ଜଟଣୀ,୨୬।୯(କେଦାର ନାଥ ସାହୁ):ଜଟଣୀ ଗଣେଶ ମହୋତ୍ସବ ପରିପ୍ରେକ୍ଷୀରେ ଜଟଣୀ ୟୁଥ୍ ଫେଡେରେଶନ ପକ୍ଷରୁ ୧୦ମ ଯୁବ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାମଚନ୍ଦ୍ରପୁର ବଜାରସ୍ଥିତ ଥାନା ଛକଠାରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ଅନନ୍ତ ଶତପଥୀ ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ମନମୋହନ ରାଉତରାୟ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ,ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ କମଲ ମୋଦି,ଥାନାଛଜ ବ୍ୟବସାୟୀ ସଙ୍ଘ ସଭାପତି ରୋହତାଶ ଅଗ୍ରୱାଲ ଯୋଗ ଦେଇଥିଲେ.ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି,ମୁଖ୍ୟବକ୍ତା ରୂପେ ବରିଷ୍ଠ ଖବରଦାତା ଅଶୋକ ଦାସ ଯୋଗ ଦେଇଥିଲା ବେଳେ ଉତ୍ସବର ଉଦଘାଟକ ଭାବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ଯୋଗଦେଇଥିଲେ. ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୧୨ଜଣ ବ୍ୟକ୍ତିବିଶେଷ ଏବଂ ସଂଗଠନଙ୍କୁ ଯୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ରନାଥ ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ। ପ୍ରସନ୍ନ ପାଟ୍ଟଶ ଶାଣୀ,ଦୀପକ କୁମାର ମହାକୁଡ, ସୁଧାଂଶୁ ଶେଖର ସାହୁ, ଚିନ୍ମୟ ରଣା, ବୁଲୁ ମହାନ୍ତି, ମିହିରକାନ୍ତ କୋଠାରି, ଶିବ ପ୍ରସାଦ ମହାପାତ୍ର, ଦିଲୀପ ସାହୁ, ପ୍ରକାଶ ପାଟଶାଣୀ, ପ୍ରଶାନ୍ତ ବେହେରା,ବ୍ରଜବନ୍ଧୁ ପ୍ରଧାନ,ଜିତେନ୍ଦ୍ର ପଟନାୟକ,ଦୀପକ ଜେନାଙ୍କ ସହ ବହୁ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ। ଆୟୋଜକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସଦସ୍ୟ ବ୍ରଜବନ୍ଧୁ ପ୍ରଧାନ ଧନ୍ୟବାଦ ଦେଇଥିଲେ।

