ଖଜୁରୀପଡ଼ା,୧୦।୮(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗଡ଼ପଦରରୁ ପାବେରୀ ଯିବା ରାସ୍ତା କଡ଼ରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିବା ମୃତ ଯୁବକଙ୍କ ପରିଚୟ ମିଳିଥିବା ଜଣାପଡ଼ିଛି।ଆଜି ସକାଳୁ କିଛି ଛତୁ ଖୋଜାଳି ଗଡ଼ପଦରରୁ ପାବେରୀ ଯିବା ରାସ୍ତାରେ ଯାଉଥିବା ସମୟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ସାମ୍ବାଦିକମାନେ ଘଟଣାସ୍ଥଳରେ ପହଞ୍ଚି ଖବର ସଂଗ୍ରହ କରିଥିଲେ।ମୃତ ଯୁବକଙ୍କ ନାମ ଦେବସ ସାହାଣି, ବୟସ ପ୍ରାୟ ୩୫ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କ ବାପାଙ୍କ ନାମ ଅଲେଖ ସାହାଣି। ସେ ଫୁଲବାଣୀ ଆରବିନ୍ଦ ନଗରରେ ଘର କରି ରହୁଥିବା ସୂଚନା ମିଳିଛି।ଖବର ପାଇ ଖଜୁରୀପଡ଼ା ଥାନା ଏସ୍ଆଇ ଦୀନବନ୍ଧୁ ପ୍ରଧାନ ଏବଂ ଏଏସ୍ଆଇ ମମତା ରାଉତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିଥିଲେ।ପରେ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ଫୁଲବାଣୀ ପଠାଯାଇଥିବା ଜଣାପଡ଼ିଛି। ତେବେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

