ଫୁଲବାଣୀ,୯/୬,(ସୁନିଲ ପଟ୍ଟନାୟକ):କନ୍ଧମାଳ ଜିଲାପାଳ ବେଦ ଭୂଷଣ ଜି ଉଦୟଗିରୀ ବ୍ଲକ୍ ପରିସରରେ ଜନ ଶୁଣାଣୀ କରିଥିଲେ l ଏଥିରେ ପ୍ରାୟ ୬୧ଟି ଅଭିଯୋଗ ର ଶୁଣାଣି କରିଥିଲେ l ବିଶେଷ କରି ଆବାସ ଯୋଜନା ଗୃହ, ପାନୀୟ ଜଳ, ସ୍ଵାସ୍ଥ୍ୟ, ଭତ୍ତା, ରାସ୍ତା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଥିଲା l ଜିଲାପାଳ ବେଦ ଭୂଷଣ ସମସ୍ତ ଅଭିଯୋଗ କୁ ଶୁଣିବା ପରେ ତ୍ୱରିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବିଭାଗ ର ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେl ଏହା ପରେ ଜିଲ୍ଲା ପାଳ ବେଦ ଭୂଷଣ ଜି ଉଦୟଗିରୀ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରଣୀତl ଦାସ,ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପା ସିନ୍ଧୁ ବେହେରା, ଆଇ ଏ ଏସ ପ୍ରୋବେସନର ୟସ୍ କରଣ ସିଂହ, ଜି ଉଦୟଗିରି ତହସିଲ ଦl ର ସମୁଦ୍ର ଦାସ, ବିଡ଼ିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅସିତ୍ କୁମାର ସେଠୀ, ଏନ୍ ଏ ସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପ୍ରମୁଖ ଉପସ୍ଥିତ ଥିଲେ l

