ଫୁଲବାଣୀ:ଜନବାଣୀ,୨୧/୦୬(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ସ୍ଥଳୀ କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଳକ ଗଦାପୁର ଗ୍ରାମ ପଞ୍ଚାୟତର ଗଦାପୁର ବଜାର ନିକଟସ୍ଥ ( କଲେଜ ଛକ ) ଠାରେପୂର୍ତ୍ତ ବିଭାଗ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡ଼ିଛିl ଦୀର୍ଘ ବର୍ଷ ହେଇଥିଲେ ମଧ୍ୟ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ତରଫରୁ କୌଣସି ପ୍ରାଧାନ୍ୟ ଦିଆଯାଉନାହିଁ ଏବଂ ଅନ୍ୟ ପଟେ ଡିଡ଼ିଙ୍ଗିପାଟା ଠାରୁ ମାର୍ଦ୍ଧିପଙ୍କା ପଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ର ଟେଣ୍ଡର ନାରେ ଦିନ ପରେ ଦିନ ଗଡ଼ିଚାଲିଥିବା ଅଭିଯୋଗ ହେଉଛି l କେବେ ରାସ୍ତା ନିର୍ମାଣ ଆରମ୍ଭ ହେବ ଜଣl ପଡୁନି l ଏହି ଖଣ୍ଡିଆ ରାସ୍ତା ଦେଇ ପ୍ରତିଦିନ ଅଧିକାଂଶ କଲେଜ ଛାତ୍ର ଛାତ୍ରୀ ଏବଂ ଯାନ ବାହାନ ଯାତାୟତ କରିଥାନ୍ତି । ଯାତାୟତ ସମୟରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ରାସ୍ତାକୁ ତୁରନ୍ତ ମରାମତିକରିବା ଦିଗରେ ପୂର୍ତ୍ତ ବିଭାଗ ଅତିରିକ୍ତ ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

