ଫୁଲବାଣୀ,୧୪।୦୯(ସୁନୀଲ ପଟ୍ଟନାୟକ):ନିଜର ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ, ନିଷ୍ଠା, କିଛି କରି ଦେଖିବାର ଜିଦ୍ ମଣିଷ କୁ ସଫଳତା ଆଣି ଦେଇଥାଏ l ସେହିପରି କନ୍ଧମାଳ ଜିଲ୍ଲା ର ଦୁର୍ଗମ ଦାରିଂବାଡ଼ି ବ୍ଲକ ସିକ ବାଡ଼ି ପଂଚାୟତ ର ଡଙ୍ଗା ମାଳ ଗ୍ରାମର ରାଜଶ୍ରୀ ପ୍ରଧାନ ଏହା କରି ଦେଖାଇଛନ୍ତି , ଯାହାକି ଗାଁ ରେ ଖୁସିର ଲହରୀ ଖେଳି ଯାଇଛି l ରାଜଶ୍ରୀ ଚଳିତ ନି ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ବୁର୍ଲା ରେ ନାମ ଲେ ଖା ଇ ଛନ୍ତି l ଆଗକୁ ସେ ଜଣେ ଡ଼ାକ୍ତର ହୋଈ ବାହାରିବେ l ରାଜଶ୍ରୀ ପ୍ରଥମ ରୁ ଅଷ୍ଟମ ଯାଏଁ ନିଜ ପଂଚାୟତ ଅଧୀନ ରେ ଥିବା ଛଡlକିଆ ସ୍କୁଲ ରେ ଶିକ୍ଷା ଗ୍ରହଣ କରିଥିଲେ l ପରେ ନବମ ଓ ଦଶମ ସିମନ୍ ବାଡ଼ି ଆଶ୍ରମ ସ୍କୁଲ ରେ ପଢ଼ି ପାସ କରିବା ପରେ ବ୍ରହ୍ମପୁର ରେ ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ପାସ କରିଥିଲେ l ଆଉ ଗୋଟିଏ ଥର ରେ ନୀଟ ପରୀକ୍ଷାରେ କୃତକାର୍ଯ୍ୟ ହlସଲ କରିଥିଲେ l ବାପା ନୁରୁଙ୍ଗା ପ୍ରଧାନମୁଲ ଲାଗି ପରିବାର ଚଳାଇବା ମୁସ୍କିଲ ହୋଇପଡ଼ିଥିବା ବେଳେ ଝିଅ କୁ କିପରି ଡାକ୍ତରୀ ପାଠ ପଢ଼ାଇବେ ସେ ନେଇ ଚିନ୍ତାରେ ପରିବାର l ଏଣୁ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ସେ ଖୁସି ହୁଅନ୍ତେ ବୋଲି କହିଛନ୍ତି l

