ପୁରୁଷୋତ୍ତମପୁର,୧୧୮।୯(ଶୁଭଙ୍କରୀ ଦାଶ): ମୂର୍ତ୍ତୀ ବିସର୍ଜନ ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହେଉଥିବାର ଖବର ଆମେ ଶୁଣିଛେ | ତେବେ ଏପରି ଏକ ଦୁଃଖଦ ଘଟଣା ଆମପୁରୁଷ ତମ ପୁର ବ୍ଳକ ପ୍ରତାପୁର ଋଷିକୁଲ୍ୟା ନଦୀରେ ଦେଖି ବାକୁ ମିଳିଛି | ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ତଟରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି। ମୂର୍ତ୍ତି ବିସର୍ଜନ ସମୟରେ ପାଣିର ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି।ନିଖୋଜ ଯୁବକ ଜଣକ ଖଣ୍ଡ ଦେଉଳି ପଞ୍ଚାୟତ ର ଝରକୁଆଲି ଗ୍ରାମର ସୁମିତ କୁମାର ମିଶ୍ର ବୋଲି ଜଣାପଡ଼ିଛି। ସୁମିତ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନର ଶେ ବର୍ ଛାତ୍ର।ସୂଚନା ଅନୁସାରେ ପ୍ରତାପୁର ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଖଣ୍ଡଦେଉଳି ପଞ୍ଚାୟତର ଝରକୁଆଲି ଗ୍ରାମର କିଛି ଯୁବକ ଆସିଥିଲେ। ବିସର୍ଜନ ସମୟରେ ଅସାବଧାନତା ଯୋଗୁଁ ତିନି ଜଣ ନଦୀରେ ବୁଡି ଯାଇଥିଲେ କିନ୍ତୁ ସହଯୋଗୀଙ୍କ ସାହାଯ୍ୟରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା ହେଲେ ସୁମିତ ଗଭୀର ଜଳରାଶିକୁ ଚାଲିଯାଇ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ସୁମିତଙ୍କର କୌଣସି ପତ୍ତା ମିଳିପାରି ନାହିଁ।ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହ ଘଟଣ ଗାଁରେ ପ୍ରଚାରିତ ହେବା ପରେ ଝର କୁଆଳି ଗ୍ରାମରେ ଶୋକର ଛାୟା ଖେଳାଇ ଯାଇଛି ||ସବୁ ସମୟରେ ମୂର୍ତ୍ତୀ ବିସର୍ଜନ ବେଳେ ସାବଧାନ ତା ପାଇଁ ପୋଲିସ ଓ ତହସିଲଦାର ସଚେତନତା କରାଉ ଥିଲେ ମଧ୍ୟ ଆଜି କାଲିର ଯୁବକ ମାନେ ଟିକେ ଅସବଧନତା ଯୋଗୁଁ ବହୁ ଦୁର୍ଲଭ ଜୀବନ ଅକାଳରେ ଚାଲି ଯାଉଛି || ତାରାତାରିଣୀ ମହାବିଦ୍ୟାଳୟ ର କିଛି ଶିକ୍ଷକ, ଛାତ୍ର, ଛାତ୍ରୀ ନଦୀ ସ୍ଥଳକୁ ଯାଇ ଦୁଃଖ ପ୍ରକାଶ କରିଛନ୍ତି |

