ବୁଗୁଡ଼ା,୨୩।୯(ପୂର୍ଣ୍ଣ ଚନ୍ଦ୍ର ବ।ରିକ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅନ୍ୟତମ ଜନବହୁଳ ଗ୍ରାମ ଖୋଳଖାଳି ଠାରେ ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମାଆ ଗଜଲକ୍ଷ୍ମୀଙ୍କ ଆବାହନ ଓ ପୂଜନ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ହୋଇଯାଇଛି। ପୁରୋହିତ ଶ୍ରୀ ବନମାଳୀ ରଥଙ୍କ ଦ୍ୱାରା ସମ୍ପାଦିତ ଏହି କର୍ମରେ ବରିଷ୍ଠ ସମାଜ ସେବୀ ଶ୍ରୀ ଜାନକୀବଲ୍ଲଭ ରାଉତ କର୍ତ୍ତା ରୂପେ ଅଂଶ ଗ୍ରହଣ କରିଥିଲା ବେଳେ ଗ୍ରାମର ବହୁ ଅନ୍ତେବାସୀ ଏଥିରେ ହୁଳହୁଳି ପକାଇ ଓ ଖୋଳ କୀର୍ତ୍ତନ ବଜାଇ ସହଯୋଗ କରିଥିଲେ।

