ଫୁଲବାଣୀ,୩୦।୦୮(ସୁନୀଲ ପଟ୍ଟନାୟକ):ଫିରିଙ୍ଗିଆ ଖେଳ ପଡିଆ ରେ ଏକାଦଶ ତମ ବାର୍ଷିକ କୁଇ କ୍ଲlମ୍ବୁ ଫୁଟବଲ ପ୍ରତିଯୋଗୀତା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରି ଶଦ ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ବନ ବାସୀ କଲ୍ୟାଣ ଆଶ୍ରମ ରାଜ୍ୟ ସଭାପତି ପବିତ୍ର କୁମାର କହଁର, ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ସଭାପତି ରାଜେନ୍ଦ୍ର ପ୍ରଧାନ, ଏସ ଡି ସି ଉପାଧ୍ୟକ୍ଷl କଳ୍ପନା କହଁର,ସମନ୍ଵିତ ଆଦିବାସୀ ଉନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶସକ ଯୁଧିଷ୍ଠିର ମେହେର, ବିଡ଼ିଓ ଅନୁପ ଅଭିଷେକ ବେହେରା, ତହସିଲ ଦାର ଜ୍ୟୋତି ପ୍ରକାଶ ସେଠୀ, ରାଜ୍ୟ ଖେଳ କୁଦ ପ୍ରମୁଖ ଶଶୀ ଭୂଷଣ ମହାକୁଡ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇ ଖେଳ ହିଁ ଏକ ମାତ୍ର ମାଧ୍ୟମ ଯାହା ଶରୀର ଓ ମନ କୁ ସୁସ୍ଥ ରହିବା ସହ ପରସ୍ପର ମଧ୍ୟରେ ଭାତୃତ୍ବ ଓ ବନ୍ଧୁତ୍ବ ଭାବ ସୃଷ୍ଟି କରିଥାଏ l ଏଣୁ ସମସ୍ତେ ସମୟ ସୁବିଧା ଅନୁସାରେ କିଛି କିଛି ଖେଳ ଖେଳିବା ଆବଶ୍ୟକ ବୋଲି କହିଥିଲେ l ଏହି ମ୍ୟାଚ୍ ଆଗାମୀ ସେପ୍ଟେମ୍ବର ୨୦ଯାଏ ଚାଲିବ ଓ ଫାଇନାଲ ମ୍ୟାଚ ଫୁଲବାଣୀ କୋରନେଶନ ପଡିଆ ରେ ଅନୁଷ୍ଠିତ ହେବ l ପି ଏ ଆଇ ଟି ଡି ଏ ଶ୍ରୀ ମେହେର ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଯୋଗୁଁ ଫୁଟ୍ ବଲ ପ୍ରତିଯୋଗୀତା ଆୟୋଜନ ହୋଇଥିବା କୁହାଯାଉଛି l

