ବ୍ରହ୍ମପୁର,୧୭।୯(ହିମାଂଶୁ ଶେଖର ସାବତ):ଗଣେଶ ଚତୁର୍ଥୀ ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ସାହି ,ବଜାର ,ସ୍କୁଲ, କଲେଜରେ ଧୁମଧାମରେ ଗଣେଶ ପୂଜା ପାଳନ କରାଯାଉଛି ,ସେହିଭଳି ବ୍ରହ୍ମପୁରର ଗୋଶାଣୀ ନୁଆଁଗାଁ ଦୀପ ସାହି ଛକରେ ଚଳିତ ବର୍ଷ ୩୦ତମ ବିନାୟକ ପୂଜା ଧୁମ୍ଧାମରେ ଅନୁଷ୍ଠିତ ହେଉଛି।ଗୋଶାଣୀ ନୁଆଁଗାଁ ଦୀପ ସାହି ଛକ , ଯୁବକ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଆକର୍ଷଣୀୟ ମଣ୍ଡପ ନିର୍ମାଣ କରାଯାଇଛି। ଚଳିତ ବର୍ଷ ପ୍ରାୟ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ସୁସଜ୍ଜିତ ପ୍ରତିମା ପୂଜା ପାଉଛନ୍ତି । ସୋମବାର ଅପରାହ୍ନରେ ବିଧିବିଧାନ ଅନୁଯାୟୀ ପ୍ରଭୁଙ୍କ ପୂଜାର୍ଚ୍ଚନା ସହ ମୁହଁ ଖୋଲାଯାଇଥିଲା। ଏହି ଅବସରରେ ହୋମଯଜ୍ଞ, ଆଳତି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମଣ୍ଡପରେ ପ୍ରଭୁ ଶ୍ରୀଗଣେଶ ୮ଦିନ ବ୍ୟାପୀ ପୂଜା ପାଇବେ। ପ୍ରତ୍ୟହ ସନ୍ଧ୍ୟାରେ ୧୦୮ ଆଳତି ସହ ଭକ୍ତଙ୍କ ପାଇଁ ଶୁଖିଲା ଭୋଗର ବ୍ୟବସ୍ଥା କରାଯାଇଛି।। ପ୍ରତିବର୍ଷ ନୂଆ ନୂଆ ତରଣରେ ପୂଜା ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷର ୧୦ ଫୁଟର ଗଜାନନ ପ୍ରତିମା ଭକ୍ତଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଦୀର୍ଘ ୩୦ ବର୍ଷ ଧରି ଏଠାରେ ବିନାୟକ ପୂଜା ଅନୁଷ୍ଠିତ ହୋଇଆସୁଛି।। ପୂଜାକୁ ସୁଚାରୁରୂପେ ସମ୍ପନ୍ନ କରିବା ସହ ଭକ୍ତଙ୍କ ଦର୍ଶନ ଓ ପ୍ରସାଦ ବଣ୍ଟନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଟି, ଗଣେଶ ପାତ୍ର ,ବିକ୍ରମ ପାଣିଗ୍ରାହୀ ,ପୀତବାସ ପାଣିଗ୍ରାହୀ, ଟୁନା ପାଣିଗ୍ରାହୀ, ଲାଲୁ କୁମାର ପାଢୀ ,ସଞ୍ଜୟ ଚୌଧୁରୀ, ଶିବ ରାମ ଚୌଧୁରୀ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି। ବିନାୟକ ପୂଜାକୁ ନେଇ ଆଖପାଖ ଅଞ୍ଚଳରେ ଏବେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

