ଖୋର୍ଦ୍ଧା:ଜନବାଣୀ,୧୮/୦୬(କେଦାର ନାଥ ସାହୁ):ଆଜି ପୂର୍ବାହ୍ନରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ମାତୃ ଓ ଶିଶୁ କଲ୍ୟାଣ ସଭା ଗୃହରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଷ୍ଟପ ଡାଇରିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ପରିବାର କଲ୍ୟାଣ, ଡାକ୍ତର ପ୍ରଦୀପ କୁମାର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଭେକ୍ଟର ବାହିତ ରୋଗ, ଡାକ୍ତର ଜୀବନ୍ତ ଆଚାର୍ଜୀ, ଶିଶୁ ରୋଗ ବିଶେଷଜ୍ଞ, ଡାକ୍ତର ଅବିନାଶ ରାଉତରାୟ ସମେତ ଆଶା ଓ ଅଙ୍ଗୱାଡ଼ି କର୍ମୀ ଯୋଗ ଦେଇଥିଲେ l ଡାଇରିଆକୁ କିପରି ରୋକିବା, ସ୍ଵଚ୍ଛତା କୁ ଆପଣେଇବା,ଓ ଆର ଏସ ପାନୀୟ ଉପରେ ଧ୍ୟାନ ରଖିବା, ଡାଇରିଆ ର ପ୍ରତିଷେଧକ ଜିଙ୍କ ବଟିକା ଏବଂ ଓ ଆର ଏସ ବ୍ୟବହାର ଉପରେ ସୁନିଶ୍ଚିତ କରିବା,୫ ବର୍ଷର କମ ଶିଶୁଙ୍କୁ ଅଧିକ ଧ୍ୟାନରେ ରଖିବା ଉପରେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ଶ୍ରୀ ସରୋଜ କୁମାର ସିଂ ଆଲୋକପାତ କରିଥିଲେ l ଭେକ୍ଟର ବାହିତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିଶୁଦ୍ଧ ପିଇବା ପାଣି ପିଇବା ,ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନ ରେ ଧୋଇବା ତଥା ରୋଟା ଭାଇରସ ଓ ମିଳିମିଳା ଟୀକାକରଣ ଉପରେ ସଚେତନତା ସୂଚନା ଓ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ଡି ଏମ ଆର ସି ଏସ, ଶ୍ରୀମତୀ ରୋଜାଲିନ ମହାପାତ୍ର ଓ ସହାୟକ ଜନସ୍ୱାସ୍ଥ୍ୟ ସଂଚାରଣ ଅଧିକାରୀ ରବୀନ୍ଦ୍ର କୁମାର ପାରମାଣିକ ଆଶା କର୍ମୀ ମାନଙ୍କର ଆଜ ଦିନଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରକୁ ଘର ଯାଇ ଷ୍ଟପ ଡାଇରିଆ ବାର୍ତ୍ତା ଓ ପରାମର୍ଶ ଦେବା ଏବଂ ଓ ଆର ଏସ ଏବଂ ଜିଙ୍କ ବଟିକା ପ୍ରଦାନ କରିବାର ଦାୟିତ୍ବ ସମ୍ପର୍କରେ ଅବଗତ କରାଇଥିଲେ l ଘର ଓ ଚତୁର୍ପାର୍ଶ୍ଵିକ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା, ବିଶୁଦ୍ଧ ପାଣି ବ୍ୟବହାର, ହାତ ଧୋଇବା, ଖାଦ୍ୟ ପଦାର୍ଥ ଘୋଡାଇ ରଖିବା, କୂଅ ପାଣି ବିଶୋଧନ, ଶୌଚାଳୟ ବ୍ୟବହାର ଦିଗରେ ଆଶା କର୍ମୀଙ୍କ ଦାୟିତ୍ଵ ସମ୍ପର୍କରେ ମଧ୍ୟ ବକ୍ତବ୍ୟ ରଖିଥିଲେ l ଶେଷରେ ରୋଜାଲିନ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

