ବୁଗୁଡ଼ା,୧୪।୯(ପୂର୍ଣ୍ଣ ଚନ୍ଦ୍ର ବାରିକ):ସ୍ଥାନୀୟ ସତ୍ୟସାଇ ସେବା ସମିତି ପକ୍ଷରୁ ସେବା ଗ୍ରାମ ବରଡି ପଲ୍ଲୀ ଠାରେ କୁମାରୀ କନ୍ୟାଙ୍କ ନିମନ୍ତେ ଉଦ୍ଦିଷ୍ଟ ସଚେତନା ମୂଳକ ସାଇ ଜାଗୃତି ଓ ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ପ୍ରେମ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉଭୟ ଗୋଷ୍ଠୀଙ୍କୁ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକ ସମ୍ପର୍କିତ ବିଭିନ୍ନ ପରାମର୍ଶ ତଥା ତତ୍ ସମ୍ପର୍କିତ ପୁସ୍ତିକା ବଣ୍ଟନ କରାଯାଇଥିଲା।ଜିଲ୍ଲା ଯୁବ ସଂଯୋଜିକା ଶ୍ରୀମତୀ ଲକ୍ଷ୍ମୀ ରାଉତ ଭଉଣୀ ଯୋଗଦେଇ ଉଦବୋଧନ ପ୍ରଦାନ କରିଥିଲେ।ସମିତିର ସମସ୍ତ ମହିଳା ସଦସ୍ୟା ଯୋଗଦାନ କରିଥିଲେ।

