ଖୋରଧା,୨୩।୯(କେଦାର ନାଥ ସାହୁ):ଦେଶରେ ଯୁବକ, ଯୁବତିଙ୍କ ବେକାରୀ ସଂଖ୍ୟା ବୃଦ୍ଧି ପାଇଛି।ଶିକ୍ଷିତ ଛାତ୍ର,ଛାତ୍ରୀଙ୍କଭବିଷ୍ୟତ ସହ ବିଜେପି ସରକାର ଖେଳ ଖେଳୁଛନ୍ତି।ପ୍ରତିବାଦ କଲେ ଜେଞ୍ଜି ଙ୍କ ଉପରେ ଆକ୍ରମଣକରାଯାଉଛି । ପ୍ରଶ୍ନପତ୍ର ଲିକ୍ ପ୍ରସଂଗକୁ ରାଜ୍ୟ ବିଜେପି ଗୁରୁତ୍ବ ଦେଇନି।ଦରଦାମ ହୁହୁ ବୃଦ୍ଧି ପାଉଥିବାବେଳେ ନିୟନ୍ତ୍ରଣ କରିବାରେ ଏ ସରକାର ବିଫଳ ହୋଇଛି ।ତେଣୁ ଆଗାମୀ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କ୍ଷମତା ଫେରିବା ଆବଶ୍ୟକତା ରହିଛି।ତେଣୁ ତୃଣମୂଳସ୍ତରରେ ଦଳ ମଜୁବୁତ ହେବା ଆବଶ୍ୟକତା ରହିଛି। ସ୍ଥାନୀୟ ଜୟୀରାଜପୁର ଭବନ ପରିସରରେ ଜିଲ୍ଲା କଂଗ୍ରେସପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଅଖିଳ ଭାରତୀୟ କଂଗ୍ରେସକମିଟି ସଚ୍ଚିବ ତଥା ଓଡ଼ିଶା ସହ ପ୍ରଭାରୀ ଜେଟି କୁସୁମ୍ କୁମାର ଦଳୀୟ କର୍ମୀ ଏବଂ ନେତାଙ୍କୁ ଏମିତିମନ୍ତ୍ର ପ୍ରଦାନ କରିଥିଲେ ।ସେହିପରି ଜୋନ ସ୍ତରଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନେତା ଓ କର୍ମୀମାନେସଂଗଠନ କ୍ଷେତ୍ରରେ କ’ଣ କାମ କରୁଛନ୍ତି ତାହା ଆଗାମୀ ଦିନରେ ନିଜେ ଜୋନ ଓ ପଞ୍ଚାୟତସ୍ତରରେକର୍ମୀ କାର୍ଯ୍ୟ ପ୍ରଣାଳୀ ସମୀକ୍ଷା କରିବାକୁ ପ୍ରକାଶ କରିଥିଲେ । ସେହିପରି ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଓ କର୍ମୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ହେବା ଆବସ୍ୟକ ବୋଲି ପ୍ରକାଶ କରିଥିଲେ ।ଦଳ ଯାହାକୁ ଟିକେଟ ପ୍ରଦାନ କରିବ ତାଙ୍କୁ ବିନାସତ୍ତ୍ଵରେ ସମସ୍ତ କର୍ମୀ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସେହି ପରିଜିଲ୍ଲାସଭାପତି ରାଜୀବ ପଟ୍ଟନାୟକ ଏମଏମଡ଼ିଆର ସଂଶୋଧନ ଆଇନ ଏବଂ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଂଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ,ପୂର୍ବତନ ଜିଲ୍ଲା ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ସନ୍ତୋଷ ଜେନା,ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ,ସୋନାଲି ସାହୁ,ପ୍ରଦୀପ ସ୍ୱାଇଁ,ସନ୍ତୋଷ ଜେନା,ସ୍ୱାଗତିକା ପଟ୍ଟନାୟକ,ବେଣୁ ଭୋଇ, ଲଲାଟେନ୍ଦୁ ଶତପଥୀ,ସତ୍ୟଜିତ୍ ପଟ୍ଟନାୟକ,ଅଶୋକ ମଙ୍ଗରାଜ,ତପନ ଚକ୍ରବର୍ତ୍ତୀ,ଶିଶିର ପରିଡ଼ା, ସଦାଶିବ ମହାପାତ୍ର,ରଞ୍ଜିତ ମହାପାତ୍ର,ଜୟଶ୍ରୀ ପଟ୍ଟନାୟକ,ନଳିନୀ ବେହେରା,ଅମିତ୍ ମହାନ୍ତି, ବିଭାଂଶୁ ପଟ୍ଟନାୟକ,ଶିଶିର ମହାନ୍ତି,ଜୟନ୍ତ ଦାସ, ସୋମ୍ୟ ପଟ୍ଟନାୟକ,ସୌମ୍ୟ ବରାଳ,ସମସ୍ତ ବ୍ଲକ୍ ସଭାପତି, ଏନଏସି ସଭାପତି, ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

