ଫୁଲବାଣୀ:ଜନବାଣୀ,୨୨/୦୬(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲାରେ ଜଙ୍ଗଲ ବିଭାଗ ର ଦୁଇଟି ଡ଼ିଭିଜନ ମଧ୍ୟରୁ ଫୁଲବାଣୀ ଓ ବାଲିଗୁଡ଼ା ଠାରେ ଗୋଟିଏ ଲେଖାଏଁ ଡ଼ିଭିଜନ ରହିଛି l ଫୁଲବାଣୀ ଡ଼ିଭିଜନ ଦାୟିତ୍ୱ ରେ ଥିବା ଡି ଏଫ୍ ଓ ପ୍ରତାପ କେl ଟାପାଲି ଦାୟିତ୍ବ ଗ୍ରହଣ କରିବା ର ବର୍ଷେ ମଧ୍ୟରେ ଅନେକ ବୃକ୍ଷ ରୋପଣ କାର୍ଯ୍ୟ ସାଙ୍ଗକୁ ଜଙ୍ଗଲ ସୁରକ୍ଷା,ସଚେତନ ସଭା ଆୟୋଜନ କରି ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସହ ଜୀବ ଜନ୍ତୁ ସୁରକ୍ଷା କରି ବେଶ ପ୍ରଶଂସା ସାଉଣ୍ଟି ଛନ୍ତି l ସେହିପରି ଜିଲ୍ଲାର ଜି ଉଦୟଗିରି, ରାଇକିଆ, ଟିକାବାଲି ଆଦି ଅଞ୍ଚଳ ରେ ଉପଦ୍ରବ କରୁଥିବା ହାତୀ ପଲ ଙ୍କୁ ଘଉଡ଼ାଇବା ଲୋକଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ l ଡ଼ିଭିଜନ ଅନ୍ତର୍ଗତ ଫୁଲବାଣୀରେଞ୍ଜର ଆଶlଲ ତା ଦିଗାଲ , ଫରେଷ୍ଟର ସରୋଜ କୁମାର ମିଶ୍ର, ସୁଡୁରୂକୁମ୍ପାରେଞ୍ଜର ମାନସ ସାହୁ, ଫିରିଙ୍ଗିଆ ରେଞ୍ଜର ପ୍ରଦୋଷ କୁମାର ମହାରଣା,ରାଇକିଆ ଯୁଧିଷ୍ଠିର ବେହେରା କର ଡl, ଟିକାବାଲି, ରେଞ୍ଜର ଙ୍କ ସମେତ ଜି ଉଦୟଗିରି ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ ଆଦି ରେଞ୍ଜ ଅଧିକାରୀ ମାନେ ଡି ଏଫ୍ ଓ ଙ୍କ ନିର୍ଦେଶ ମାନି ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରୁଥିବାରୁ ଜଙ୍ଗଲ ସୁରକ୍ଷିତ ରହିବା ସହ ବ୍ୟାପକ ମାତ୍ରା ରେ ବ୍ରୁକ୍ଷ ରୋପଣ ସମ୍ଭବ ହୋଇଛି l ସେହିପରି ଚଳିତ ୨୦୨୫/୨୬ବର୍ଷ ସମସ୍ତ ରେଞ୍ଜ ରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରାଯାଇଛି l ଚଳିତ ବର୍ଷ ମଧ୍ଯ ସମସ୍ତ ରେଞ୍ଜ ଅଞ୍ଚଳ ରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ କିସମ ର ବୃକ୍ଷ ଚାରା ସୃଷ୍ଟି କରଯାଇଛି l ଏସବୁ ଚାରା ଆଗାମୀ ବନ ମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ରୁ ବିଭିନ୍ନ ରେଞ୍ଜ ଅନ୍ତର୍ଗତ ଜଙ୍ଗଲ ଓ ଗ୍ରାମ ଗୁଡ଼ିକ ରେ ରୋପଣ କରାଯିବ l ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଲାଣି l ସେହିପରି ରାସ୍ତା ପାର୍ଶ୍ଵ ରେ ମଧ୍ଯ ବୃକ୍ଷ ରୋପଣ କରି ତାର ଆବଶ୍ୟକ ଯତ୍ନ ନେବ ବନ ବିଭାଗ l ଗଛ ଗୁଡ଼ିକ ଯେପରି ଶତ ପ୍ରତିଶତ ବଞ୍ଚିବ ସେଥିପ୍ରତି ଦୃଷ୍ଟି ଦେବାକୁ ଡି ଏଫ୍ ଓ ପ୍ରତାପ କୋଟା ପlଲ୍ଲୀ ନିର୍ଦେଶ ଦେଇଛନ୍ତି l ଆଉ ନିର୍ଦେଶ ପ୍ରକାରେ ଦାୟିତ୍ବ ରେ ଥିବା ରେଞ୍ଜ ଅଧିକାରୀ ମାନେ ନିଷ୍ଠା ର ସହ ଯତ୍ନ ମଧ୍ଯ ନେଉଥିବା ଦେଖାଯାଉଛି l ସୁଡୁ ରୁ କୁମ୍ପl ରେଞ୍ଜର ମାନସ ସାହୁ, ଫୁଲବାଣୀ ରେଞ୍ଜର ଆଶଲତl ଦିଗାଲ, ରାଇକିଆ ରେଞ୍ଜର ଯୁଧିଷ୍ଟିର ବେହେରା, ଫିରିଙ୍ଗିଆ ରେଞ୍ଜର ପ୍ରଦୋଷ କୁମାର ମହାରଣା, ରାଇକିଆ ରେଞ୍ଜର ସୁଶ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ ପ୍ରମୁଖ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା,ଆଗ୍ରହ ଓ ସଚ୍ଚୋଟତା ଯୋଗୁଁ ରେଞ୍ଜ ଅଧୀନ ରେ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ସଫଳ ହୋଇଥିବା ଜଣାପଡିଛି l ବନ ବିଭାଗ କୁ ଅଧିକ ଅର୍ଥ ଅନୁଦାନ ଯୋଗାଇ ଦେଲେ ରେଞ୍ଜ ଅଧିକାରୀ ମାନେ ଅଧିକ କାର୍ଯକ୍ରମ ହାତକୁ ନେବା ସମ୍ଭବ ହେବ ବୋଲି ଫିରିଙ୍ଗିଆ ରେଞ୍ଜର ପ୍ରଦୋଷ କୁମାର ମହାରଣା ଓ ସୂ ଡୁରୁ କୁମ୍ପl ରେଞ୍ଜର ମାନସ କୁମାର ସାହୂ କହିଛନ୍ତି l

