ଧମାଳ ଜିଲ୍ଲା l ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଙ୍ଗପଦର , ପୋଡ଼ମlହା, ପାଜିମାହା, ଟେଙ୍ଗେରି ଓ ବାଲି ମାହା ଅ଼ଞ୍ଚଳରେ ଦୁଇଟି ଏସ ଓ ଜି ଓ ଗୋଟଏ ଡିଭି ଏଫ୍ ଟିମ୍ ଗତ କାଲି ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି l ପୂର୍ବରୁ କନ୍ଧମାଳ ଜିଲ୍ଲାରେ ମାଓସଙ୍ଗଠନ ଗୁଡିକ ସକ୍ରିୟ ଥିବା ବେଳେ ଏହି ମାଓ ସମାଗ୍ରୀ କିଛି କିଛି ଜାଗାରେ ଲୁଚାଇ ରଖିଥିଲେ ମାଓବାଦୀ l ଯାହା କୁ ପୋଲିସ ସର୍ଚ୍ଚ ଅପରେଶନ କରୁ ଥିବା ବେଳେ ଏହି ସମାଗ୍ରୀ ଏବେ ଜବତ କରିଛି l ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ଏସ ଏଲ ଆର ରାଇଫଲ ଗୋଟଏ, ଦେଶୀ ବନ୍ଧୁକ ଗୋଟଏ, ସ୍ବଗୀୟ ଦୁଇଟି ଏବଂ ୩୦ଗୋଟି ଇଲେଟ୍ରି ଡେଟୋନେଟର, କିଛି ମାଓ ୟୁନିଫର୍ମ, ମେଡ଼ିସିନ୍ ଭଳି ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ନେଇ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି l ଏହି ସର୍ଚ୍ଚ ଅପରେଶନ ଆଗକୁ ମଧ୍ୟ ଜାରୀ ରହିବ ବୋଲି ଏସପି ରମେନ୍ଦ୍ର ପ୍ରସାଦ ଆହୁରି କହିଛନ୍ତି l ଏସ ପି ରମେନ୍ଦ୍ର ପ୍ରସାଦ କନ୍ଧମାଳ ଏସପି ଭାବେ ଦାୟିତ୍ବ ଗ୍ରହଣ କରିବା ର ସପ୍ତାହକ ମଧ୍ୟରେ କୋଟି କୋଟି ଟଙ୍କା ମୂଲ୍ୟର ଗଞେଇ ଜବତ କରିବା ସହ ମାଓ ସାମଗ୍ରୀ ମଧ୍ୟ ଜବତ କରିବା ରେ ସଫଳ ହୋଇଛନ୍ତି l ଏସପି ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହl ସଂଭବ ହୋଇଥିବା କୁହାଯାଉଛି l

