ନୂଆପଡା,୦୧/୦୭(ପରମେଶ୍ୱର ମେହେର):ଚତୁର୍ଭୁଜ ସାହୁଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହେଉଥିଲା l ସେ ନୂଆପଡା ଜିଲ୍ଲାର କନ୍ଦାଢ଼ାପ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ l ସେ ପିଲାଦିନରୁ ନିର୍ଭିକ, ସାହସୀ ପରୋପକାରୀ, ଦୟାଳୁ,ଧାର୍ମିକ ଦୁଃଖୀ ଦରିଦ୍ର ଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ l l ତାଙ୍କ ବିୟୋଗରେ ସମଗ୍ର କନ୍ଦାଢ଼ାପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ପୁତ୍ର,ସୁରେନ୍ଦ୍ର ସାହୁ,ରବିନ୍ଦ୍ର ସାହୁ,ଉପେନ୍ଦ୍ର ସାହୁ,ଝିଅ ଜେମାଦେଇସାହୁ,ନାତି ଦୟାନନ୍ଦ,ଧନେଶ, ବୁଲୁ, ଜିତୁ,ନାତୁଣୀ ଗୀତାଞ୍ଜଳି, ମହେନ୍ଦ୍ରୀ, ଲଷ୍ମୀପ୍ରିୟା,ହରିପ୍ରିୟା,ସୀମା,ଶିଖା,ସିନା ଶୃତି, ହୃଦୟ ,ବେବିକା, ପ୍ରୀତି,ଖେମପ୍ରକାଶ ପୁତ୍ର ବଧୂ,ଭାଇ,ଭାଉଜ, ଭଉଣୀ ,ଭଣଜା, ଭାଣିଜୀ, ନାତିନାତୁଣୀ ସମସ୍ତ ଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି l ତାଙ୍କ ବାସସ୍ଥାନ କନ୍ଦାଢ଼ାପ ଠାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା l ତାଙ୍କ ଶେଷ ଦର୍ଶନରେ ଶହ ଶହ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ତାଙ୍କ ବିୟୋଗ ରେ ସମଗ୍ର କନ୍ଦାଢ଼ାପ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l

