ଫୁଲବାଣୀ,୦୫।୧୧(ସୁନୀଲ ପଟ୍ଟନାୟକ):କଂଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଧବାର କନ୍ଧମାଳ ଜିଲ୍ଲା ର ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ରାଇକିଆ ବ୍ଲକ ଅନ୍ତର୍ଗତ ମାଣୀକେଶ୍ୱର ଗ୍ରାମ ପଞ୍ଚାୟତ ର ଭୁଷ୍ଫଳନ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ମାଣିକେଶ୍ଵର ପ୍ରାଥମିକ ସ୍କୁଲ ପରିସରରେ ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ରିଲିଫ କ୍ୟାମ୍ପ ରେ ପହଞ୍ଚି ପ୍ରଭାବିତ ପରିବାର ବର୍ଗ ଙ୍କ ସହ ଆଲୋଚନା କରିଥିଲେ l ଏହାପରେ ଜିଲାପାଳ ବେଦ ଭୂଷଣ, ଏସପି ରମେନ୍ଦ୍ରପ୍ରାସାଦ, ଏସ ଡି ସି ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ ଙ୍କ ଉପସ୍ଥିତି ରେ ଆବଶ୍ୟକୀୟ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ l ଏଭଳି ବିପର୍ଯୟ ସମୟରେ ପ୍ରଭାବିତ ପରିବାର ବର୍ଗ ଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଏବଂ ପୁନର୍ବାସ ପ୍ରକ୍ରିୟା କୁ ତ୍ଵରାନିତ କରିବା ସରକାରଂକ ପ୍ରାଥମିକତା l ପ୍ରତ୍ୟେକ କ୍ଷତି ଗ୍ରସ୍ତ ଲୋକଙ୍କୁ ସମ୍ଭାବ୍ୟ ସହଯୋଗ ଯୋଗାଇଦେବl ପାଈଁ ଆମ ସରକାର ପ୍ରତିବଦ୍ଧତା ର ସହ କାର୍ଯ୍ୟ କରୁଛନ୍ତି ବୋଲି ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି l ବିଳମ୍ବରେ ହେଲେ ବି ସାଂସଦ ପାଣିଗ୍ରାହି ଙ୍କ ଉପସ୍ଥିତି ବାତ୍ୟା ପ୍ରଭାବିତ ପରିବାର ଲୋକଙ୍କ ମନୋବଳ ବୃଦ୍ଧି କରିଥିବା ଜଣାପଡିଛି l ସାଂସଦ ପାଣିଗ୍ରାହି ଙ୍କ ଆନ୍ତରିକ ସହଯୋଗ ପାଇ ସମସ୍ତେ ଖୁସୀ ଅନୁଭବ କରିଥିଲେ l

