ଫୁଲବାଣୀ,୨୭/୦୬(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ର ଜି ଉଦୟଗିରି ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି l ମାତ୍ର ଏକ ବର୍ଷ ହେଲା ରେଞ୍ଜ ଦାୟିତ୍ବ ଗ୍ରହଣ କରିଥିବା ମହିଳା ରେଞ୍ଜର ସୁଶ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ ଙ୍କ ନିଷ୍ଠପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଆଗ୍ରହ ପ୍ରକାଶ ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l ସେହିପରି ନିକଟବର୍ତୀ ଗଞ୍ଜାମ ଜିଲ୍ଲାର ଜଙ୍ଗଲ ରୁ ନିୟମିତ ଖାଦ୍ୟ ଅନ୍ୱେଷଣ ରେ ଆସୁଥିବା ହାତୀ ପଲ ଙ୍କୁ ଦିବା ରାତ୍ରୀ ପରିଶ୍ରମ କରି ଘଉଡାଇ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଦେବାରେ ସଫଳ ହୋଇଛନ୍ତି ରେଞ୍ଜର ମାଣିକେଶ୍ବରୀ l ବର୍ତ୍ତମାନ ଅଞ୍ଚଳ ରେ ଗୋଟିଏ ହାତୀ ଅଛି ଓ ସେ ଯେମିତି ଲୋକଂକ ଧନ ଜୀବନ କ୍ଷତି ନ କରିବ ସେଥିପ୍ରତି ରେଞ୍ଜର ଓ ଜଙ୍ଗଲ ବିଭାଗ କର୍ମଚାରୀ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି l ସେହିପରି ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସହ ବିଭିନ୍ନ ଲଣ୍ଡା ପାହାଡ, ପତିତ ଜଙ୍ଗଲ, ରାସ୍ତା ପାର୍ଶ୍ଵ ରେ ବୃକ୍ଷ ରୋପଣ କରି ସବୁଜ ବଳୟ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l ଚଳିତ ବନମହୋତ୍ସବ ପାଳନ କରିବା ପାଈଁ ହଜାର ହଜାର ସଂଖ୍ୟାରେ ଚାରା ସୃଷ୍ଟି କରାଯାଇ ରୋପଣ ପାଇଁ ସୁରକ୍ଷିତ ରଖାଯାଇଛି l ଆସନ୍ତା ଜୁଲାଇ ୧ରୁ ବନ ମହୋତ୍ସଭ ଅବସରରେ ଡି ଏଫ ଓ ପ୍ରତାପ କୋଟା ପଲ୍ଲୀ ଙ୍କ ତତ୍ତ୍ଵାବଧାନ ରେ ବୃକ୍ଷ ରୋପଣ କରାଯିବବୋଲି ରେଞ୍ଜର କହିଛନ୍ତି l

