ଛତ୍ରପୁର,୧୪/୦୬(ଜନ ବାଣୀ ବ୍ୟୁରୋ):“ସୋମନାଥ ସ୍ୱାଭିମାନ ଯାତ୍ରା” ଅଭିଯାନରେ ଗଞ୍ଜାମ ଜିଲ୍ଲାର ୫୨ ଜଣ ତୀର୍ଥଯାତ୍ରୀ ଆଜି ସ୍ଥାନୀୟ ନୂଆବସଷ୍ଟାଣ୍ଡଠାରୁ ଆଜି ସୋମନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ‘ସୋମନାଥ ସ୍ୱାଭିମାନ ଯାତ୍ରା’ ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ଧାମ ଦର୍ଶନର ସୁଯୋଗ ପାଇବେ।

