ଫୁଲବାଣୀ,୨୯।୦୮(ସୁନୀଲ ପଟନାୟକ):ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ର ୫ମ କିସ୍ତି ଟଂକା ପ୍ରଦାନ କରିଛନ୍ତି l ଏଥିରେ ଜିଲ୍ଲା ର ୧ଲକ୍ଷ ୮୫ହଜାର ୮୬ଜଣ ମହିଳା ଉପକୃତ ହୋଇ ଛନ୍ତି l ଏହି ଅବସରରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ମହିଳାଙ୍କ ଅର୍ଥିକ ସ୍ଵାଧୀନତା ଓ ନାରୀ ସଶକ୍ତି କରଣ ଦିଗରେ ସରକାରଙ୍କ ଏହି ଲୋକ ପ୍ରିୟ ଯୋଜନା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ବୋଲି ବିଧାୟକ ଉମା ଚରଣ ମଲ୍ଲିକ କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ବେହେରା,ଫୁଲବାଣୀ ବିଡ଼ିଓ ସୋମ୍ୟ ରଞ୍ଜନ ପାତ୍ର ପ୍ରମୁଖ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

