ଫୁଲବାଣୀ,୧୮।୦୮(ସୁନୀଲ ପଟ୍ଟନାୟକ):ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ୨୦୨୫/୨୬ ରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ସଂଖ୍ୟାରେ ଗୃହ ନିର୍ମାଣ ନିର୍ମାଣ କରି ସମଗ୍ର କନ୍ଧମାଳ ଜିଲ୍ଲାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି l ଫଳରେ ଜିଲ୍ଲା ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବାଣୀଜ୍ୟ ପରିବହନ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ଠାରୁ ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଟ୍ରଫି ଓ ମାନ ପତ୍ର ଗ୍ରହଣ କରିଥିଲେ l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଲକ୍ଷ୍ୟ ପୁରଣ ସହ ଉନ୍ନତ ମାନର କାର୍ଯ୍ୟ ଯୋଗୁଁ ଏହି ପୁରସ୍କାର ପ୍ରଦାନ କରଯାଇଛି l ଏହି ପୁରସ୍କାର ପାଇବା ପରେ ସେ ଖୁସି ଅନୁଭବ କରିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟ ବାଦ୍ ଜଣାଇଛନ୍ତି l ଏହା ଆଗକୁ ଲୋକଂକ ପାଇଁ ନିଷ୍ଠା,ଆନ୍ତରିକତା ଓ ସଚ୍ଚୋଟତା ସହ କାର୍ଯ୍ୟ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ବିଡ଼ିଓ ସବ୍ୟସାଚୀ ସାହୁ କହିଛନ୍ତି l ବିଡ଼ିଓ ସାହୂ ଙ୍କ ସମେତ ସହକାରୀ ଯନ୍ତ୍ରୀ ଇଁ ସେଠୀ ଓ ଅନ୍ୟାନ୍ୟ ଯନ୍ତ୍ରୀ ମାନଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓସଚୋ ଟତା ଯୋଗୁଁ ଏ ସବୁ ସମ୍ଭବ ହୋଇଥିବା କୁହାଯାଉଛି l କାର୍ଯ୍ୟ କ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ବେଦ ଭୂଷଣ, ଏସପି ରମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ, ଓ ବହୁ ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l

