ଫୁଲବାଣୀ,୧୨।୦୯(ସୁନୀଲ ପଟ୍ଟନାୟକ):ସଂପ୍ରତି ଗୋଆରେ ଅନୁଷ୍ଠିତ ଅ ଲଟ୍ରା ଟେକ୍ ସିମେଣ୍ଟ ର ବାର୍ଷିକ ଡିଲର କନ୍ ଫରେନ୍ସ ରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନକାରୀ ଡିଲରମାନଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ, ଆଗ୍ରହ,ପାରଦର୍ଶିତା ପ୍ରଦର୍ଶନ କରି ସଫଳତା ଅର୍ଜନ କରିଥିବାରୁ ସମ୍ମାନିତ କରାଯାଇଥିଲା। ଏହି ଗୌରବମୟ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଶିବାନନ୍ଦ ଟ୍ରେଡିଂ କୋ ଓଡ଼ିଶାର ଶ୍ରେଷ୍ଠ ୯ ଜଣ ଡିଲରଙ୍କ ମଧ୍ୟରେ ଦକ୍ଷତା ପ୍ରଦର୍ଶନ କରି ମଞ୍ଚ ଉପରେ ସମ୍ମାନିତ ହୋଇଥିଲେ। ମଞ୍ଚ ରେ ଜେଡ ଏଚ୍ ଏମ ଇନ୍ତେକlବ ଆଲମ୍ ଖାଁ, ଆର୍ ଏଚଏମ ରଣ ବିଜୟ ନାରାୟଣ, ଟି ଏସ ଏ ଚ ଅମୀୟ ମହାନ୍ତି ଓ ସି ଆର୍ ଏମ ଆଶିଷ କୁମାର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ lଏହି ସମ୍ମାନ କେବଳ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ଶିବାନନ୍ଦ ଟ୍ରେଡିଂ କୋ.ର ବ୍ୟବସାୟିକ ସଫଳତାର ପ୍ରତୀକ ନୁହେଁ, ବରଂ କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ଅଞ୍ଚଳର ବାଣିଜ୍ୟିକ ସାମର୍ଥ୍ୟ ଓ ବିଶ୍ୱାସନୀୟତାର ଏକ ଗୌରବମୟ ପରିଚୟ।ନିଷ୍ଠା, ଗ୍ରାହକଙ୍କ ପ୍ରତି ଆସ୍ଥା, ଉତ୍କୃଷ୍ଟ ବ୍ୟବସାୟିକ ପରିଚାଳନା ଓ ନିରନ୍ତର ପରିଶ୍ରମର ଫଳସ୍ୱରୂପ ଶିବାନନ୍ଦ ଟ୍ରେଡିଂ କମ୍ପାନୀ ର ମାଲିକ ବି.ଦେବେନ୍ଦ୍ର ପାତ୍ର ଏହି ସଫଳତା ହାସଲକରିଛନ୍ତି l ଫଳରେ ଗୋଆ ରେ ଏହି ଜାତୀୟ ସ୍ତରୀୟ ଅନୁଷ୍ଠିତ ଉତ୍ସବ ରେ ମାଲିକ ବି ଦେବେନ୍ଦ୍ର ପାତ୍ର ଓ ପତ୍ନୀ ସତ୍ୟଭାମା ଙ୍କୁ ଉପଢ଼ୌକନ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା lଜାତୀୟ ସ୍ତରର ଏକ ପ୍ରମୁଖ ସିମେଣ୍ଟ କମ୍ପାନୀର ଏପରି ଗୌରବମୟ ମଞ୍ଚରେ କନ୍ଧମାଳ ଜିଲ୍ଲା ର ଫୁଲବାଣୀର ଏହି ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥା ଶିବାନନ୍ଦ ଟ୍ରେଡିଂ କମ୍ପାନୀ ସମ୍ମାନିତ ହେବା ନିଶ୍ଚିତ ଭାବେ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଓ ଆନନ୍ଦର ବିଷୟ।ଫୁଲବାଣୀ ରୁ ପି ସୁଧାଂଶୁ ପାତ୍ର, ଶଙ୍କରlଖୋଲ ର ବିକ୍ରମ ପଣ୍ଡା, ଦାରିଂବାଡ଼ିର ଶ୍ରୀ ସାହୁ ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ l

