ଚିକିଟି,୨୧।୦୯(ନିଗମାନନ୍ଦ ପଣ୍ଡା):ବ୍ଲକ ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିସୋଲା ପରିସରରେ ବ୍ଲକସ୍ତରୀୟ କ୍ରୀଡା ଓ କ୍ରୀଡା ପ୍ରତିଯୋଗିତା ୨୦୨୬–୨୭ ଉତ୍ସାହ, ଉଦ୍ଦୀପନା ଓ ଖେଳୁଆଡ଼ ମନୋଭାବର ସହିତ ସମ୍ପନ୍ନ ହୋଇଯାଇଛି।ଉଦଘାଟନ କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶର ମୂଳ ଆଧାର” ବୋଲି କହିଥିଲେ। କ୍ରୀଡା ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଆତ୍ମବିଶ୍ୱାସ, ନେତୃତ୍ୱ ଓ ଦଳଗତ ମନୋଭାବ ବିକାଶ କରେ ବୋଲି ସେ ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ କ୍ରୀଡା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହିତ ଜୀବନରେ ଶୃଙ୍ଖଳା ଓ ଆତ୍ମବିଶ୍ୱାସ ଗଢ଼ି ତୋଳିବାରେ କିପରି ସହାୟକ ହୁଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜି. ପାପା ରାଓ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ରେଡ୍ଡୀ କ୍ଲଷ୍ଟର ସିଆରସିସି ବି. ଭେଙ୍କେଟ ରାଓ ଏବଂ ବ୍ଲକ କ୍ରୀଡା ସମ୍ପାଦକ ଜୁର ପ୍ରସାଦ ଗୌଡ଼ଙ୍କ ସମେତ ବହୁ ଶିକ୍ଷକ ଓ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ।ଚାରିଟି ଜୋନରୁ ୫୫୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଆଥଲେଟିକ୍ସ ଓ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବ୍ଲକର ୨୩ ଜଣ କ୍ରୀଡା ଶିକ୍ଷକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଚିହ୍ନଟ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରିଥିଲେ। ଚୟନିତ ଖେଳାଳିମାନଙ୍କୁ ସମାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।ଆଜିର କାଯ୍ୟକ୍ରମ ରେ ବିଦ୍ୟାଳୟ ସ୍ୱଛତାପାଇଁ ଖରଖରିଆ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କୁ ବିଧାୟକ ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି , କ୍ରୀଡା ଶିକ୍ଷକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ ହୋଇଥିଲା।ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ତପସ୍ୱିନୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

