ଫୁଲବାଣୀ -୨୮/୦୩ ( ସୁନୀଲ ପଟ୍ଟନାୟକ)ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି ସତ୍ତ୍ଵେ ବି କିଛି ଦୁର୍ବୃତ୍ତ ଜାଣି ଶୁଣି ଫୁଲବାଣୀ ବନ ଖଣ୍ଡ ଅନ୍ତର୍ଗତ ସୂ ଡ୍ରୁକୁମ୍ପା ଜଙ୍ଗଲ ରେ ନିଆଁ ଲଗାଇବା ଫଳରେ ଜଙ୍ଗଲ ହୁତ ହୁତ ହୋଇ ଜଳୁଛି l ତେବେ ସୁଡରୁ କୁମ୍ପl ରେଞ୍ଜର ମାନସ ରଞ୍ଜନ ସାହୁ ଙ୍କ ନେତୃତ୍ୱ ରେ ବନ ପାଳ,ବନ ରକ୍ଷୀ, ଓ ଫା ୟାର ସ୍କ୍ୱାର୍ଡ କର୍ମୀ ମିଶି ତତକ୍ଷଣାତ୍ ଜଙ୍ଗଲ ରେ ପହଞ୍ଚି ନିଆଁ ଲିଭlଉ ଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ ମହୁଲ ସିଜନ୍ ହୋଇଥିବାରୁ ଗ୍ରାମବାସୀ ମହୁଲ ଗୋଟାଇବା ଲାଗି ଜଙ୍ଗଲ ଯାଉଛନ୍ତି l ମହୁଲ ଗୋଟାଇବା ପାଇଁ ଓ ଯିବା ଆସିବା ପାଇଁ ସୁବିଧା ପାଇଁ ଜଙ୍ଗଲ ରେ ପଡ଼ିଥିବା ଶୁଖିଲା ପତ୍ର ଗୁଡ଼ିକ ରେ ନିଆଁ ଲଗାଇ ଦେଉଛନ୍ତି ଆଉ ନିଆଁ ସଙ୍ଗେ ସଙ୍ଗେ ଜଙ୍ଗଲ ମଧ୍ୟରେ ବ୍ୟାପୀ ଯାଉଛି l ଯାହା ଲିଭାଇବା କଷ୍ଟ ସାଧ୍ୟ l ତଥାପି ରେଞ୍ଜର ସାହୁ ଙ୍କ ନିଷ୍ଠପର ଉଦ୍ୟମ,ଆନ୍ତରିକତା, ଅଭିଜ୍ଞତା ଯୋଗୁଁ ଜଙ୍ଗଲ ନିଆଁ କୁ ଆୟତ କରିବା ରେ ସଫଳ ହୋଇଥିବା ଜଣାପଡିଛି l ସେହିପରି ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା,ସଚେତନତା, ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ରେଞ୍ଜର ମାନସ ରଞ୍ଜନ ସାହୁ ଙ୍କ ଉଦ୍ୟମ ପ୍ରଶଂସନୀୟ l ସେହିପରି ଜଙ୍ଗଲ କୁ ସୁରକ୍ଷା କରିବା ପାଇଁ ରେଞ୍ଜ ଅଧୀନ ସମସ୍ତ ଗ୍ରାମ ରେସଭା ସମିତି, ନାଟକ ମାଧ୍ୟମ ରେ ସଚେତନତା ସୃଷ୍ଟି କରାଯାଉଥିବା ରେଞ୍ଜର ସାହୁ କହିଛନ୍ତି l ଏହି ରେଞ୍ଜ କୁ ଅଧିକ ଅନୁଦାନ ଯୋଗlଇ ଦେଲେ ଅଧିକ ସଂଖ୍ୟାରେ ବୃକ୍ଷ ରୋପଣ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇ ପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

