କୋଦଳା,୨୪/୦୬(ବାପୁନି ମାଲୁ): ରାଜ୍ୟ ସରକାରଙ୍କ ଦୁଇ ବର୍ଷପୂର୍ତି ଅବସରରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ ଏ ସି କଲ୍ୟାଣ ମଣ୍ଡପ କାର୍ଯ୍ୟାଳୟରେ ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଏନ ଏ ସି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ ।କୋଦଳା ଏନ ଏ ସି ରେ ସୁଶାସନ, ଯୁବପିଡିକୁ ସ୍ୱାବଲମ୍ବୀ କରିବା ସହ ଗ୍ରାମାଞ୍ଚଳରେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣି ବିକାଶକୁ ଦୁଇ ଗୁଣିତ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିବା ବେଳେ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସହ ନିକଟତର କରିବା କାର୍ଯ୍ୟ କ୍ରମର ଲକ୍ଷ୍ୟଥିଲା । କାର୍ଯ୍ୟକ୍ରମରେ ସରକାରୀ ପ୍ରୋତ୍ସାହନ ଋଣ ଅନ୍ତୋଦୟ ଯୋଜନା, ଉତ୍ତମ ସ୍ଵାସ୍ଥ୍ୟସେବା, କୃଷି ଓ କୃଷକର ଉନ୍ନତି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନାରେ ପ୍ରକୃତ ହିତାଧିକାରୀମାନଙ୍କୁ କିଭଳି ଭାବରେ ସାମିଲ କରାଯାଇଛି ସେ ବିଷୟରେ ବିଧାୟକ ମତ ରଖିଥିଲେ । ବିଧବା, ବାର୍ଦ୍ଧକ୍ୟ ଭତା ଯୋଜନାରେ ସାମିଲ ହୋଇଥିବା ମୋଟ 34 ଜଣ ହିତାଧୁକାରୀମାନଙ୍କୁ ବିଧାୟକ ଭତ୍ତା ବାଣ୍ଟି ଥିଲେ।କାର୍ଯ୍ୟକ୍ରମରେ କୋଦଳା ନଗର ପାଳ ସୂର୍ଯ୍ୟ ନାରାୟଣ ନାୟକ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ,କାଉଁ ସିଲର ସ୍ୱଚ୍ଛ ସାଥି, ମହିଳା ଗ୍ରୁଫ , ପ୍ରମୁଖ ଉପସ୍ଥିତ ଥିଲେ।

