ଫୁଲବାଣୀ,୦୫/୦୮(ସୁନୀଲ ପଟ୍ଟନାୟକ):ଅବକାରୀ ବିଭାଗ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ବିନୋଦ ବସ୍କେ ଙ୍କ ନେତୃତ୍ବରେ ସଦର ଅବକାରୀ ଥାନା ଅଧିକାରୀ ଭକ୍ତ ଚରଣ ସ୍ବାଇଁ ଓ କର୍ମଚାରୀ ମାନେବାରହପଦା ରୁ ବୌଦ୍ଧ ରାସ୍ତାରେ ଚଢାଉ କରି ଏକ ମହିନ୍ଦ୍ରା ମାକ୍ସପିକ୍ ଅପ ଓ ମାରୁତି ଡିଯାଇର କାର ସମେତ ୨୨୫କେଜି ଗଞେଇ ଜବତ କରିବା ସହ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି l ଗିରଫ ଦୁଇ ଜଣ ହେଲେ ସୁଡୁରୁ କୁମ୍ପା ଅଞ୍ଚଳ ର ନିର୍ମଳ ବେହେରା( ୩୫), ବୌଦ୍ଧଆମ୍ବଝୋରି ଅଞ୍ଚଳ ର ରଞ୍ଜିତ ଲୋହା ବୋଲି ଅବକାରୀ ବିଭାଗ ଇନ୍ସପେକ୍ଟର ବିନୋଦ ବାସ୍କେ କହିଛନ୍ତି l ତେବେ ଅନ୍ୟ ଜଣେ ଫେରାର ହୋଇଯାଇଥିବା କୁହାଯାଇଛି l ଏସବୁ ଗଞ୍ଜେଇ ଚୋରାରେ କନ୍ଧମାଳ ଜିଲ୍ଲା ରୁ ବାହାର କୁ ଚାଲାଣ ହେଉଥିଲା l ଏ ନେଇ ସଦର ଆଦର୍ଶ ଅବକାରୀଥାନା ରେ ୯୩୨୦୨୬/୨୭ତା ୦୫/୦୮ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ l ଅବକାରୀ ବିଭାଗ ସୂପରିଟେଣ୍ଡଣ୍ଟ ସୁଶାନ୍ତ କୁମାର ପାଢ଼ୀ ଓ ଡେପୁଟି ସୂପରିଟେଣ୍ଡଣ୍ଟ ପବିତ୍ର ମୋହନ ମାଝି ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଯୋଗୁଁ ଜିଲ୍ଲାରେ ଅବକାରୀ ବିଭାଗ କର୍ମଚାରୀ ବିଭିନ୍ନ ସ୍ଥାନରେ ଚଢାଉ କରି ଗଞେଇ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି l ଆଗକୁ ଏଭଳି ଚଢାଉ ରୀତିମତ ଭାବରେ ଜାରି ରହିବ ବୋଲି ପାଢ଼ୀ କହିଛନ୍ତି l

