ପୋଲସରା:ଜଣବାଣୀ,୨୫/୦୬(ସୁଧାଂଶୁ ଶେଖର ସାହୁ):ପ୍ରେସ କ୍ଲବ କୋଠା ନିର୍ମାଣ ପାଇଁ ସାଂସଦ ଓ ବିଧାୟକ ଙ୍କ ଅନୁଦାନ ଘୋଷଣା।ପୋଲସରା,୨୪।୬ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ସରକାର ବିଚାର କରୁଛନ୍ତି ଏବଂ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ପୋଲସରା ସହରର ପାଟିଗଡ ରୋଡ ସ୍ଥିତ ମଧୁବଶ୍ୟ ସମାଜ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଓ ପୋଲସରା ପ୍ରେସ କ୍ଳବର ୧୯ ତମ ବାର୍ଷିକ ଉତ୍ସବ ମିଳିତ ଭାବେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ସାମ୍ବାଦିକ ମାନେ ଖାଲି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ନୁହନ୍ତି ବରଂ ସମାଜର ଦର୍ପଣ ସଦୃଶ୍ୟ ଅଟନ୍ତି। ଏଣୁ ସେମାନେ ଗଣତନ୍ତ୍ର ର ସୁରକ୍ଷା ସହିତ ସମାଜର ସମସ୍ୟା କୁ ଦର୍ପଣ ଭଳି ଦେଖାଇଥାନ୍ତି। ସାମ୍ବାଦିକ ମାନଙ୍କ ପ୍ରତି ବର୍ତ୍ତମାନ ସରକାର ଙ୍କର ସହାନୁଭୂତି ରହିଛି ବୋଲି କହିଥିଲେ । ଉତ୍ସବ ରେ ବରେଣ୍ୟ ଅତିଥି ଭାବେ ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ସାମ୍ବାଦିକ କେବଳ ନିଜ ପାଇଁ ବଞ୍ଚନ୍ତି ନାହିଁ ସେମାନେ ମଧ୍ୟ ଗଣତନ୍ତ୍ର ପାଇଁ ବଞ୍ଚନ୍ତି। ଏଣୁ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଅନ୍ୟତମ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ୧୯ ଟି ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିଥିବା ବେଳେ ୨ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାରିଲେଣି। ଏଣୁ ରାଜ୍ୟ ସରକାର ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ। ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ସଦାଶିବ ପଣ୍ଡା ଓ ପୋଲସରା ପ୍ରେସ କ୍ଳବର ସଭାପତି କେ ସୁମିତା ପାତ୍ରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ବିଶ୍ବ ରଞ୍ଜନ , ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ , ଅଶୋକ କୁମାର ମହାଙ୍କୁଡ , ଶକ୍ତିଧର ରାଜଗୁରୁ, ରାଜୀବ ଲୋଚନ ମିଶ୍ର , ରବିନ୍ଦ୍ରନାଥ ମିଶ୍ର , ରବିନ୍ଦ୍ର କୁମାର ପଣ୍ଡା , ରାଜ ଗୋପାଳ ପାଢ଼ୀ , ମେଘନାଦ ଦାସ ଏବଂ ଶକ୍ତି ଧର ରାଜଗୁରୁ ପ୍ରମୁଖ ନିଜ ନିଜର ମନ୍ତବ୍ୟ ରଖିଥିଲେ । ବୈଠକ ପ୍ରାରମ୍ଭରେ ଯୁବ ସଂଗଠକ ସିମାଞ୍ଚଳ ସାହୁ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର ଓ ସନ୍ତୋଷ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ । ସର୍ବ ନାରାୟଣ ସାହୁ , ଅକ୍ଷାନ୍ତ ମିଶ୍ର , କେ ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ମହାରଣା , ଟି ଶରତ କୁମାର ସୁବୁଦ୍ଧି , ନୃସିଂହ ସ୍ବାଇଁ , କାର୍ତ୍ତିକ ପାତ୍ର , ରବିନ୍ଦ୍ର ପ୍ରଧାନ , ପ୍ରଗତିବନ୍ଧୁ ଦାସ , ରୋହିତ ପ୍ରଧାନ , ପିଣ୍ଟୁ ବିଷୋୟୀ ଓ ହୃଷୀକେଶ ନାୟକ ଉତ୍ସବ ଆୟୋଜନ ଓ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ବନ୍ଦେ ମାତରଂ ଗାନ କରିଥିବା ବେଳେ ହରିହର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୋଲସରା ପ୍ରେସ କ୍ଲବ କୋଠା ନିର୍ମାଣ ପାଇଁ ସାଂସଦ ପାଣ୍ଠି ରୁ ୫ ଲକ୍ଷ୍ୟ ଓ ବିଧାୟକ ପାଣ୍ଠି ରୁ ୫ ଲକ୍ଷ୍ୟ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ।

