ଫୁଲବାଣୀ -୨୫/୦୩(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁମlମlହା ପଂଚାୟତ ଅନ୍ତର୍ଗତ ସାନ୍ଧେ କୁପେ ଠାରେ ଉଦ୍ୟାନ ବିଭାଗ,ଅର୍ମlସ ଓ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ସହଯୋଗ ରେ ଏକ କ୍ଲଷ୍ଟର ସ୍ତରୀୟ ସ୍ଫ୍ରୁତୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି ସି ଇ ଓ ଅର୍ମlସ ଗୁଣ୍ଡିଚା ବେହେରା, ଉଦ୍ୟାନ ବିଭାଗ ଉପ ନିର୍ଦେଶକ ସ୍ମିତା ମହାନ୍ତି, ରାଇକିଆ ସହକାରୀ ଉଦ୍ୟାନ ବିତ ଲିପସା ରାଣୀ ଦଳ ବେହେରା,ସହକାରୀ କୃଷି ଅଧିକାରୀ, ସୁ ଦି ପ୍ତା ପ୍ରଧାନ, ସଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର , ଟନ ଇମ୍ପlକ୍ଟ ମାର୍କେଟିଂ କନ ସଲଟେଣ୍ଟ ସମିରା ରଥ, ଗୁମlମlହା ସରପଞ୍ଚ ପ୍ରମିଳା ପ୍ରଧାନ, ସି ଇ ଓ ଏଫ୍ ପି ଓ ଶ୍ରୀକାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲା ର ଆଦିବାସୀ ମହିଳା ମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ର ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ଓ ସାମାଜିକ ଓ ଅର୍ଥ ନୈତିକ ଉନ୍ନତି କିପରି ସମ୍ଭବ ହୋଇପାରିବ ସେ ନେଇ ମତ ବ୍ୟକ୍ତ କରିଥିଲେ l ଅର୍ମlସ ର ଡେପୁଟି ସି ଇ ଓ ଗୁଣ୍ଡିଚା ବେହେରା ଓ ଉଦ୍ୟାନ ବିଭାଗ ଉପ ନିର୍ଦେଶକ ଶ୍ରୀମତୀ ସ୍ମିତା ମହାନ୍ତି ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ ଆନ୍ତରିକତା, ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ପ୍ରକଳ୍ପ ର ସଫଳତା ନେଇ ସମ୍ଭାବନା ସୃଷ୍ଟି ହୋଇଛି lଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ସମସ୍ତ ଏସ ଏଚ ଜି ମହିଳା ଓ ଉତ୍ପାଦ ଗ୍ରୁପ୍ ସଦସ୍ୟ ଉପସ୍ଥିତ ଥିଲେ l

