ଜଟଣୀ,୨୩।୯(କେଦାର ନାଥ ସାହୁ):ଜଟଣୀ ସ୍ଥିତ ଶ୍ରୀ ଗୋପୀନାଥଜୀ ମନ୍ଦିରରେ ପ୍ରତ୍ୟେକ ବର୍ଷ ପରି ମଙ୍ଗଳବାର ଦିନ ଜଳଝୁଲଣୀ ଏକାଦଶୀ ଉତ୍ସବ ଧୁମଧାମରେ ସମ୍ପନ୍ନ ହୋଇଛି।ଏହି ଅବସରରେ ସକାଳ ୮ଟାରେ ଶହ ଶହ ଶ୍ରଦ୍ଧାଳୁମାନେ ଶ୍ରୀବିଗ୍ରହର ଯୁଗଳ ଯୋଡିକୁ ଏକ ସୁନ୍ଦର ସୁସଜ୍ଜିତ ପାଲିଙ୍କିରେ ବିରାଜମାନ କରି ମନ୍ଦିର ଚାରିପଟେ ପରିକ୍ରମା କରାଇଥିଲେ।ପୌରାଣିକ ମାନ୍ୟତା ଅନୁସାରେ ଜଳଝୁଲଣୀ ଏକାଦଶୀ ଦିନ ମାତା ଯଶୋଦା ନିଜ ନବଜାତ ଲଲ୍ଲା (କୃଷ୍ଣ ଭଗବାନ)ଙ୍କୁ ନେଇ କୂଅ (ଜଳୱା) ପୂଜନ ପାଇଁ ବାହାରିଥିଲେ ଏବଂ ଏହି ପରମ୍ପରାକୁ ନେଇ ପ୍ରତ୍ୟେକ ବର୍ଷ ଜଳଝୁଲଣୀ ଏକାଦଶୀରେ ଠାକୁରଜୀଙ୍କୁ ପାଲିଙ୍କିରେ ବସାଇ ନଗର ପରିକ୍ରମା କରାଯାଏ। ଏହି ସମ୍ବନ୍ଧରେ ଆଉ ଏକ ମାନ୍ୟତା ରହିଛି ଯେ, ଠାକୁରଜୀଙ୍କ ପାଲିଙ୍କି ତଳୁ ୪ ଥର ବାହାରି ପରିକ୍ରମା କରିବା ଦ୍ୱାରା ଭକ୍ତଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତି ହୁଏ ଏବଂ ପ୍ରଭୁଙ୍କୁ ସମର୍ପଣ କରି ସାଷ୍ଟାଙ୍ଗ ପ୍ରଣାମ କରିବା ଦ୍ୱାରା ସବୁ କଷ୍ଟ ଦୂର ହୋଇଯାଏ। ଏହି ଶୁଭ ଅବସରରେ ସନ୍ଧ୍ୟା ୭ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଭବ୍ୟ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ମନ୍ଦିର ତରଫରୁ ପ୍ରସାଦର ଦେବସ୍ଥା ହୋଇଥିଲା । ଗୋପୀନାଥ ମନ୍ଦିର କମିଟି ତତ୍ତ୍ୱାବଧାନରେ ଆୟୋଜିତ ଉପରୋକ୍ତ ଧାର୍ମିକ କାର୍ଯ୍ୟକ୍ରମକୁ ସଫଳ କରିବାରେ ଜଟଣୀ ମାରୱାଡି ସମାଜର ଅନେକ ଲୋକ ନିଜର ସହଯୋଗ ପ୍ରଦାନ କରିଥିଲେ।

