ଗଞ୍ଜାମ/ବ୍ରହ୍ମପୁର୍,୫।୮(ହିମାଂଶୁ ଶେଖର ସାବତ):ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଶତାଧିକ ସଭ୍ୟ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ରେ ବସିଥିଲେ I ଶ୍ରୀମତୀ ତୁଳନା ବର୍ଧନ ସ୍ୱାସ୍ଥ୍ୟ ପରିଦର୍ଶିକା ଭାବେ ୨୦୦୮ ମସିହାରେ ଅବସର ଗ୍ରହଣ କରିଥିଲେ କିନ୍ତୁ ଦୀର୍ଘ ୧୮ ବର୍ଷ ବିତିଯାଇଥିଲେ ବି ତାଙ୍କର ଅନ୍ତିମ ପେନସନ୍ ପାଇପାରି ନାହାନ୍ତି I ଅନୁସନ୍ଧାନରୁ ଜାଣିବାକୁ ମିଳିଲା ଯେ ତାଙ୍କର ପେନସନ୍ କାଗଜ ଅନ୍ ଲାଇନ ରେ ପଠାଇବା ବଦଳରେ ଡାକରେ ପଠାଯାଉଛି Iଯାହାଫଳରେ ଶ୍ରୀମତୀ ବର୍ଦ୍ଧନ୭୪ ବର୍ଷ ବୟସରେ ଫାଇନାଲ ପେନସନ୍ ନ ପାଇ ବହୁ କଷ୍ଟ ପାଉଛନ୍ତି I ଶୀଘ୍ର ଏହାର ସମାଧନ ପାଇଁ ସି ଡ଼ି ଏମ ଅ ଗଞ୍ଜାମ ଙ୍କ କାର୍ଯ୍ୟାଳୟ ସାମନାରେ ଧାରଣା ଦିଆଯାଇ ବିଭିନ୍ନ ନାରା ଦିଆଯାଇଥିଲା I ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିଶ୍ର ଧାରଣା ସ୍ଥଳକୁ ଆସି ଏହିମାସ ଶେଷ ସୁଦ୍ଧା ଶ୍ରୀମତୀ ବର୍ଦ୍ଧନଙ୍କ ଫାଇନାଲ ପେନସନ୍ କରିଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ I ସଭାପତି ରାଓ ସି ଡ଼ି ଏମ ଅ ଙ୍କୁ ସୂଚାଇ ଥିଲେ ଯେ ସଠିକ୍ ସମୟ ମଧ୍ୟରେ ପେନସନ୍ ନହେଲେ ସଂଘ ପକ୍ଷରୁ କଠୋର ପଦକ୍ଷେପମାନ ନିଆଯିବ ବୋଲି କହିଥିଲେ Iଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି କେ. ଏନ୍. ସେନାପତି, ସମ୍ପାଦକ ସଙ୍କର୍ଷଣ ପାତ୍ର, ଯୁଗ୍ମ ସମ୍ପାଦକ ମହର୍ଷି ସିଂ, ସହ ସମ୍ପାଦକ ଡି. ଗୁରୁମୂର୍ତେ ପାତ୍ର, ଉପଦେଷ୍ଟା ସହସ୍ରନାମ ପାଠି, ବି. ରଙ୍ଗା ପାତ୍ର, ବିଜୟ କୁମାର ବେହେରା ଉପସ୍ଥିତ ଥିଲେ l

