ଫୁଲବାଣୀ,୧୦/୦୬,(ସୁନୀଲ ପଟ୍ଟନାୟକ): କନ୍ଧମାଳ କ୍ଷୁଦ୍ର ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ବାସଭବନ ଉଦଘାଟିତ ହୋଇଛି l ଏହି ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବ ନିର୍ମିତ କାର୍ଯ୍ୟାଳୟ ଓ ବାସଭବନ ର ଶୁଭ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଉମା ଚରଣ ମଲ୍ଲିକ, ମୁଖ୍ୟ ଯନ୍ତ୍ରୀ ଇଁ ପୂର୍ଣ୍ଣ ଚନ୍ଦ୍ର ରଥ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଁ ସୂର୍ଯ୍ୟ ନାରାୟଣ ପାଣିଗ୍ରାହି ପ୍ରମୁଖ ଯୋଗ ଦେଇ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଖୋଲିବା ପରେ କନ୍ଧମାଳ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ୍ ଡେମ ନିର୍ମାଣ କରାଯାଇ ଖରିଫ ଓ ରବି ଋତୁ ରେ ଅଧିକ ମାତ୍ରାରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିବା କହିଥିଲେ l ଫଳରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଚାଷୀ ଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇଥିବା ଆହୁରି କହିଥିଲେ l ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଁ ସୂର୍ଯ୍ୟ ନାରାୟଣ ପାଣିଗ୍ରାହି ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଆଗ୍ରହ ପ୍ରକାଶ ଯୋଗୁଁ ବର୍ଷକ ମଧ୍ୟରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ ନୂତନ କାର୍ଯ୍ୟାଳୟ ଓ ବାସଭବନ ନିର୍ମାଣ ସମ୍ଭବ ହୋଇଥିବା କୁହାଯାଉଛି l ଆଗକୁ ସରକାର ଅନୁଦାନ ଯୋଗlଇ ଦେଲେ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଅଧିକ୍ ରୁ ଅଧିକ ଜମି ରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ପ୍ରୟାସ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଁ. ସୂର୍ଯ୍ୟ ନାରାୟଣ ପାଣିଗ୍ରାହି କହିଛନ୍ତି l ଉଦଘାଟନୀ ଉତ୍ସବ ରେ ସ୍ଥାନୀୟ ସହକାରୀ ଯନ୍ତ୍ରୀ ଇଁ ପ୍ରଧାନ, କୋଷାଧ୍ୟକ୍ଷ ପି ତ୍ରିପାଠୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ l

