କୋଦଳା,୧୯।୮(ବାପୁନି ମାଲୁ): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତର ଚଢିଆପଡା ଗ୍ରାମର ବାଉରୀ ସାହି ୱାର୍ଡ ନଂ -1 ରେ ଦୁଇମାସ ହେଲା ପାଇପରେ ପାନୀୟ ଜଳ ନଆସିବା ନେଇ ଗ୍ରାମବାସୀ ମାନେ ବିଡ଼ିଓ ସୁଲିଲ କୁମାର ସାମନ୍ତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ଅନୁଯାୟୀ ଛାଡିଆପଡା ଗ୍ରାମର ବାଉରୀ ସାହିରେ ଦୁଇବର୍ଷ ହେଲା ପାଇପ ଯୋଗେ ପାନୀୟ ଜଳ ଆସୁଥିଲା l କିନ୍ତୁ ଗତ ଦୁଇମାସ ହେଲା ଜଳଯୋଗଣ ସମ୍ପୂର୍ଣ ବନ୍ଦ ହୋଇପଡିଛି l ଅନ୍ୟୋନପାୟ ବାଧ୍ୟ ହୋଇ ଦୂଷିତ ପାଣି ପିଇବାକୁ ବାଧ୍ୟହେଉଛୁ ବୋଲି ସାହିବାସୀମାନେ ବିଡ଼ିଓଙ୍କୁ ଗୁହାରି କରିଛନ୍ତି l ଫଳରେ ଦୂଷିତ ପାଣି ପିଇ ସଂକ୍ରାମକ ରୋଗର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଏସମ୍ପର୍କରେ ବେଗୁନିଆପଡା ଗ୍ରାମ୍ୟ ଜଳଯୋଗଣ ଏବଂ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମମତା ପଣ୍ଡା ଏବଂ ଶୁଭଶ୍ରୀ ମହାରଣାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ l ଉଭୟେ ଫୋନ ଉଠାଇନଥିଲେ l

