ଫୁଲବାଣୀ,୨୮/୦୮(ସୁନୀଲ ପଟ୍ଟନାୟକ):ଫୁଲବାଣୀ ବନ ଖଣ୍ଡ ଅଧୀନରେ ପୁର୍ବରୁ ଥିବା ମୂଲ୍ୟବାନ ଜଙ୍ଗଲ ଓ ଜୀବ ଜନ୍ତୁ ସରୀସୃପ ଆଦି ଲୋପ ପାଇବାକୁ ବସିଲାଣି l ଜଙ୍ଗଲ ମାଫିଆ ମାନେ ଜଙ୍ଗଲ ଲୁଟ୍ କରିବା ସହ ଶିକାରୀ ମାନେ ବେଆଇନ୍ ଶିକାର କରୁଥିବା ରୁ ପଶୁ ପକ୍ଷୀ ଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଦେଖାଯାଇଛି l ଏହାକୁ ଦୃଷ୍ଟିରେ ରଖି ଫୁଲବାଣୀ ଡି ଏଫ୍ ଓ ପ୍ରତାପ କୋଟା ପାଲି ଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ରାତ୍ରୀ କାଳୀନ ପେଟ୍ରୋଲିଂ ଆରଂଭ ହୋଇଛି l ବିଭିନ୍ନ ରେଞ୍ଜ ଅଧିକାରୀ ଙ୍କ ନେତୃତ୍ୱ ରେ ସମସ୍ତ ରେଞ୍ଜ୍ ଅଞ୍ଚଳ ରେ ଦକ୍ଷ ବନ କର୍ମଚାରୀ ଙ୍କୁ ନେଇ ନିୟମିତ ରାତ୍ରି କାଳୀନ ପେଟ୍ରୋଲିଂ ଚାଲିଛି l ଫଳରେ କାଠ ମାଫିଆ ମାନେ ଭୟଭୀତ ହୋଇପ ଡିଛନ୍ତି l ଜଙ୍ଗଲ ସମ୍ପଦ ପୂର୍ବାପେକ୍ଷା ବୃଦ୍ଧି ପାଇବl ରେ ଲାଗିଛି l ଏଥି ସହ ଡି ଏଫ୍ ଓ ପ୍ରତାପ କୋଟା ପଲ୍ଲୀ ଙ୍କ ଉଦ୍ୟମ ଫଳରେ ଏବେ ଲଣ୍ଡା ପାହାଡ ରେ ବ୍ରୁକ୍ଷ ରୋପଣ କରିବା ପାଇଁ ଯୋଜନା ଆରମ୍ଭ କରାଯାଇଛି l ଯାହାକି ଏକ ସୁନ୍ଦର୍ ଓ ଅଭିନବ ପ୍ରୟାସ l ଡି ଏଫ୍ ଓ ପ୍ରତାପ କୋଟା ପଲ୍ଲୀ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ସୋଚ ଟ ତା ଯୋଗୁଁ ନୂତନ ଜଙ୍ଗଲ ସୃଷ୍ଟି ଓ ନିଆଁ ଦାଉରୁ ମୂଲ୍ୟବାନ ଜଙ୍ଗଲ ରକ୍ଷା କରାଯିବା ସହ ଜୀବ ଜନ୍ତୁ ଙ୍କ ସୁରକ୍ଷା ସମ୍ଭବ ହୋଇପାରି ଥିବା କୁହାଯାଉଛି l

